ୱାଶିଂଟନ, ଡି.ସି.

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ୱାଶିଂଟନ୍, ଡି.ସି.
ରାଜଧାନୀ ସହର

ୱାଶିଂଟନ୍, ଡି.ସି., ୱାଶିଂଟନ୍ କିମ୍ବା ଡି.ସି ଭାବରେ ମଧ୍ୟ ଜଣାଶୁଣା, ଆମେରିକାର ରାଜଧାନୀ ଏବଂ ଫେଡେରାଲ୍ ଜିଲ୍ଲା ଅଟେ ।[୧] ଏହା ପୋଟୋମାକ୍ ନଦୀର ପୂର୍ବ କୂଳରେ ଅବସ୍ଥିତ। ଏହି ସହର ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ‌ଙ୍କ ନାମାନୁସାରେ ନାମିତ ହୋଇଛି ।[୨] ଏହା ଆମେରିକାର ସର୍ବାଧିକ ପର୍ଯ୍ୟଟକ ଆସୁଥିବା ସହର ମଧ୍ୟରୁ ଅନ୍ୟତମ, ୨୦୧୬ ମସିହାରେ ବାର୍ଷିକ ୨ କୋଟିରୁ ଅଧିକ ପରିଦର୍ଶକ ଆସିଥିଲେ |[୩][୪]

ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନରେ କଂଗ୍ରେସର ସ୍ୱତନ୍ତ୍ର ଅଧୀନରେ ଏହାକୁ ଫେଡେରାଲ୍ ଜିଲ୍ଲା ଭାବେ ସ୍ୱୀକୃତି ଦିଆଯାଏ; ଏହା କୌଣସି ଆମେରିକୀୟ ରାଜ୍ୟର ଅଂଶ ନୁହେଁ| ଜୁଲାଇ ୧୬, ୧୭୯୦ରେ ଆବାସିକ ଅଧିନିୟମ ସ୍ୱାକ୍ଷର ହେବାଦ୍ୱାରା ଦେଶର ପୂର୍ବ ତଟ ନିକଟ ପୋଟୋମାକ୍ ନଦୀ କୂଳରେ ଅବସ୍ଥିତ ରାଜଧାନୀ ଅନୁମୋଦନ କରାଯାଇଥିଲା। 1791 ମସିହାରେ ୱାଶିଂଟନ୍ ସହର ପ୍ରତିଷ୍ଠିତ ହୋଇଥିଲା ଏବଂ 1800 ମସିହାରେ କଂଗ୍ରେସ ଏହାର ପ୍ରଥମ ଅଧିବେଶନ କରିଥିଲା। 1880 ଦଶକରୁ ସହରକୁ ଏକ ରାଜ୍ୟରେ ପରିଣତ କରିବାକୁ ଉଦ୍ୟମ ଚାଲିଛି, ଗତ କିଛି ବର୍ଷ ମଧ୍ୟରେ ଏହି ଗତିବିଧି ବୃଦ୍ଧି ପାଇଛି ଏବଂ 2021 ମସିହାରେ ଏକ ରାଜ୍ୟ ଗଠନ ବିଲ୍ ଲୋକ ସଭାରେ ପାରିତ ହୋଇଛି।[୫]

2020 ଜନଗଣନା ଅନୁଯାୟୀ, ଏହାର ଜନସଂଖ୍ୟା 689,545 ଅଟେ[୬], ଯାହାକି ଆମେରିକାର 23ତମ ଜନବହୁଳ ସହର | ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ର ସରକାରଙ୍କ ତିନୋଟି ଶାଖା; କଂଗ୍ରେସ (ବିଧାନ ସଭା), ରାଷ୍ଟ୍ରପତି (କାର୍ଯ୍ୟନିର୍ବାହୀ) ଏବଂ ସୁପ୍ରିମକୋର୍ଟ (ନ୍ୟାୟିକ) ଏହି ସହରରେ ଅବସ୍ଥିତ। ୱାଶିଂଟନ‌ରେ ଅନେକ ଜାତୀୟ ସ୍ମାରକୀ ଏବଂ ସଂଗ୍ରହାଳୟ ରହିଛି, ମୁଖ୍ୟତ ନ୍ୟାସନାଲ୍ ମଲ୍ ଆଖପାଖରେ ଅବସ୍ଥିତ |ଏହି ସହରରେ 177ଟି ବିଦେଶୀ ଦୂତାବାସ ଏବଂ ବହୁ ଆନ୍ତର୍ଜାତୀୟ ସଂଗଠନ, ଟ୍ରେଡ ୟୁନିଅନ, ଏବଂ ବୃତ୍ତିଗତ ସଙ୍ଗଠନର ମୁଖ୍ୟାଳୟ ଅଛି, ଯେପରିକି ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଆମେରିକୀୟ ରାଜ୍ୟ ସଂଗଠନ, ନ୍ୟାସନାଲ୍ ଜିଓଗ୍ରାଫିକ୍ ସୋସାଇଟି, ଆମେରିକୀୟ ରେଡ୍ କ୍ରସ୍ ଇତ୍ୟାଦି |

ଆଧାର[ସମ୍ପାଦନା]

  1. "Introduction: Where Oh Where Should the Capital Be?". WHHA. Archived from the original on July 4, 2017. Retrieved February 24, 2018.
  2. "Washington, D.C. History F.A.Q." The Historical Society of Washington, D.C. May 27, 2014. Archived from the original on September 10, 2017. Retrieved March 7, 2018.
  3. "The 10 most-visited cities in the US this year". Insider. Archived from the original on March 7, 2018. Retrieved March 6, 2018.
  4. Cooper, Rebecca (May 9, 2017). "D.C. breaks another domestic tourism record". www.bizjournals.com. Washington Business Journal. Archived from the original on June 16, 2017. Retrieved February 24, 2018.
  5. Cochrane, Emily (2021-04-22). "House Approves D.C. Statehood, but Senate Obstacles Remain". The New York Times. ISSN 0362-4331. Archived from the original on April 23, 2021. Retrieved 2021-04-23.
  6. "2020 Population and Housing State Data". United States Census Bureau. Archived from the original on August 24, 2021. Retrieved 22 August 2021.