ହେମନ୍ତ କୁମାର ଛୋଟରାୟ
ଦେଖଣା
ହେମନ୍ତ କୁମାର ଛୋଟରାୟ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୭ ଅଗଷ୍ଟ ୧୯୬୧ ଗଡ଼ମାଟିଆପଡ଼ା, କଣାସ, ପୁରୀ ଜିଲ୍ଲା |
| ବୃତ୍ତି | କବି, ଶିଶୁ ସାହିତ୍ୟିକ |
| ଭାଷା | ଓଡ଼ିଆ, |
| ଜାତୀୟତା | ଭାରତୀୟ |
| ଶୈଳୀ | କବିତା, କ୍ଷୁଦ୍ରଗଳ୍ପ |
| ସାହିତ୍ୟ କୃତି | ପଥିକ ଭାଇର ଡାକ, ଉଜୁଡ଼ା ଘରର କଥା |
| ଜୀବନସାଥୀ | ନିର୍ମଳା ଫତେସିଂହ |
| ପିତାମାତା | ବୃନ୍ଦାବନ ଛୋଟରାୟ, ଜ୍ୟୋତ୍ସ୍ନାମୟୀ ଛୋଟରାୟ |
ହେମନ୍ତ କୁମାର ଛୋଟରାୟ (ଜନ୍ମ: ୭ ଅଗଷ୍ଟ ୧୯୬୧) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଗବେଷକ ଓ ସାହିତ୍ୟ ସଂଗଠକ । ତାଙ୍କ ରଚିତ ଶିଶୁ ସାହିତ୍ୟ, ଆଲୋଚନା, କବିତା, ଗଳ୍ପ, କବିତା ଓ ପ୍ରବନ୍ଧାଦି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ହେମନ୍ତ କୁମାର ଛୋଟରାୟ ତା୦୭-୦୮-୧୯୬୧ ମସିହାରେ ପୁରୀ ଜିଲ୍ଲାର କଣାସ ବ୍ଲକ ଅଧିନସ୍ଥ ଗଡ଼ମାଟିଆପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୃନ୍ଦାବନ ଛୋଟରାୟ ଓ ମାତାଙ୍କ ନାମ ହେଲା ଜ୍ୟୋତ୍ସ୍ନାମୟୀ ଛୋଟରାୟ । "ଚନ୍ଦ୍ରଶେଖର ରଥଙ୍କ ଗଳ୍ପରେ ଅଲୌକିକତା" ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ଉତ୍କଳ ବିଶ୍ବବିବଦ୍ୟାଳୟରୁ ୨୦୦୭ରେ ପିଏଚ୍ ଡି ଉପାଧି ପ୍ରାପ୍ତ । ୧୯୮୩ରେ ସରକାରୀ ପାଠ୍ୟ ପୁସ୍ତକ ମୁଦ୍ରଣାଳୟରେ କର୍ମମୟ ଜୀବନ ଆରମ୍ଭ କରି ୨୦୨୧ରେ ଆବସର ନେଇଥିଲେ । ତାଙ୍କ ରଚିତ ବହୁ ନାଟକ ଆକାଶବାଣୀ, କଟକ କେନ୍ଦ୍ରରୁ ପ୍ରସାରିତ ।[୧]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଉଜୁଡ଼ା ଘରର କଥା
ପ୍ରବନ୍ଧ
[ସମ୍ପାଦନା]- ଭାବ ରସିକ ଶ୍ରୀଜଗନ୍ନାଥ
ନାଟକ
[ସମ୍ପାଦନା]- ଅସତ୍ୟ ଇଲାକାର କାହାଣୀ
ଅନୁବାଦ
[ସମ୍ପାଦନା]- ମାଠିଆ କଥା କହେ
- ଲାଲମାଟିର ବିସ୍ମୟ
- ଦୁଇଟି ଶିଶୁ ନାଟକ
ଶିଶୁ ସାହିତ୍ୟ
[ସମ୍ପାଦନା]- ତୁମ କଥା ସତଲୋ ସଙ୍ଗାତ
- ପଥିକ ଭାଇର ଡାକ
- କୁହୁକ କଲମ
- ଦେଶର ସମ୍ପଦ
- ନାଁ ରହିଛି କାଳକାଳକୁ
- ବିପ୍ଳବୀ ଚାଖି ଖୁଣ୍ଟିଆ[୨]
- ବିପ୍ଳବୀ ଦିବାକର ପରିଡ଼ା
- ବାଘ ବାହାଘର
- କାଳିଆ ଠାକୁତ କଥା
- କାଳିଆ ବଳଦ
- ଆମ ଗାଆଁ ନଈ
- ପିଲାଙ୍କ ଆଦିବାସୀ ଲୋକକାହାଣୀ
- ଏମିତି ମହାନ ଥିଲେ ଗାନ୍ଧିଜୀ
- ସୁନାପିଲା ଆମ ସାନ ନାତି
- ପିଲାଙ୍କ ଏକାଙ୍କିକାମାଳା
- ବିନୋବା କାହାଣୀମାଳା
- ପାଞ୍ଚଟି ଏକାଙ୍କିକା[୩]
ସମ୍ମାନ
[ସମ୍ପାଦନା]- ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର
- କଳିଙ୍ଗ ପୁସ୍ତକମେଳା ପୁରସ୍କାର
- କାଦମ୍ବିନୀ ମିଡ଼ିଆ 'କୁନିକଥା' ପ୍ରିୟ ଲେଖକ ସମ୍ମାନ
- ଫକୀରମୋହନ ସେନାପତି ଶିଶୁ ସାହିତ୍ୟ ସମ୍ମାନ
- ସପ୍ତକ ଶିଶୁ ସାହିତ୍ୟ ସମ୍ମାନ, ଭୁବନେଶ୍ବର