Jump to content

ଅଜିତ ନାଥ ରାୟ

ଉଇକିପିଡ଼ିଆ‌ରୁ
(A. N. Rayରୁ ଲେଉଟି ଆସିଛି)
ଅଜିତ ନାଥ ରାୟ
୧୪ତମ Chief Justice of India
କାର୍ଯ୍ୟକାଳ
26 April 1973 – 28 January 1977
Appointed byବରାହଗିରି ଭେଙ୍କଟଗିରି
ପୂର୍ବ ଅଧିକାରୀସର୍ବ ମିତ୍ର ସିକ୍ରି
ପର ଅଧିକାରୀମିର୍ଜା ହମୀଦୁଲ୍ଲା ବେଗ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-01-29)୨୯ ଜାନୁଆରୀ ୧୯୧୨
ମୃତ୍ୟୁଛାଞ୍ଚ:D-da
କଲିକତା, India
ଜାତୀୟତାଭାରତୀୟ
Ajit Ray administering the oath of President of India to Fakhruddin Ali Ahmed, 1974

ଅଜିତ ନାଥ ରାୟ (୨୯ ଜାନୁଆରୀ ୧୯୧୨– ୨୫ ଡିସେମ୍ବର ୨୦୦୯) ୨୫ ଏପ୍ରିଲ ୧୯୭୩ରୁ ୨୮ ଜାନୁଆରୀ ୧୯୭୭ ପର୍ଯ୍ୟନ୍ତ ଅବସର ନେବା ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଥିଲେ ।[]

୧୯୬୯ ମସିହାରେ ବ୍ୟାଙ୍କ ଜାତୀୟୀକରଣ ଆଇନର ସମ୍ବିଧାନିକତା ଯାଞ୍ଚ କରିଥିବା ସୁପ୍ରିମକୋର୍ଟଙ୍କ ୧୧ ଜଣ ନ୍ୟାୟାଧୀଶଙ୍କ ମଧ୍ୟରୁ ରାୟ ଏକମାତ୍ର ରାୟ-ବିରୋଧୀ (dissenter) ଥିଲେ। ସେ ପ୍ରେସିଡେନ୍ସି କଲେଜ, କଲିକତା, ଓରିଏଲ କଲେଜ, ଅକ୍ସଫୋର୍ଡ, ଗ୍ରେ’ସ୍ ଇନ୍ ଏବଂ କଲିକତା ଉଚ୍ଚ ନ୍ୟାୟାଳୟ ମାଧ୍ୟମରେ ସୁପ୍ରିମକୋର୍ଟକୁ ନିଯୁକ୍ତି ପାଇଥିଲେ । ତାଙ୍କ ପୁଅ ନ୍ୟାୟମୂର୍ତ୍ତି ଅଜୟ ନାଥ ରାୟ ଆଲାହାବାଦ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ।[]

ସଂକ୍ଷିପ୍ତ ଜୀବନ

[ସମ୍ପାଦନା]

ନ୍ୟାୟଧୀଶ ରାୟଙ୍କ ଜନ୍ମ ୨୯ ଜାନୁଆରୀ ୧୯୧୨ରେ ହୋଇଥିଲା । ସେ ୧୯୩୯ରେ ଇଂଲିଶ ବାରକୁ ଆମନ୍ତ୍ରିତ ହୋଇଥିଲେ ଏବଂ ୧ ମାର୍ଚ୍ଚ ୧୯୪୦ରେ କଲିକତା ହାଇକୋର୍ଟରେ ଓକିଲ ଭାବେ ନାମ ଭର୍ତ୍ତି କରିଥିଲେ । ୨୩ ଡିସେମ୍ବର ୧୯୫୭ରେ ସେ କଲିକତା ହାଇକୋର୍ଟରେ ନ୍ୟାୟାଧୀଶ ଭାବରେ ନିଯୁକ୍ତ ହୋଇଥିଲେ ।[]

ବିବାଦାସ୍ପଦ ନିଯୁକ୍ତି

[ସମ୍ପାଦନା]

ଅଗଷ୍ଟ ୧୯୬୯ରେ ସେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଏପ୍ରିଲ ୧୯୭୩ରେ ଭାରତର ମୁଖ୍ୟ ନ୍ୟାୟାଧୀଶ ହଲେ ।[]

୧୯୭୩ ମସିହାରେ କେଶବାନନ୍ଦ ଭାରତୀ ମାମଲା ରାୟ ପ୍ରକାଶ ପାଇବା ସହିତ, ନ୍ୟାୟମୂର୍ତ୍ତି ଅଜିତ ନାଥ ରାୟ (ଏ. ଏନ୍. ରାୟ) ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ଏହି ନିଯୁକ୍ତି ବିବାଦସ୍ପଦ ଥିଲା କାରଣ ଏହାର ଫଳରେ ତିନିଜଣ ବରିଷ୍ଠ ନ୍ୟାୟାଧୀଶ; ଜେ.ଏମ. ଶେଲଟ୍, କେ.ଏସ. ହେଗଡେ ଓ ଏ.ଏନ୍. ଗ୍ରୋଭରଙ୍କ ବରିଷ୍ଠତାକୁ ଉଲ୍ଲଂଘନ କରାଯାଇଥିଲା, ଯେଉଁମାନେ ସମସ୍ତେ କେଶବାନନ୍ଦ ଭାରତୀ ମାମଲାରେ ସରକାରଙ୍କ ବିରୋଧରେ ରାୟ ଦେଇଥିଲେ ।[][]

  1. ୧.୦ ୧.୧ "Justice A.N. Ray | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-07.
  2. Socialist India (in ଇଂରାଜୀ). Indian National Congress. All India Congress Committee. 1974.
  3. "Appointment of A.N.Ray". indianculture.gov.in/. Retrieved 7 December 2025.
  4. "Two hours given to Justice A N Ray to decide on CJI post?". The Economic Times. 2018-07-16. ISSN 0013-0389. Retrieved 2025-12-07.
  5. Keane, Debasish Roy Chowdhury & John (2021-12-21). "From checks and balances to compliance: How the judiciary has responded to government pressure". Scroll.in (in ଇଂରାଜୀ). Retrieved 2025-12-07.