ଅଚ୍ୟୁତାନନ୍ଦ କର
ଅଚ୍ୟୁତାନନ୍ଦ କର | |
|---|---|
| ଜନ୍ମ | ୧୯୩୩[୧] ତରଜଙ୍ଗା,ଡେରାବିଶ,କେନ୍ଦ୍ରାପଡ଼ା[୨] |
| ମୃତ୍ୟୁ | ୧୬ ସେପ୍ଟେମ୍ବର ୨୦୧୨ |
| ଜାତୀୟତା | |
| ଶିକ୍ଷା | ସ୍ନାତକ |
| ଶିକ୍ଷାନୁଷ୍ଠାନ | ସାଲେପୁର ହାଇସ୍କୁଲ, ବଙ୍ଗବାଟି ମହାବିଦ୍ୟାଳୟ |
| ପ୍ରସିଦ୍ଧି | ବ୍ୟଙ୍ଗ ସାହିତ୍ୟିକ ଓ ସମ୍ପାଦକ (ଦୁର୍ମୁଖ) |
| ବୈବାହିକ-ସାଥୀ | ଶୈଳବାଳା କର |
| ସନ୍ତାନ | ସଞ୍ଜୀବ, ଦିଲୀପ ଓ ସନ୍ଧ୍ୟାରାଣୀ[୩] |
| ପିତାମାତା | କଣ୍ଡୁରି ଦାସ, ମଉନା ଦେବୀ |
ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।
ଅଚ୍ୟୁତାନନ୍ଦ, ୧୯୩୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ତରଜଙ୍ଗା ଗ୍ରାମରେ ପିତା, କଣ୍ଡୁରୀ ଚରଣ ଦାସ ଓ ମାତା ମଉନାଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ।[୪] ସାଲେପୁର ହାଇସ୍କୁଲରୁ କୃତିତ୍ୱର ସହ ମେଟ୍ରିକ ପାସ କରିବା ପରେ, ସେ କଲିକତାର ବଙ୍ଗବାଟି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା ।
ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ । ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ଉତ୍କଳ ସାହିତ୍ୟ ସମାଜରେ ସେ ଦୀର୍ଘ ୨୫ ବର୍ଷ କର୍ମକର୍ତା ରହିଥିଲେ ଓ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଦଳିତ, ନିଷ୍ପେସିତ ଜନତାର ଅନ୍ତଃସ୍ୱର ପ୍ରକାଶ କରିବା ପାଇଁ, ସେ ଆରମ୍ଭ କରିଥିଲେ ସମାଲୋଚନା ଧର୍ମୀ ପତ୍ରିକା 'ଦୁର୍ମୁଖ' । ୧୯୭୧ ମସିହା, ଏପ୍ରିଲ ମାସ ୧୪ ତାରିଖରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା । ଏହି ପତ୍ରିକା ମାଧ୍ୟମରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ଓଡ଼ିଶାର ପୁରପଲ୍ଲୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିଲେ ।[୫] 'ରାମଚରିତ ମାନସ' ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ ।[୬] ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଯାଇଛନ୍ତି।[୭] ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି ।
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]- ସଂଗ୍ରାମ ଓ ସଂଘର୍ଷ (ପ୍ରବନ୍ଧ)
- କଥା କଥାରେ
- ଅସିତଙ୍କ ବ୍ୟଙ୍ଗ
- ଇଟା ସିମେଣ୍ଟରେ ପୁଞ୍ଜିବାଦ (ଉପନ୍ୟାସ) ୧୯୬୩
- ମୋହମୁଦଗର (ଅନୁବାଦ)
- ଯୁଗେ ଯୁଗେ ଧର୍ମ (ପ୍ରବନ୍ଧ) ୧୯୬୯
- ବିସ୍ଫୋରଣ (ଗଳ୍ପ)
- ଡାକେ ଦୁର୍ମୁଖ (କବିତା)
- ପଣ୍ଡିତ ଅଚ୍ୟୁତଙ୍କ ବ୍ୟଙ୍ଗ ୧୯୯୪
- ବେଆଇନ ମଣିଷ
- ଜିଅନ୍ତା ମଣିଷର ମୃତ୍ୟୁ
- ବିପ୍ଳବିଣୀର ଇତି କଥା (ଉପନ୍ୟାସ) ୧୯୬୩
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଗୋଦାବରୀଶ ସ୍ମୃତି କମିଟି ସମ୍ମାନ
- ଅନ୍ନଦା ପ୍ରସାଦ ରାୟ ଜୟନ୍ତୀ କମିଟି ସମ୍ମାନ
- ନୀଳଚକ୍ର-୨୦୧୦ ସମ୍ମାନ
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ
- ଉତ୍କଳ ସାହିତ୍ୟ ଓ କଳା ପରିଷଦ ସମ୍ମାନ
୨୦୧୨ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କର ତିରୋଧାନ ଘଟିଛି। [୮]କଟକର ଖାନନଗର ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । [୯]ଅଚ୍ୟୁତାନନ୍ଦଙ୍କର ଶେଷ ଇଛା ଥିଲା, ତାଙ୍କ ରଚିତ ଆତ୍ମଜୀବନୀଟି ପ୍ରତିଟି ଓଡ଼ିଆଙ୍କ ନିକଟରେ ପହଞ୍ଚୁ ।
ଆଧାର
[ସମ୍ପାଦନା]- ↑ http://www.dharitri.com/epaper/180912/p1.htm
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2012-09-18.
{{cite web}}: Cite has empty unknown parameter:|1=(help) - ↑ http://www.dharitri.com/epaper/180912/p15.htm
- ↑ "Achyutananda Kar orissa founder of Durmukha passed away - Odisha News". incredibleorissa.com. 2012. Archived from the original on 11 October 2013. Retrieved 14 July 2013.
Born to Kanduri Dasa and Mauna Devi at Tarjang village under Bari Derabis of Kendrapara district
{{cite web}}:|first=missing|last=(help) - ↑ "ଆର୍କାଇଭ୍ କପି". Archived from the original on 2012-09-19. Retrieved 2012-09-18.
{{cite web}}: Cite has empty unknown parameter:|1=(help) - ↑ http://www.thesamaja.com/news_view.php?news_id=40357
- ↑ http://timesofindia.indiatimes.com/city/bhubaneswar/Achyutananda-Kar-passes-away/articleshow/16439942.cms
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2012-09-18.
{{cite web}}: Cite has empty unknown parameter:|1=(help) - ↑ "Noted satirical writer Achyutananda Kar passed away". news.webindia123.com. 2012. Retrieved 14 July 2013.
He was later cremated at Khannagar crematorium
[permanent dead link]