ଅଭିଧର୍ମ ପିଟକ
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା ·
ଧର୍ମଗ୍ରନ୍ଥ |
ଅଭିଧର୍ମ ପିଟକ (ଇଂରାଜୀ: Basket of Higher Doctrine — “ଉଚ୍ଚ ଧର୍ମର ଝୁଡ଼ି”; ଭିଏତନାମି: Tạng Vi diệu Pháp) ହେଉଛି ପାଳି ତ୍ରିପିଟକର ତିନି ଗ୍ରନ୍ଥ ମଧ୍ୟରୁ ଅନ୍ୟତମ । ଏଥିରେ ବୌଦ୍ଧ ଧର୍ମର ବିଶେଷ ଲକ୍ଷଣଯୁକ୍ତ ଧାର୍ମିକ ବ୍ୟାଖ୍ୟା ସଂଗୃହିତ ହୋଇଛି । ତ୍ରିପିଟକର ଅନ୍ୟ ଦୁଇ ଅଂଶ ହେଲେ ବିନୟ ପିଟକ ଓ ସୂତ୍ର ପିଟକ ।
ସାରାଂଶ ଓ ସ୍ୱରୂପ
[ସମ୍ପାଦନା]ଅଭିଧର୍ମ ପିଟକ ବୁଦ୍ଧଙ୍କ ସୁତ୍ତଗୁଡିକର ଶିକ୍ଷା ଉପରେ ଆଧାରିତ ଏକ ବିସ୍ତୃତ ଶାସ୍ତ୍ରୀୟ ବିଶ୍ଳେଷଣ ଓ ସାରସଂଗ୍ରହ । ଏଠାରେ ସୁତ୍ତମାନଙ୍କୁ ଏକ ବିଧିବଦ୍ଧ ସିଦ୍ଧାନ୍ତାତ୍ମକ ପଦ୍ଧତିରେ ପୁନଃ ସଂଯୋଜନ କରାଯାଇଛି, ଯାହାକୁ “ବୌଦ୍ଧ ମନୋବିଜ୍ଞାନ” (Buddhist Psychology) ବୋଲି କୁହାଯାଇପାରେ । ସୁତ୍ତମାନଙ୍କରେ ବିକିରିତ ଧାରଣା ଓ ଶିକ୍ଷାଗୁଡ଼ିକୁ ଏଠାରେ ସଂଗଠିତ ଓ ବିଜ୍ଞାନମୂଳକ ଆକାର ଦିଆଯାଇଛି । ଅଭିଧର୍ମ ପିଟକ ଭାରତର ପ୍ରାଚୀନ ବୌଦ୍ଧ ପାଠଶାଳାମାନଙ୍କ ଦ୍ୱାରା ରଚିତ ଅଭିଧର୍ମ ସାହିତ୍ୟର ଅନେକ ଉଦାହରଣ ମଧ୍ୟରୁ ଗୋଟିଏ । ଏହି ସାହିତ୍ୟ ଶ୍ରେଣୀ ଗଭୀର ତତ୍ତ୍ୱଜ୍ଞାନ, ବିଶ୍ଳେଷଣ ଓ ଦାର୍ଶନିକ ଗ୍ରନ୍ଥଗୁଡ଼ିକର ଅବଲମ୍ବନରେ ରଚିତ । ଅଭିଧର୍ମ ପିଟକ ଭିତରେ ଗୋଟିଏ ଗ୍ରନ୍ଥ ଅନ୍ୟ ବୌଦ୍ଧ ସଂପ୍ରଦାୟମାନଙ୍କ ସହ ତତ୍ତ୍ୱଭିନ୍ନତା ବିଷୟରେ ଚର୍ଚ୍ଚା କରେ । ଏହି ପିଟକ ବୌଦ୍ଧ ପରମ୍ପରାର ଧାର୍ମିକ କାର୍ଯ୍ୟକ୍ରମର ଅଂଗ ଭାବେ ଶବସଂସ୍କାର ଓ ପର୍ବପର୍ବାଣୀରେ ନିୟମିତ ଭାବରେ ପାଠ ହୁଏ ।[୧][୨]
ଉତ୍ପତ୍ତି
[ସମ୍ପାଦନା]ପାରମ୍ପରିକ ଆଖ୍ୟାନ ଅନୁସାରେ, ବୁଦ୍ଧ ତାଙ୍କ ଜ୍ଞାନଲାଭ ପରେ ତୁରନ୍ତ ଅଭିଧର୍ମ ଚିନ୍ତନ କଲେ ଓ କିଛି ବର୍ଷ ପରେ ଦେବତାମାନଙ୍କୁ ଏହା ଶୂଣାଇଲେ । ପରେ ବୁଦ୍ଧ ଏହାକୁ ସାରିପୁତ୍ତଙ୍କ ସମ୍ମୁଖରେ ପୁନଃ ପ୍ରସ୍ତୁତ କଲେ ଓ ପରେ ସାରିପୁତ୍ତ ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଲେ । ଏହି ପରମ୍ପରା ବିନୟ ପିଟକର ପରିବାର ଅଂଶରେ ମଧ୍ୟ ଦେଖାଯାଏ, ଯେଠାରେ ଏକ ଶ୍ଲୋକରେ ବୁଦ୍ଧଙ୍କୁ “ତିନିଟି ପିଟକର ଶ୍ରେଷ୍ଠ ଶିକ୍ଷକ (ସିଂହ)” ଭାବେ ସ୍ତୁତି କରାଯାଇଛି । କିନ୍ତୁ ଆଧୁନିକ ପଶ୍ଚିମ ଗବେଷକମାନଙ୍କ ମତାନୁସାରେ, ଅଭିଧର୍ମ ପିଟକ ବୁଦ୍ଧଙ୍କ ପରେ ପ୍ରାୟ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ (ତାଙ୍କ ମୃତ୍ୟୁ ପରେ 100-200 ବର୍ଷ) ରଚିତ । ଏହି କାରଣରୁ, ଅନେକ ଗବେଷକମାନେ ମାନନ୍ତି ଯେ ଏହି ଅଭିଧର୍ମ ଗ୍ରନ୍ଥର ସାତୋଟି ଅଂଶ ବୁଦ୍ଧଙ୍କ ସ୍ଵୟଂକୃତ ଶବ୍ଦ ନୁହେଁ, ବରଂ ତାଙ୍କ ଶିଷ୍ୟ ଓ ପରବର୍ତ୍ତୀ ବୌଦ୍ଧ ପଣ୍ଡିତମାନଙ୍କ ରଚନା ।
ଅଭିଧର୍ମ ସାହିତ୍ୟ ସମ୍ଭବତଃ ସୁତ୍ତମାନଙ୍କର ବ୍ୟାଖ୍ୟା ଓ ବିସ୍ତାର ଭାବେ ଆରମ୍ଭ ହୋଇ ପରେ ସ୍ୱତନ୍ତ୍ର ତତ୍ତ୍ୱର ବ୍ୟୁତ୍ପତ୍ତି କଲା । ପାଳି ଭାଷାର ପ୍ରାରମ୍ଭିକ ଗ୍ରନ୍ଥମାନଙ୍କରେ ଅଭିଧର୍ମ ପିଟକର ଉଲ୍ଲେଖ ନ ଥିଲା । ପ୍ରଥମ ବୌଦ୍ଧ ସଂଘୀୟ ପରିଷଦର କିଛି ବିବରଣୀରେ ବିନୟ ପିଟକ ଓ ନିକାୟମାନଙ୍କ ଉଲ୍ଲେଖ ଅଛି, କିନ୍ତୁ ଅଭିଧର୍ମର ଉଲ୍ଲେଖ ନାହିଁ ।
ଗବେଷକ ରୁପର୍ଟ ଗେଥିନ (Rupert Gethin) ମତାନୁସାରେ, ଅଭିଧର୍ମ ପଦ୍ଧତିର କେତେକ ମୂଳ ଉପାଦାନ ବୁଦ୍ଧଙ୍କ ଜୀବନକାଳ ମଧ୍ୟରେ ରଚିତ ହୋଇପାରେ ।[୩]
ବିଷୟବସ୍ତୁ
[ସମ୍ପାଦନା]ଅଭିଧର୍ମ ପିଟକ ସାତଟି ଗ୍ରନ୍ଥରୁ ଗଠିତ[୪] —
- ଧମ୍ମସଙ୍ଗଣୀ (Dhammasaṅgaṇī) (ଧର୍ମର ସାର)
- ବିଭଙ୍ଗ (Vibhaṅga)( ବିଭାଗ)
- ଧାତୁକଥା (Dhātukathā)(ତତ୍ତ୍ଵ ବିଷୟ)
- ପୁଗ୍ଗଳପଞ୍ଜତ୍ତି (Puggalapaññatti)(ବ୍ୟକ୍ତି ବିଶେଷଙ୍କ ଉପାଧୀ)
- କଥାଵତ୍ଥୁ (Kathāvatthu)(ବିବାଦର ବିଷୟ)
- ଯମକ (Yamaka)(ଯୋଡ଼ି)
- ପଠ୍ଠାନ (Paṭṭhāna)(କାରଣ)
ପାଳି ଅଭିଧର୍ମ ସଂଗ୍ରହର ଅନ୍ୟ ପ୍ରାଚୀନ ବୌଦ୍ଧ ସଂପ୍ରଦାୟମାନଙ୍କ ଦ୍ୱାରା ସ୍ୱୀକୃତ ଅଭିଧର୍ମ ଗ୍ରନ୍ଥମାନଙ୍କ ସହ ବିଶେଷ ସାମ୍ୟତା ଦେଖିବାକୁ ମିଳେ ନାହିଁ ।[୫][୬]
ଆଧାର
[ସମ୍ପାଦନା]- ↑ Strong, John S. (1992). The Legend and Cult of Upagupta (in English). Princeton and Oxford: Princeton University Press. p. xi. ISBN 0-691-07389-9.
{{cite book}}: CS1 maint: unrecognized language (link) - ↑ Swearer, Donald K. (1992). "A Summary of the Seven Books of the Abhidhamma". In Donald S. Lopez (ed.). Buddhism in Practice (in English). Princeton and Oxford: Princeton University Press. pp. 336–342. ISBN 0691044422.
{{cite book}}: CS1 maint: unrecognized language (link) - ↑ Foundations of Buddhism, Oxford University Press, 1998, page 48
- ↑ "Abhidhamma Pitaka | Buddhist Canon, Theravada Texts | Britannica". www.britannica.com (in ଇଂରାଜୀ). Retrieved 2025-10-16.
- ↑ "Buddhism." Encyclopædia Britannica. Ultimate Reference Suite. Chicago: Encyclopædia Britannica, 2008.
- ↑ Kanai Lal Hazra, Pali Language and Literature - A Systematic Survey and Historical Survey, 1994, Vol. 1, page 415
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |