୨୦୨୭ ଭାରତର ଜନଗଣନା

୨୦୨୭ ଭାରତୀୟ ଜନଗଣନା (ଅଥବା ୧୬ତମ ଭାରତୀୟ ଜନଗଣନା) ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି: ପ୍ରଥମେ '''ଗୃହ ସୂଚୀକରଣ ଏବଂ ଗୃହ ଗଣନା''' ପର୍ଯ୍ୟାୟ, ଯାହା ୧ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ; ତାହା ପରେ '''ଜନସଂଖ୍ୟା ଗଣନା''' ପର୍ଯ୍ୟାୟ ଫେବୃଆରୀ ୨୦୨୭ ରେ ନିର୍ଦ୍ଧାରିତ ହୋଇଛି।[୧]
ଭାରତରେ ଶେଷ ଜନଗଣନା ୨୦୧୧ରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ପରବର୍ତ୍ତୀ ଜନଗଣନା ୨୦୨୧ରେ ଅନୁଷ୍ଠିତ ହେବାର ଥିଲା । ଏହି ଜନଗଣନା ପ୍ରଥମେ ୨୦୨୧ ପାଇଁ ସୂଚିବଦ୍ଧ ହୋଇଥିଲା, ଯେଉଁଥିରେ ଗୃହ ସୂଚୀକରଣ ଏପ୍ରିଲ ୨୦୨୦ ରୁ ଆରମ୍ଭ ଓ ଜନସଂଖ୍ୟା ଗଣନା ୯ ଫେବୃଆରୀ ୨୦୨୧ ରେ ହେବାକୁ ଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା [୨]ଏବଂ ପରେ ୨୦୨୬–୨୭ ପାଇଁ ପୁନଃନିର୍ଦ୍ଧାରଣ କରାଯାଇଥିଲା।
ଏହି ୧୬ତମ ଜନଗଣନାରେ ୧୯୩୧ ପରେ ପ୍ରଥମ ଥର ପାଇଁ '''ଜାତି ଗଣନା''' ସମ୍ମିଳିତ ହୋଇଛି। ଲାଦାଖ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଏବଂ ଉତ୍ତରାଖଣ୍ଡ ପରି କିଛି ହିମାଲୟୀ ଏବଂ ହିମାଚ୍ଛାଦିତ ଅଞ୍ଚଳରେ ଗଣନା କାର୍ଯ୍ୟକଳାପ ସେପ୍ଟେମ୍ବର ୨୦୨୬ ରୁ ପୂର୍ବରୁ ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଛି।[୩]
ଏହି ଜନଗଣନା '''ଲୋକସଭା'''ରେ ଆସନ ପୁନର୍ବିତରଣ ପାଇଁ ହେବାକୁ ଥିବା '''ସୀମାନିର୍ଦ୍ଧାରଣ (Delimitation)''' ପ୍ରକ୍ରିୟାର ଆଧାର ହିସାବରେ କାମ କରିବ। ତଥାପି, ଭାରତ ସରକାର ପ୍ରଥମେ ବିଳମ୍ବ ରୋକିବା ଏବଂ '''ମହିଳା ଆରକ୍ଷଣ''' ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକରିତ କରିବା ପାଇଁ ୨୦୨୭ ଜନଗଣନା ପ୍ରତୀକ୍ଷା କରିବା ପରିବର୍ତ୍ତେ ୨୦୧୧ ଭାରତୀୟ ଜନଗଣନାର ତଥ୍ୟ ବ୍ୟବହାର କରିବା ପ୍ରସ୍ତାବ ଦେଇଥିଲା। ଏହା ପାଇଁ '''ଭାରତୀୟ ସଂବିଧାନ (୧୩୧ତମ ସଂଶୋଧନ) ବିଲ, ୨୦୨୬''' ପ୍ରସ୍ତୁତ କରାଯାଇଥିଲା,[୪] ଯାହା ୧୬ ଏପ୍ରିଲ ୨୦୨୬ ରେ ଲୋକସଭାରେ ପ୍ରସ୍ତୁତ ହୋଇଥିଲା, କିନ୍ତୁ ଉପସ୍ଥିତ ଏବଂ ଭୋଟ ଦେଇଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ବିଶେଷ ଅଧିକାଂଶ ଲାଭ କରିପାରିନଥିଲା ଏବଂ ୫୬ ଭୋଟରେ କମିଥିଲା। ଏହାର ପରିଣାମସ୍ୱରୂପ, '''ସୀମାନିର୍ଦ୍ଧାରଣ ଆଇନ, ୨୦୦୨''' ଅନୁଯାୟୀ, ପରବର୍ତ୍ତୀ ସୀମାନିର୍ଦ୍ଧାରଣ ପ୍ରକ୍ରିୟା ସହିତ ମହିଳା ଆରକ୍ଷଣ ପାଇଁ ମଧ୍ୟ ୨୦୨୭ ଜନଗଣନାକୁ ଆଧାର କରାଯିବ ବୋଲି ନିର୍ଣ୍ଣୟ ହୋଇଥିଲା।
ସେପ୍ଟେମ୍ବର ୨୦୧୯ ରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ ଏହି ଜନଗଣନା ମୋବାଇଲ୍ ଆପ୍ଲିକେଶନ୍ ଦ୍ୱାରା ଡିଜିଟାଲ୍ ଭାବରେ ଏବଂ ୧୬ଟି ଭାଷାରେ କରାଯିବ।[୫]
ଏହା ସହିତ, ଏହି ଜନଗଣନା ଭାରତରେ ପ୍ରଥମ ଥର ପାଇଁ '''ସ୍ୱୟଂ-ଗଣନା (Self-enumeration)''' ବ୍ୟବସ୍ଥା ଆରମ୍ଭ କରିଛି, ଯାହା ମାଧ୍ୟମରେ ନିବାସୀମାନେ ନିର୍ଦ୍ଦିଷ୍ଟ ଅନଲାଇନ୍ ପୋର୍ଟାଲ୍ ଦ୍ୱାରା ନିଜ ନିଜ ସୂଚନା ଦାଖଲ କରିପାରିବେ।[୬]
ତଥ୍ୟ ସଂଗ୍ରହ
[ସମ୍ପାଦନା]ଗୃହ ଗଣନା
[ସମ୍ପାଦନା]ଗୃହ ଗଣନା ବେଳେ ନିମ୍ନ ଲିଖିତ ପ୍ରାୟ ୩୧ଟି ତଥ୍ୟ ସଂଗ୍ରହ କରାଯାଏ ।[୭]
| କ୍ରମିକ ସଂଖ୍ୟା | ତଥ୍ୟ |
|---|---|
| ୧ | ଗୃହ ସଂଖ୍ୟା (ମ୍ୟୁନିସିପାଲ୍, ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଗଣନା ସଂଖ୍ୟା) |
| ୨ | ଗଣନା ଗୃହ ସଂଖ୍ୟା |
| ୩ | ଗଣନା ଗୃହର ମାଟି, ଦିଆଲ ଏବଂ ଛାଦର ପ୍ରମୁଖ ସାମଗ୍ରୀ |
| ୪ | ଗଣନା ଗୃହର ବ୍ୟବହାର ନିର୍ଦ୍ଧାରଣ |
| ୫ | ଗଣନା ଗୃହର ଅବସ୍ଥା |
| ୬ | ପରିବାର ସଂଖ୍ୟା |
| ୭ | ପରିବାରରେ ସାଧାରଣ ଭାବେ ବସବାସ କରୁଥିବା ମୋଟ ବ୍ୟକ୍ତି ସଂଖ୍ୟା |
| ୮ | ପରିବାରର ପ୍ରମୁଖଙ୍କ ନାମ |
| ୯ | ପରିବାରର ପ୍ରମୁଖଙ୍କ ଲିଙ୍ଗ |
| ୧୦ | ପରିବାର ପ୍ରମୁଖ ତାଲିକାଭୁକ୍ତ ଜାତି/ତାଲିକାଭୁକ୍ତ ଜନଜାତି/ଅନ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କି ନୁହେଁ |
| ୧୧ | ଗଣନା ଗୃହର ମାଲିକାନା ସ୍ଥିତି |
| ୧୨ | ପରିବାରର ଏକାଧିକାରରେ ଥିବା ବାସଗୃହର ସଂଖ୍ୟା |
| ୧୩ | ପରିବାରରେ ବସବାସ କରୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା |
| ୧୪ | ପ୍ରମୁଖ ପାନୀୟ ଜଳର ଉତ୍ସ |
| ୧୫ | ପାନୀୟ ଜଳ ଉତ୍ସର ଉପଲବ୍ଧତା |
| ୧୬ | ପ୍ରମୁଖ ଆଲୋକ ଯୋଗାଣ ଉତ୍ସ |
| ୧୭ | ଶୌଚାଳୟ ସୁବିଧା |
| ୧୮ | ଶୌଚାଳୟର ପ୍ରକାର |
| ୧୯ | ଜଳ ନିସ୍କାସନ ବ୍ୟବସ୍ଥା |
| ୨୦ | ସ୍ନାନ ସୁବିଧା |
| ୨୧ | ରନ୍ଧନଶାଳା ଏବଂ ଏଲପିଜି/ପିଏନଜି ସଂଯୋଗର ଉପଲବ୍ଧତା |
| ୨୨ | ରନ୍ଧନ ପାଇଁ ପ୍ରମୁଖ ଇନ୍ଧନ |
| ୨୩ | ରେଡିଓ/ଟ୍ରାନ୍ଜିଷ୍ଟର |
| ୨୪ | ଟେଲିଭିଜନ |
| ୨୫ | ଇଣ୍ଟରନେଟ ସଂଯୋଗ |
| ୨୬ | ଲ୍ୟାପଟପ୍/କମ୍ପ୍ୟୁଟର |
| ୨୭ | ଟେଲିଫୋନ/ମୋବାଇଲ୍ ଫୋନ/ସ୍ମାର୍ଟଫୋନ |
| ୨୮ | ସାଇକେଲ୍/ସ୍କୁଟର/ମୋଟରସାଇକେଲ୍/ମୋପେଡ୍ |
| ୨୯ | କାର୍/ଜିପ୍/ଭ୍ୟାନ୍ |
| ୩୦ | ପରିବାରରେ ପ୍ରମୁଖତଃ ବ୍ୟବହୃତ ଧାନ୍ୟ/ଶସ୍ୟ |
| ୩୧ | ମୋବାଇଲ୍ ନମ୍ବର |
ଜନସଂଖ୍ୟା ଗଣନା
[ସମ୍ପାଦନା]ଜନସଂଖ୍ୟା ଗଣନା ସାଧାରଣତଃ ଗୃହ ତାଲିକା ପର୍ଯ୍ୟାୟ ପରେ ୬ ରୁ ୮ ମାସ ମଧ୍ୟରେ କରାଯାଏ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଣନା କରାଯାଇ ତାଙ୍କର ବୟସ୍, ବିବାହ ସମ୍ବନ୍ଧୀୟ ସ୍ଥିତି, ଧର୍ମ, ତାଲିକାଭୁକ୍ତ ଜାତି/ତାଲିକାଭୁକ୍ତ ଜନଜାତି, ମାତୃଭାଷା, ଶିକ୍ଷା ମାନ, ଶାରୀରିକ ଅସମର୍ଥତା, ଆର୍ଥିକ କାର୍ଯ୍ୟକଳାପ, ସ୍ଥାନାନ୍ତରଣ, ଏବଂ ପ୍ରଜନନ କ୍ଷମତା (ମହିଳାଙ୍କ ପ୍ରସଙ୍ଗରେ) ସହିତ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଏ।[୮]
| କ୍ରମିକ ସଂଖ୍ୟା | ତଥ୍ୟ |
|---|---|
| ୧ | ବ୍ୟକ୍ତି ବିଶେଷଙ୍କ ଲିଙ୍ଗ |
| ୨ | ବୟସ |
| ୩ | ବିବାହିତ/ଅବିବାହିତ |
| ୪ | ସନ୍ତାନ (ପୁଅ/ଝିଅ) |
| ୫ | ଧର୍ମ |
| ୬ | ଜାତି (ତାଲିକାଭୁକ୍ତ ଜାତି/ତାଲିକାଭୁକ୍ତ ଜନଜାତି, ପଛୁଆବର୍ଗ, ଅନ୍ୟାନ୍ୟ) |
| ୭ | ଭାଷା (ମାତୃଭାଷା/ଅନ୍ୟାନ୍ୟ) |
| ୮ | ଶିକ୍ଷା |
| ୯ | ଶାରିରିକ ଅକ୍ଷମତା |
| ୧୦ | ଆର୍ଥିକ ସ୍ଥିତି |
| ୧୧ | ଦେଶାନ୍ତର ହୋଇ ଆସିଛନ୍ତି କି ? |
ଡିଜିଟାଲ ଗଣନା
ଏପ୍ରିଲ ୨୦୧୯ରେ ତଥ୍ୟ ବ୍ୟବହାରକାରୀମାନଙ୍କ ସମ୍ମେଳନରେ ଘୋଷଣା କରାଯାଇଥିଲା ଯେ 3.3 ମିଲିୟନ ଗଣନାକର୍ତ୍ତାଙ୍କୁ ନିଯୁକ୍ତ କରାଯିବ ଏବଂ ସେମାନଙ୍କୁ ନିଜ ସ୍ମାର୍ଟଫୋନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ । ତେବେ ଏକ କାଗଜ ଆଧାରିତ ବିକଳ୍ପ ମଧ୍ୟ ଉପଲବ୍ଧ ରହିବ, ଯାହାକି ପରେ ଗଣନାକର୍ତ୍ତାମାନଙ୍କୁ ଇଲେକ୍ଟ୍ରୋନିକ ଭାବରେ ଦାଖଲ କରିବାକୁ ପଡିବ।[୯]
ଜନଗଣନା ନିମନ୍ତେ ଏକ ଜନଗଣନା ପୋର୍ଟାଲ ଖୋଲାଯିବ, ଯାହା ମାଧ୍ୟମରେ ବ୍ୟକ୍ତିମାନେ ନିଜ ଫୋନ ନମ୍ବର ଦ୍ୱାରା ଲଗ-ଇନ କରି ସ୍ୱୟଂ ଗଣନା (self-enumeration) ମଧ୍ୟ କରିପାରିବେ।[୧୦]
ଜନଗଣନା କାର୍ଯ୍ୟ ସଂଚାଳନ ପାଇଁ ଏକ ମୋବାଇଲ ଆପ୍ଲିକେଶନ ତିଆରି କରାଯିବା ସହିତ ସୂଚନା ସଂଗ୍ରହ ପାଇଁ ଜନଗଣନା ପୋର୍ଟାଲ ତିଆରି କରିବାର ଉଦ୍ଦେଶ୍ୟ କାଗଜ ଆଧାରିତ ରେକର୍ଡକୁ ବିଲୋପ କରିବା, ଯାହା ଫଳରେ ଭାରତ, ଭିଏତନାମ ଏବଂ ଏସ୍ୱାତିନି ଭଳି ଏହି ପ୍ରୟାସ କରୁଥିବା କେତେକ ଦେଶମାନଙ୍କ ମଧ୍ୟରେ ଅନ୍ୟତମ ହେବ।[୧୧]
ଅଧାର
[ସମ୍ପାଦନା]- ↑ https://www.pib.gov.in/PressReleasePage.aspx?PRID=2202983®=3&lang=1
- ↑ "Government likely to postpone census to 2022". The Hindu. May 11, 2021.
- ↑ "Caste census exercise to start from March 1, 2027 across country". The Economic Times. 2025-06-04. ISSN 0013-0389. Retrieved 2026-04-30.
- ↑ Jha, Mausam (2026-04-17). "Parliament special session: Lok Sabha to consider Delimitation Bill, Amendments to Women Reservation Bill for passing | Today News". mint (in ଇଂରାଜୀ). Retrieved 2026-04-30.
- ↑ "Digital Census In 2021; Amit Shah Proposes Idea Of Multipurpose ID Card". www.ndtv.com (in ଇଂରାଜୀ). Retrieved 2026-04-30.
- ↑ "Census 2027: India begins counting a billion-plus people in mega exercise". www.bbc.com (in ବ୍ରିଟିଶ୍ ଇଂରାଜୀ). 2026-04-01. Retrieved 2026-04-30.
- ↑ "Census 2021: 31 Questions You Will be Asked in First Phase". www.india.com (in ଇଂରାଜୀ). Retrieved 2026-04-30.
- ↑ "Census Division". censusindia.gov.in.
- ↑ archive, From our online (2019-04-10). "Census 2021 will be done via mobile app, says officials". The New Indian Express (in ଇଂରାଜୀ). Retrieved 2026-05-03.
- ↑ Livemint (2021-08-10). "From 'pen-paper to digital': How India's first digital census will be conducted". mint (in ଇଂରାଜୀ). Retrieved 2026-05-03.
- ↑ Anonymous (2019-09-23). "Census 2021 to go digital, mobile app to be used for decadal headcount". Hindustan Times (in ଇଂରାଜୀ). Retrieved 2026-05-03.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |