ୱାଇଆରଜିକେୟାର
| ୱାଇ. ଆର. ଗାଇଟୋଣ୍ଡ ସେଣ୍ଟର ଫର୍ HIV/AIDS ରିସର୍ଚ୍ଚ ଆଣ୍ଡ ଏଜୁକେସନ" (YRGCARE) | |
|---|---|
| ପ୍ରକାର | ଏନଜିଓ |
| ମୁଖ୍ୟାଳୟ | ଚେନ୍ନାଇ |
| ଅବସ୍ଥାନ | ଭାରତ |
| ମୁଖ୍ୟ ଲୋକ | ସୁନୀଲ ସୋଲୋମନ |
ୱାଇ. ଆର. ଗାଇଟୋଣ୍ଡ ସେଣ୍ଟର ଫର୍ HIV/AIDS ରିସର୍ଚ୍ଚ ଆଣ୍ଡ ଏଜୁକେସନ" (ୱାଇଆରଜିକେୟାର) ଭାରତର ଏକ ଏନଜିଓ, ଯାହା HIV/AIDS ସମ୍ପର୍କିତ କାର୍ଯ୍ୟ ଉପରେରେ କାମ କରେ। ଏହାକୁ ୧୯୯୩ ମସିହାରେ ଡାକ୍ତର ସୁନୀତି ସୋଲୋମନ ସ୍ଥାପିତ କରିଥିଲେ। ୨୦୧୮ ମସିହାରେ ରିପୋର୍ଟ ଅନୁସାରେ, ୱାଇଆରଜିକେୟାର ପ୍ରାୟ ୨୧,୦୦୦ ଲୋକଙ୍କୁ HIV ରୋଗ ନିରୋଧ ଏବଂ ଚିକିତ୍ସା ସେବା ଦେଇଛି।[୧][୨][୩][୪] ଡାକ୍ତର ସୁନୀତି ସୋଲୋମନଙ୍କ ମୃତ୍ୟୁ ପରେ, ଏହାର ନେତୃତ୍ୱ ଡାକ୍ତର ସୁନିଲ ସୋଲୋମନ ନେଇଛନ୍ତି।[୫][୬][୭][୮][୯][୧୦][୧୧]
ଇତିହାସ
[ସମ୍ପାଦନା]HIV ରୋଗ ସହ ଲଢ଼ିବାରେ ଯେତେ ସମସ୍ୟା ଥିଲା, ସେଗୁଡିକୁ ଦେଖି ଡାକ୍ତର ସୁନୀତି ସୋଲୋମନ ୧୯୯୩ ମସିହାରେ ୱାଇଆରଜିକେୟାର ସ୍ଥାପନା କରିଥିଲେ। ସଂଗଠନ ଆରମ୍ଭରେ କେବଳ ତିନିଜଣ ଲୋକ ଥିଲେ ଏବଂ ପ୍ରାଥମିକ ପରୀକ୍ଷା ସୁବିଧା ଦେଉଥିଲେ। ଡାକ୍ତର ସୁନୀତି ସୋଲୋମନ ସ୍କୁଲ ଛାତ୍ରଛାତ୍ରୀ, ସମୁଦାୟ ସଭା ଏବଂ ଅନ୍ୟାନ୍ୟ ସାମାଜିକ ଗୋଷ୍ଠୀଙ୍କ ସହ HIV ସମ୍ପର୍କିତ ସଚେତନତା ପ୍ରଘଟ କରିବା ଆରମ୍ଭ କରିଥିଲେ। ଯଦି କୌଣସି ସ୍ଥାନ ନଥିଲା, ସେ ଲଜ୍ ରୁମ ଭଡ଼ାରେ ନେଇ କାମ କରୁଥିଲେ। ପରେ, ତାଙ୍କର ବନ୍ଧୁମାନେ ନିଜ ଘରେ ସେବା ପାଇଁ ସ୍ଥାନ ଦେଇଥିଲେ। ପରେ ୱାଇଆରଜିକେୟାର ଚେନ୍ନାଇର ରମଣ ଗଳିରେ ଏକ ଛୋଟ ଘର ଭଡ଼ାରେ ନେଲେ। ଶେଷରେ, ଡାକ୍ତର ସୁନୀତି ସୋଲୋମନ Voluntary Health Services (VHS) ହସ୍ପିଟାଲ କ୍ୟାମ୍ପସ୍ର ଏକ ବ୍ୟବହୃତ ହେଉନଥିବା ଭବନକୁ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବହାର କଲେ ।
ୱାଇଆରଜିକେୟାର ବର୍ତ୍ତମାନ ବ୍ୟବହାରିକ ଓ ଚିକିତ୍ସା ସମ୍ପର୍କିତ ଅନୁସନ୍ଧାନ ଉପରେ କାର୍ଯ୍ୟ କରୁଛି ଏବଂ HIV/AIDS ରୋଗୀଙ୍କୁ ସେବା ଓ ସହାୟତା ପ୍ରଦାନ କରୁଛି। ୱାଇଆରଜିକେୟାର ର ଅନୁସନ୍ଧାନ ଉପରେ ଆଧାର କରି ୫୦ରୁ ଅଧିକ ମୂଳ ଲେଖା ପ୍ରସଙ୍ଗ ବିଭିନ୍ନ ପିୟର-ରିଭ୍ୟୁ ଚିକିତ୍ସା ସମ୍ପର୍କିତ ଜର୍ନାଲ୍ରେ ପ୍ରକାଶିତ ହୋଇଛି।[୧୨][୧୩][୧୪][୧୫][୧୬][୧୭]
ୱାଇଆରଜିକେୟାର ଆଇଡ଼ି ଲ୍ୟାବ୍
[ସମ୍ପାଦନା]ୱାଇଆରଜିକେୟାର ଆଇଡ଼ି ଲ୍ୟାବ୍ କୁ ୨୦୦୦ ମସିହାରେ ସ୍ଥାପିତ କରାଯାଇଥିଲା। ଏହି Infectious Diseases (ID) ଲ୍ୟାବ୍ ଚେନ୍ନାଇର VHS Hospital କ୍ୟାମ୍ପସ୍ରେ ଅବସ୍ଥିତ। ଏହାର କାମ HIV/AIDS ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମ୍ପର୍କିତ ଅନୁସନ୍ଧାନ କରିବା। ଏହି ଲ୍ୟାବ୍ ଜନ୍ ହପକିନ୍ସ ୟୁନିଭର୍ସିଟି ଏବଂ ବ୍ରାଉନ ୟୁନିଭର୍ସିଟିର ସହଯୋଗରେ କାର୍ଯ୍ୟ କରେ। ଏହାକୁ ଜାତୀୟ ସ୍ୱାସ୍ଥ୍ୟ ପରିଷଦର ଏକ ଆର୍ଥିକ ସମର୍ଥନ ମିଳିଛି।ଲ୍ୟାବଟି ସାଧାରଣ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଚିକିତ୍ସା ଶାସ୍ତ୍ର ସମ୍ପର୍କିତ ଅନୁସନ୍ଧାନ କରି ନୂତନ ଗବେଷଣା ପ୍ରକାଶ କରେ।[୧୮] ଏହା ରୋଗୀଙ୍କ ପାଇଁ ସଠିକ୍ ଚିକିତ୍ସା ଏବଂ ପ୍ରତିରୋଧ କାର୍ଯ୍ୟରେ ସାହାଯ୍ୟ କରେ।
ୱାଇଆରଜିକେୟାର ଆଇଡ଼ି ଲ୍ୟାବ୍ ଏକ ଅନ୍ତର୍ଜାତୀୟ ସହଯୋଗୀ ଗବେଷଣା କେନ୍ଦ୍ର, ଯାହା HIV/AIDS ଓ ସଂକ୍ରାମକ ରୋଗ ଉପରେ ଗବେଷଣା କରି ସେବା ଏବଂ ସଚେତନତା ପ୍ରଦାନ କରେ।
ଆଧାର
[ସମ୍ପାଦନା]- ↑ "Abbott, YRGCARE team up to track HIV, Hepatitis patterns". @businessline (in ଇଂରାଜୀ). 9 January 2018. Retrieved 2020-02-09.
- ↑ Kumarasamy, N.; Ranganathan, K.; Tappuni, A. R.; Challacombe, S. J. (April 2016). "Suniti Solomon, Founder-Director Y.R. Gaitonde Centre for AIDS Research and Education (YRGCARE)". Oral Diseases. 22 Suppl 1: 8–9. doi:10.1111/odi.12425. ISSN 1601-0825. PMID 26881420.
- ↑ Solomon, S. (January 1999). "Making care affordable". AIDS Action (43): 4. ISSN 0953-0096. PMID 12349192.
- ↑ "It's a doc from Mysore who treats Chennai's HIV kids". Deccan Herald (in ଇଂରାଜୀ). 2011-04-09. Retrieved 2020-02-09.
- ↑ "NACO to tie up with Johns Hopkins varsity, YRGCare to improve HIV care". The Indian Express (in ଆମେରିକୀୟ ଇଂରାଜୀ). 2016-07-28. Retrieved 2020-02-09.
- ↑ "Without My Consent — Women and HIV-Related Stigma in India – Population Reference Bureau" (in ଆମେରିକୀୟ ଇଂରାଜୀ). Retrieved 2020-02-09.
- ↑ "On World AIDS Day, resolve to fight HIV through preventive care". Hindustan Times (in ଇଂରାଜୀ). 2015-11-30. Retrieved 2020-02-09.
- ↑ "Brown Bag Seminar (7th Feb 2017)".
- ↑ Laurance, Jeremy (2015-11-07). "Suniti Solomon". The Lancet (in ଇଂରାଜୀ). 386 (10006): 1818. doi:10.1016/S0140-6736(15)00772-2. ISSN 0140-6736. PMID 26843302.
- ↑ Smith, Mike; Health, JH Bloomberg School of Public. "Preventing HIV One Bag at a Time". Johns Hopkins Bloomberg School of Public Health (in ଇଂରାଜୀ). Retrieved 2020-02-09.
- ↑ "On the Job at USAID: Meeting An Amazing Global Health Hero". USAID. Archived from the original on August 10, 2015. Retrieved 2020-02-09.
- ↑ "amfAR :: TREAT Asia Site Profile: Y.R. Gaitonde Centre for AIDS Research and Education (YRGCARE), Chennai, India :: The Foundation for AIDS Research :: HIV / AIDS Research". www.amfar.org. Archived from the original on 2018-12-02. Retrieved 2020-02-09.
- ↑ "YRG Centre for AIDS Research and Education (YRGCARE)". medicaleventsguide.com (in ଆମେରିକୀୟ ଇଂରାଜୀ). Retrieved 2020-02-09.
- ↑ "Indian Non-Profit YRGCARE Selects NetSuite to Support its Mission to Save More Lives". IndiaMedToday (in ଆମେରିକୀୟ ଇଂରାଜୀ). 2019-10-15. Retrieved 2020-02-09.
- ↑ "International Science Symposium on HIV & Infectious Diseases (ISSHID 2019), Sri Ramachandra Institute of Higher Education and Research (SRIHER), Chennai, Tamil Nadu, India | eMedEvents". www.emedevents.com. Retrieved 2020-02-09.
- ↑ Chandrasekaran, Anupama (2009-08-14). "Freedom to live with HIV | Suniti Solomon". Livemint (in ଇଂରାଜୀ). Retrieved 2020-02-09.
- ↑ "Yale Opens Center for Interdisciplinary Research on AIDS (CIRA) in India". YaleNews (in ଇଂରାଜୀ). 2005-02-03. Retrieved 2020-02-09.
- ↑ "Y.R. Gaitonde Centre for AIDS Research and Education (YRG), Taramani, Chennai, NABL Accredited Diagnostic Labs, Diagnostic Centres". www.qualityhealth.in. Archived from the original on 2020-09-29. Retrieved 2020-02-09.