Jump to content

ଅଭୟ କୁମାର ନାୟକ

ଉଇକିପିଡ଼ିଆ‌ରୁ
(Abhay Kumar Nayakରୁ ଲେଉଟି ଆସିଛି)
ଅଭୟ କୁମାର ନାୟକ
ଜନ୍ମ
ପାଟେଣୀ, ଜଗତସିଂହପୁର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିପୂର୍ବତନ କୁଳସଚିବ
ସକ୍ରିୟ ବର୍ଷ୨୦୦୯-୨୦୨୫
ଚାକିରିକ୍ଷେତ୍ର(ସମୂହ)ନାଇଜର, ଜଟଣୀ
ଉଲ୍ଲେଖନୀୟ କୃତିଦେବଦୂତି
ବୈବାହିକ-ସାଥୀମଧୁସ୍ମିତା ନାୟକ
ସନ୍ତାନଅମୃତା ନାୟକ (କନ୍ୟା), ଅମ୍ଳାନ ନାୟକ (ପୁତ୍ର)
ପିତାମାତାଦାମୋଦର ନାୟକ, ଚମ୍ପାଦେବୀ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[]

ଅଭୟ କୁମାର ନାୟକ ଜଣେ ଓଡ଼ିଆ-ଭାଷୀ ଗାଳ୍ପିକ । ସେ ଦେବଦୂତି ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଏକାଧାରରେ ଜଣେ ଆଧ୍ୟାତ୍ମବାଦୀ, ଶିକ୍ଷାବିତ୍, ସମାଜସେବୀ, ଅର୍ଥନୀତିଜ୍ଞ, ପ୍ରାବନ୍ଧିକ ଓ ଗାଳ୍ପିକ ଭାବେ ଜଣାଶୁଣା ଅଭୟ ଜଣେ ମେଧାବୀ ଛାତ୍ର ଥିଲେ । ସେ ଯଥାକ୍ରମେ ଶ୍ରୀକୃଷ୍ଣ ଏକାଡେମୀରୁ ୧୯୮୦ରେ ମାଟ୍ରିକ୍, ସ୍ବାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରୁ ସ୍ନାତକ, ରେଭେନସାରୁ ଅର୍ଥନୀତିରେ ସ୍ନାତକୋତ୍ତର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଏମ୍ ଫିଲ୍, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ । ସମୟକ୍ରମେ ସେ ଆଇନରେ ସ୍ନାତକ, ଏମବିଏ, ଏମସିଏ ଶିକ୍ଷା ଲାଭ କରି ପ୍ରଥମେ ଅଧ୍ୟାପକ, ପରେ ଭାରତୀୟ ରେଳବାଇରେ ଆକାଉଣ୍ଟସ ଅଫିସର, ରାଜ୍ୟ ସରକାରଙ୍କ ନିୟୋଜନ ବିଭାଗରେ ଏବଂ କାନପୁର ଆଇଆଇଟିରେ ଆସିଷ୍ଟାଣ୍ଟ ଓ ଡେପୁଟୀ ରେଜିଷ୍ଟ୍ରାର୍ ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ । ୨୦୦୯ରେ ସେ ନାଇଜର କୁଳସଚିବ ଭାବେ ଦାୟିତ୍ବ ଗ୍ରହଣ କରି ୨୦୨୫ରେ ଅବସର ନେଇଥିଲେ । ଏପରି ସଫଳତା ପାଇବାରେ ସେ ଥିଲେ ପ୍ରଥମ ଓଡିଆ । ବୃତ୍ତିଗତ ଜୀବନକୁ ବାଦ୍ ଦେଲେ ସାହିତ୍ୟ ହେଉଛି ତାଙ୍କ ଜୀବନର ବ୍ରତ ।[]

ରଚନାବଳୀ

[ସମ୍ପାଦନା]

କ୍ଷୁଦ୍ର ଗଳ୍ପ

[ସମ୍ପାଦନା]
  • ଦେବଦୂତି
  • ପାଦଚିହ୍ନ
  • ଶ୍ରଦ୍ଧାଧାରା
  • ଆନନ୍ଦମୟ ଶ୍ରୀଜଗନ୍ନାଥ
  • ଆଚରଣରେ ଶ୍ରୀଜଗନ୍ନାଥ
  • ଆର୍ତ୍ତତ୍ରାଣ ଶ୍ରୀଜଗନ୍ନାଥ ୪ଖଣ୍ଡ
  • ଚରଣେ ଶରଣ
  • ଦିବ୍ୟ ଅନୁଭବରେ ଶ୍ରୀଗୁରୁଦେବ
  • ନୀଳଚକ୍ର
  • ଶରଧାବାଲି
  • ବାଇଶି ପାହାଚ
  • ଶ୍ରୀଜଗନ୍ନାଥ
  • ଆମ କାଳିଆ ସାଆନ୍ତ

ଆଧ୍ୟାତ୍ମିକ

[ସମ୍ପାଦନା]
  • ଗୁରୁକୃପା ୬ଖଣ୍ଡ
  • ଦିବ୍ୟ ସମ୍ଭାଷଣ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.{{cite news}}: CS1 maint: unrecognized language (link)
  2. https://dharitriepaper.in/edition/19025/chhutidina/page/6