Jump to content

ଅଭୟ ଦ୍ୱିବେଦୀ

ଉଇକିପିଡ଼ିଆ‌ରୁ
(Abhay Dwivediରୁ ଲେଉଟି ଆସିଛି)
ଅଭୟ ଦ୍ୱିବେଦୀ
ଜନ୍ମ (1957-03-19) ୧୯ ମାର୍ଚ୍ଚ ୧୯୫୭ (ବୟସ ୬୮)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଛାଇ ସମୟ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[]

ଅଭୟ ଦ୍ୱିବେଦୀ ଜଣେ ଓଡ଼ିଆ-ଭାଷୀ ଲେଖକ । ସେ ଛାଇ ସମୟ ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଅଭୟ ଓସମାନିଆ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରି କିଛି ବର୍ଷ ପାଇଁ କର୍ପୋରେଟ୍ ସଂସ୍ଥାରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ । ୨୦୦୪ରୁ ପ୍ରାୟ ୫ବର୍ଷ କାଳ ଆମେରିକାରେ ଅବସ୍ଥାନ କଲେ । ପରେ ଭଦ୍ରକରେ ନିଜସ୍ୱ ପ୍ରିଣ୍ଟିଂ ପ୍ରେସ୍ ପ୍ରତିଷ୍ଠା କଲେ । ୨୦୧୩ରୁ ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ପତ୍ରିକା 'ପ୍ରତିନିଧି'ର ସୃଜନୀ ସମ୍ପାଦକ ହେଲେ । ୨୦୨୦ରେ ପ୍ରତିଷ୍ଠିତ ରାଜନୀତି ଓ ନିର୍ବାଚନୀ ସଂପର୍କୀୟ ଶିକ୍ଷା ଓ ଗବେଷଣାତ୍ମକ ଜାତୀୟ ଅନୁଷ୍ଥାନର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ସୁପରିଚିତ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ ଓ ପ୍ରମୁଖ ସମ୍ବାଦପତ୍ରର ନିୟମିତ ସ୍ତମ୍ବକାର ।

ରଚନାବଳୀ

[ସମ୍ପାଦନା]

ପ୍ରବନ୍ଧ ଓ ଆଲୋଚନା

[ସମ୍ପାଦନା]
  • ସିନ୍ଦୂରା ଫାଟିବାର ବେଳ ୨୦୦୩
  • ପ୍ରତିବିମ୍ବର ପ୍ରତିଧ୍ୱନି ୨୦୦୪
  • ମୋ ପରି ଆଉଜଣେ ( ଆମେରିକା ଭ୍ରମଣ କାହାଣୀ) ୨୦୧୨
  • ଛାଇ ସମୟ ୨୦୧୬
  • ପୁଣ୍ୟଶ୍ଳୋକା ୨୦୧୬
  • ଶହୀଦ ପ୍ରଣାମ ୨୦୧୭
  • ଅର୍ଦ୍ଧ ଆକାଶ ୨୦୧୮
  • ଉତ୍ତରଣ ୨୦୧୮
  • ଧୂସର ଇଲାକା ୨୦୧୯
  • କେତୋଟି ବହିର କୁହୁକ ୨୦୧୯
  • ପ୍ରଥମ ପାହାଚ ୨୦୨୦
  • ଶହୀଦ ସ୍ମରଣେ ୨୦୨୦
  • ଅଚିହ୍ନା ପୃଥିବୀ ୨୦୨୧
  • ଓଡ଼ିଶାର ଅମର ଶହୀଦ ୨୦୨୩
  • ଆର୍ଟିଫିସିସାଅଲ ଇଣ୍ଟେଲିଜେନ୍ସ କ'ଣ ଓ କାହିଁକି ୨୦୨୩

ସମ୍ପାଦନା

[ସମ୍ପାଦନା]
  • ଭଦ୍ରଣୀ (ଭଦ୍ରକର ସାଂସ୍କୃତିକ ଇତିହାସ)
  • କବି କମଳାକାନ୍ତ : ମତ, ଅଭିମତ, ଭିନ୍ନମତ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.