୧: ନେନ୍ଓକ୍କାଡ଼ିନେ

ଉଇକିପିଡ଼ିଆ ରୁ
(1: Nenokkadine ରୁ ଲେଉଟି ଆସିଛି)
Jump to navigation Jump to search
୧: ନେନ୍ଓକ୍କାଡ଼ିନେ
ନିର୍ଦ୍ଦେଶକସକୁମାର
ପ୍ରଯୋଜକରାମ ଅଚନ୍ତ
ଗୋପିଚାନ୍ଦ ଅଚନ୍ତ
ଅନିଲ ସୁଙ୍କାର
ସଂଳାପସୁକୁମାର
ଜାକ୍କା ହରିପ୍ରସାଦ
କଳାକାରମହେଶ ବାବୁ
କ୍ରୀତି ସନନ
ସଙ୍ଗୀତଦେବୀ ଶ୍ରୀ ପ୍ରସାଦ
ଚିତ୍ରଗ୍ରହଣଆର୍. ରତ୍ନବେଲୁ
ସମ୍ପାଦକକାର୍ତ୍ତିକ ଶ୍ରୀନିବାସ
Production
company
୧୪ ରିଲସ୍‌ ଇଣ୍ଟରଟେନମେଣ୍ଟ
ବିତରକଇରୋଜ୍ ଇଣ୍ଟରନେସ୍‌ନାଲ୍
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୧୪
କଥାଚିତ୍ରର ସମୟ
୧୪୯ ମିନିଟ୍[୧]
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୭୦ କୋଟି[୨]

୧: ନେନ୍ଓକ୍କାଡ଼ିନେ (ଓଡ଼ିଆ: ୧: ମୁଁ ଏକୁଟିଆ), ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅଚନ୍ତ, ଗୋପିଚାନ୍ଦ ଅଚନ୍ତ ଓ ଅନିଲ ସୁଙ୍କାର । ସୁକୁମାର ଓ ଜାକ୍କା ହରିପ୍ରସାଦ ଏହି ଚଳଚ୍ଚିତ୍ରଟିର କାହାଣୀ ରଚନା କରିଥିଲେ । ସକୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ କ୍ରୀତି ସନନ । କ୍ରୀତି ଏହି କଥାଚିତ୍ର ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।[୩] ମହେଶ ବାବୁ ଏହି କଥାଚିତ୍ରରେ ଜଣେ ରକ୍‌ଷ୍ଟାର ତ‌ଥା ମାନସିକ ରୋଗୀ ଭୂମିକାରେ ଅଭିନୟ କରିଥିଲେ । ମହେଶ ବାବୁଙ୍କର ପୁଅ ଗୌତମ ଏହି କଥାଚିତ୍ରରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲା ।[୪] ଅନୁ ହାସନ, ଆନନ୍ଦ, ନସାର୍, କେଲ୍ଲୀ ଦର୍ଜି, ପ୍ରଦୀପ ରାୱତ୍, ସିୟାଜୀ ସିନ୍ଧେ, ପଷଣୀ କ୍ରୀଷ୍ଣା ମୂରଲୀ, ଶ୍ରୀନିବାସ ରେଡ୍ଡୀ, ନବୀନ, ସୂର୍ଯ୍ୟ, ସୋଫିଏ ଚୌଧୁରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ମହେଶ ବାବୁ
  • କ୍ରୀତି ସନନ
  • ଗୌତମ କ୍ରୀଷ୍ଣା
  • ଅନୁ ହାସନ
  • ଆନନ୍ଦ
  • ନସାର୍
  • କେଲ୍ଲୀ ଦର୍ଜି
  • ପ୍ରଦୀପ ରାୱତ୍
  • ସିୟାଜୀ ସିନ୍ଧେ
  • ପଷଣୀ କ୍ରୀଷ୍ଣା ମୂରଲୀ
  • ଶ୍ରୀନିବାସ ରେଡ୍ଡୀ
  • ନବୀନ
  • ସୂର୍ଯ୍ୟ
  • ସୋଫିଏ ଚୌଧୁରୀ

କାହାଣୀ[ସମ୍ପାଦନା]

ଗୌତମ (ମହେଶ ବାବୁ) ଜଣେ ରକ୍‌ଷ୍ଟାର, ଯାହାର ମସ୍ତଷ୍କର ସନ୍ତୁଳନ ଠିକ୍ ନଥାଏ । ସେ କିଛି କଥା ଏବଂ କିଛି ଘଟଣା ନିଜେ ନିଜେ ଭାବିନିଏ । ତେଣୁ ସେ ଜଣେ ଲୋକର ହତ୍ୟା କରିଛି ବୋଲି କ‌ହି ପୋଲିସ୍ ପାଖରେ ଆତ୍ମସମର୍ପଣ କରେ, ମାତ୍ର ସେମିତି କିଛି ହୋଇନଥିବା ସମୀରା (କ୍ରୀତି ସନନ) ନାମକ ଜଣେ ସାମ୍ବାଦିକ ନେଇଥିବା ଭିଡ଼ିଓରୁ ଜଣାପଡ଼େ । ଗୌତମର ମାଆ ବାପାଙ୍କୁ ହତ୍ୟା କରିଥିବା ତିନିଜଣ ଲୋକଙ୍କୁ ସେ ସବୁବେଳେ ଦେଖୁଥିଲା ତା'ର ଭ୍ରାନ୍ତ ଧାରଣାରେ । ସେତେବେଳେ ଗୌତମର ମସ୍ତିଷ୍କ ପରୀକ୍ଷା କରାଯାଏ ଏବଂ ତା' ମଧ୍ୟରେ ଥିବା ଅସୁବିଧା ଜଣାପଡ଼ିଯାଏ । ଏହାପରେ ଥରେ ରାତିରେ ଗୌତମର ଘରେ ତା' ଉପରେ ଆକ୍ରମଣ ହେଲା, ମାତ୍ର କେହି ତାକୁ ବିଶ୍ୱାସ କଲେ ନାହିଁ । ଏପରିକି ସେ ତା'ର କ୍ୟାମେରାରେ ନେଇଥିବା ଫଟୋଗୁଡ଼ିକୁ ମଧ୍ୟ ପାଇଲା ନାହିଁ ।

ଏହାପରେ ଗୌତମ ପଛରେ ସବୁ ସାମ୍ବାଦିକମାନେ ସାକ୍ଷାତକାର ପାଇଁ ଲାଗିପଡ଼ିଲେ, ତେଣୁ ସେ ଲୁଚି ଗୋଆ ଚାଲିଗଲା । ମାତ୍ର ସେଠାରେ ସମୀରା ମଧ୍ୟ ତା'ର ପିଛା କରି ପ‌ହଞ୍ଚିଗଲା ଏବଂ ସେ ଗୌତମର ମାନସିକ ସନ୍ତୁଳନର ଲାଭ ଉଠାଇ ତାକୁ ସବୁବେଳେ ଭ୍ରମିତ କରୁଥିବା ଏବଂ ଦୁଇଟି ରୂପରେ ଦେଖା କରୁଥିଲା । ସେଠାରେ ଗୌତମ ତା'ର ମନର ଭାବନାରେ ଥିବା ଜଣେ ବ୍ୟକ୍ତିକୁ ଦେଖିଲ, ମାତ୍ର ସେମିତି କେହି ନାହିଁ ବୋଲି ସମୀରା ତାକୁ ସବୁବେଳେ ମନା କରୁଥିଲା । ଏମିତିକି କେବେ କେବେ ଗୌତମ ଉପରେ ଆକ୍ରମଣ ମଧ ହେଇଥିଲା, ମାତ୍ର ସେ ବଞ୍ଚିଯାଇଥିଲା ।

ଥରେ ଗୌତମ ତା'ର ଜାହାଜରେ ଥିବାବେଳେ ତା ଉପରେ ଆକ୍ରମଣ ହେଲା, ସେତେବେଳେ ସମୀରା ବେହୋସ ଥିଲା, ତେଣୁ ସେ ତାକୁ ନେଇ ଏକ ପାରାସୁଟ୍ ସ‌ହିତ ସମୁଦ୍ରରେ ଚାଲିଗଲା ଏବଂ ଉଭୟଙ୍କର ଚେତା ଆସିଲାବେଳକୁ ସେମାନେ ଗୋଟିଏ ଦ୍ୱୀପରେ ଥିଲେ । ସେତେବେଳେ ଗୌତମ ସମୀରାର କ୍ୟାମେରା ପାଇଲା, ଏବଂ ସେ କରିଥିବା ନାଟକର କିଛି ଭିଡ଼ିଓ ସେଥିରୁ ଦେଖିଲା । ତେଣୁ ସେ ସମୀରାକୁ ଗାଳିଦେଲା, ମାତ୍ର ସମୀରା ସେ ସବୁ ତା'ର ଭଲ ପାଇଁ କରୁଥିଲା ବୋଲି କ‌ହି ସେଠାରୁ ଚାଲିଗଲା । ସମୀରା ଗଲାପରେ ସେଠାରେ ସେହି ଗୁଣ୍ଡାମାନେ ପ‌ହଞ୍ଚି ଗୌତମକୁ ଆକ୍ରମଣ କଲେ, କିନ୍ତୁ ପ୍ରକୃତରେ ସେମାନେ ଗୌତମକୁ ନୁହେଁ ସମୀରାକୁ ଆକ୍ରମଣ କରୁଥିଲେ । ଏହି ବିଷୟରେ ଗୌତମ ସମୀରାକୁ କ‌ହିଲା, ମାତ୍ର ସେ ବିଶ୍ୱାସ କଲା ଏବଂ ସେଠାରୁ ଲୁଚି ଚାଲିଆସିଲା ।

ଏହାପରେ ଗୌତମ ସମୀରାର ଘର ସାମ୍ନାରେ ସବୁଦିନେ ଜଗି ରହିଲା ଏବଂ ଥରେ ରାତିରେ କିଛି ଲୋକଙ୍କ ତା'ଘର ଆଡ଼କୁ ଲୁଚି ଲୁଚି ଆସୁଥିବାବେଳେ ଗୌତମ ତାଙ୍କ ଉପରେ ଆକ୍ରମଣ କଲା । କିନ୍ତୁ ସେମାନେ ସମୀରାର ସାଙ୍ଗମାନେ ଥିଲେ, ଯେଉଁମାନେ ତାକୁ ଜନ୍ମଦିନର ଶୁଭେଚ୍ଛା ଜଣେଇବା ପାଇଁ ରାତିରେ ଆସୁଥିଲେ । ଏହାପରେ ସମୀରା ଗୌତମକୁ ଗାଳି କରିବା ସ‌ହିତ, ତା'ଠାରୁ ଦୂରେଇ ରହିବାକୁ କ‌ହିଲା, ମାତ୍ର ସେତିକିବେଳେ ସତରେ କିଛି ଲୋକ ସମୀରା ଉପରେ ଆକ୍ରମଣ କଲେ । କିନ୍ତୁ ଗୌତମ, ସେ ସବୁକୁ ଭ୍ରମ ବୋଲି ଭାବୁଥିଲା । ପରେ ସେମାନେ ତାକୁ ମାଡ଼ ମାରିବାରୁ ତାକୁ ସତ ଲାଗିଲା, ଏହାପରେ ସମୀରାର ଗୌତମ କଥାରେ ବିଶ୍ୱାସ ଆସିଲା ।

ଏହାପରେ ସମୀରା ତା'ର ମାଲିକ ପାଖକୁ ଗୌତମକୁ ସାଙ୍ଗରେ ନେଇ ଯାଇଥିବାବେଳେ ଗୌତମ ପୁଣିଥରେ ଗୋଆରେ ଦେଖିଥିବା ସେ ଲୋକଟିକୁ ଦେଖିଲା ଏବଂ ତା'ର ହତ୍ୟା କରିଦେଲା । କିନ୍ତୁ ଯେତେବେଳେ ସମୀରା ସତରେ ସେ ଲୋକଟିକୁ ଦେଖିଲା, ସେତେବେଳେ ସେସବୁ ଗୌତମର ଭ୍ରମ ନୁହେଁ ବୋଲି ସେ ଜାଣିଲା । ଏହାପରେ ଗୌତମ ତା' ଘରେ ଯାଇ ଖୋଜିଲା ଏବଂ ତା'ର ସେ କ୍ୟାମେରାରେ ଉଠେଇଥିବା ଫଟୋ ପାଇଲା । ସେଥିରେ ସେ ଜଣଙ୍କର ନମ୍ବର ଖୋଜିଲା ଏବଂ ତା' ଠାରୁ ଜଣିଲା କି ତା'ର ବାପା ଲଣ୍ଡନରେ ଜଣେ ବୈଜ୍ଞାନିକ ଥିଲେ ଏବଂ ସେମାନେ ଭାରତ ଆସିଥିବାବେଳେ ତାଙ୍କର ହତ୍ୟା କରାଯାଇଥିଲା । ତେଣୁ ସେ ୩ୟ ବ୍ୟକ୍ତିକୁ ଖୋଜିବାକୁ ଏବଂ ତା'ର ବାପାଙ୍କଠାରୁ ମିଳିଥିବା ଗୋଟିଏ ଚାବିର ସନ୍ଧାନ କରିବାକୁ ସେ ଓ ସମୀରା ଲଣ୍ଡନ ଗଲେ ।

ମାତ୍ର ଲଣ୍ଡନରେ ତା' ଉପରେ ମଧ୍ୟ ଆକ୍ରମଣ ହେଲା । ଏହାପରେ ସେ ଗୋଟିଏ ବ୍ୟାଙ୍କ୍‌ରେ ତା'ର ବାପାଙ୍କର ଲକର୍ ଥିବାକଥା ଜାଣିଲା, ଯେଉଁଥିରେ କେବଳ ଗୋଟିଏ ଧାନକେଣ୍ଡା ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେ ସେହି ଧାନ‌କେଣ୍ଡା ବିଷୟରେ ଜାଣିଲା, ତା'ର ବାପାମାଆଙ୍କୁ ହତ୍ୟା କରିଥିବା ଲୋକଙ୍କ ବିଷୟର ଜାଣିଲା ଏବଂ ଶେଷ ଲୋକ‌କୁ ମାରି ତା'ର ପ୍ରତିଶୋଧ ମଧ୍ୟ ନେଲା ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଶ୍ରୀ ପ୍ରସାଦ ।[୫] ଚନ୍ଦ୍ରବୋଷ ଓ ଦେବୀ ଶ୍ରୀ ପ୍ରସାଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବୀ ଶ୍ରୀ ପ୍ରସାଦ, ନେହା ଭାସିନ୍, ସୁରଜ ସନ୍ତୋଷ, ଏମ୍.ଏମ୍.ସନ୍ତୋଷ, ପିୟୁଷ କପୁର, ପ୍ରିୟା ହେମେଷ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିକଣ୍ଠଶିଳ୍ପୀସମୟ
1."ହୁ ଆର୍ ୟୁ?"ଚନ୍ଦ୍ରବୋଷଦେବୀ ଶ୍ରୀ ପ୍ରସାଦ୦୪:୫୩
2."ଆୱ ତୁଜୋ ମୋହ୍ କର୍‌ତା"ଚନ୍ଦ୍ରବୋଷନେହା ଭାସିନ୍୦୪:୨୩
3."ଓ ସାୟୋଁରା ସାୟୋଁରା"ଚନ୍ଦ୍ରବୋଷସୁରଜ ସନ୍ତୋଷ, ଏମ୍.ଏମ୍.ସନ୍ତୋଷ୦୪:୪୪
4."ୟୁ ଆର୍ ମାଇଁ ଲଭ୍"ଚନ୍ଦ୍ରବୋଷ, ଦେବୀ ଶ୍ରୀ ପ୍ରସାଦଦେବୀ ଶ୍ରୀ ପ୍ରସାଦ, ପିୟୁଷ କପୁର୦୪:୩୪
5."ଲଣ୍ଡନ୍ ବାବୁ"ଚନ୍ଦ୍ରବୋଷପ୍ରିୟା ହେମେଷ୍୦୫:୧୬
Total length:୨୩:୪୯

ଆଧାର[ସମ୍ପାଦନା]

  1. Pasupulate, Karthik (11 January 2014). "Mahesh's Nenokkadine trimmed by 20 minutes". The Times of India. Archived from the original on 17 January 2016. Retrieved 17 January 2016.
  2. Shivakumar, S. (16 May 2014). "Painting magic". The Hindu. Archived from the original on 7 June 2014. Retrieved 18 January 2016.
  3. A. S., Sashidhar (5 October 2012). "Mahesh Babu to romance Kriti Sanon". The Times of India. Archived from the original on 6 July 2015. Retrieved 4 January 2016.
  4. "Mahesh Babu's son Gautam makes his debut". The Times of India. 8 July 2013. Archived from the original on 4 January 2016. Retrieved 4 January 2016.
  5. "DSP promises unique music for Mahesh Babu film". Sify. 4 September 2012. Archived from the original on 4 January 2016. Retrieved 4 January 2016.