୩ୟ ଲୋକ ସଭା

ଉଇକିପିଡ଼ିଆ‌ରୁ
(3rd Lok Sabhaରୁ ଲେଉଟି ଆସିଛି)


୩ୟ ଲୋକ ସଭା ୧୯୬୨ ମସିହାରେ ଗଠିତ ହୋଇଥିଲା । ଏହି ଲୋକ ସଭା ୧୯୬୨ ମସିହାର ସାଧାରଣ ନିର୍ବାଚନ ପରେ ୨ ଅପ୍ରେଲ ୧୯୬୨ରୁ ଆରମ୍ଭ ହୋଇ ପାଞ୍ଚ ବର୍ଷ ପରେ ୩ ମାର୍ଚ୍ଚ ୧୯୬୭ରେ ଶେଷ ହୋଇଥିଲା । ୧୯୫୭ର ନିର୍ବାଚନ ପରେ ରାଜ୍ୟସଭାର ୧୫ ଜଣ ସଦସ୍ୟ ୨ୟ ଲୋସଭାକୁ ମନୋନୀତ ହୋଇଥିଲେ । ଏହି ଲୋକ ସଭାରେ ସମୁଦାୟ ୪୯୪ଟି ଆସନ ପାଇଁ ନିର୍ବାଚନ ହୋଇଥିଲା, ଯେଉଁଥିରୁ କଂଗ୍ରେସ ଦଳ ସମୁଦାୟ ୩୬୧ଟି ଆସନରେ ବିଜୟଲାଭ କରିଥିଲା ।[୧] ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ସରିବା ପରେ ରାଜ୍ୟସଭାରୁ ୧୪ ଜଣ ପାର୍ଥୀ ମନୋନୀତ ହୋଇ ଲୋସଭାକୁ ଆସିଥିଲେ ।[୨]

ଜବାହାରଲାଲ ନେହେରୁ ୧ମ ଲୋକ ସଭା ଏବଂ ୨ୟ ଲୋକ ସଭାର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତୃତୀୟ ଲୋକ ସଭାର ମଧ୍ୟ ପ୍ରଧାନମନ୍ତ୍ରୀ ହେଲେ ଏବଂ ତାଙ୍କର ୨୭ ମଇ ୧୯୬୪ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ନେହେରୁଙ୍କର ମୃତ୍ୟୁପରେ ଗୁଲଜାରୀଲାଲ ନନ୍ଦା ଅସ୍ଥାୟୀ ପ୍ରଧାନମନ୍ତ୍ରୀ ଭାବରେ ୧୩ ଦିନ ଲୋକ ସଭା ଚଳାଇଥିଲେ ଏବଂ ୯ ଜୁନ ୧୯୬୪ରେ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିଥିଲେ । ଏହାପରେ ୧୧ ଜାନୁଆରୀ ୧୯୬୬ରେ ଶାସ୍ତ୍ରୀଙ୍କର ମୃତ୍ୟପରେ ପୁଣିଥରେ ଗୁଲଜାରୀଲାଲ ନନ୍ଦା ୧୩ ଦିନ ପାଇଁ ଅସ୍ଥାୟୀ ଭାବରେ ଲୋକ ସଭାର ଦାୟିତ୍ୱ ତୁଲାଇଥିଲେ ଏବଂ ୨୪ ଜାନୁଆରୀ ୧୯୬୬ରେ ନେହେରୁଙ୍କର ଝିଅ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ, ଯିଏକି ସେତେବେଳେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ଥିଲେ ।

୧୯୬୨ରୁ ୧୯୬୭ ଯାଏଁ ୩ୟ ଲୋକ ସଭା କାର୍ଯ୍ୟ କରିବାପରେ ୧୯୬୭ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୪ ମାର୍ଚ୍ଚ ୧୯୬୭ରେ ୪ର୍ଥ ଲୋକ ସଭା ଗଠିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Third Lok Sabha". Lok Sabha Secretariat, New Delhi. Archived from the original on 3 ଜୁଲାଇ 2011. Retrieved 12 ଜାନୁଆରୀ 2010.
  2. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12.

ବାହାର ଆଧାର[ସମ୍ପାଦନା]