ହେଁସ

ଉଇକିପିଡ଼ିଆ‌ରୁ
Jump to navigation Jump to search

ହେଁସ ଓଡ଼ିଶାର ଗାଁ ଗହଳିରେ ଦେଖିବାକୁ ମିଳିଥାଏ । ହେଁସ ଓ ମସିଣା ମଧ୍ୟରେ ସେମିତି କିଛି ଫରକ୍ ନଥାଏ, କେବଳ ଆକାରରେ ଯାହା ଫରକ୍ ଥାଏ । କିଛି ଅଞ୍ଚଳରେ ଏହାକୁ ମସିଣା ମଧ୍ୟ କୁହାଯାଏ ହେଲେ ହେଁସ ଆକାରରେ ମସିଣାଠାରୁ ବଡ ।। ଏହା ଦେଖିବାକୁ ପ୍ରାୟ ସପ ଭଳି । ସପ ପତଳା, ହାଲୁକା ଓ ଆକାରରେ ଛୋଟ ହୋଇଥିବା ସ୍ଥଳେରେ ହେଁସ ଆକାରରେ ବଡ, ମୋଟା ଓ ଓଜନିଆ ହୋଇଥାଏ । ହେଁସ ସାଧାରଣତଃ ଶୋଇବା ପାଇଁ ବିଛଣା ଭାବେ ବ୍ୟବହାର କରାଯାଉଥିଲା । ଏହା ବ୍ୟତୀତ ଧାନ, ମୁଗ, ବିରି ପ୍ରଭୃତି ଶସ୍ୟ ଖରାରେ ଶୁଖାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ଆଗକାଳରେ କମ୍ବଳ କେବଳ ଧନୀକ ଶ୍ରେଣୀର ଲୋକମାନେ ଶୀତଋତୁରେ ବ୍ୟବହାର କରୁଥିଲେ । କିନ୍ତୁ ଗରିବଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ କନ୍ଥା ସହିତ ହେଁସକୁ ଘୋଡେଇ ହେଉଥିଲେ । କମ୍ବଳ ପରିବର୍ତ୍ତେ ହେଁସକୁ ବ୍ୟବହାର କରାଯାଉଥିବାରୁ, ଏହାକୁ ଲୋକମାନେ ବିଲିକମ୍ବଳ କହନ୍ତି । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଦ୍ୱାରା ଲୋକମାନଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଛି, ବିଭିନ୍ନ ଜିନିଷ କ୍ରୟକରିବାକୁ ସକ୍ଷମ ହେଉଛନ୍ତି । ତେଣୁ ଶୀତପାଇଁ ଏବେ ହେଁସ ପରିବର୍ତ୍ତେ କମ୍ବଳକୁ ବହୁଳଭାବେ ବ୍ୟବହାର କରୁଛନ୍ତି । ଏବେ ପକ୍‌କାଘରମାନ ଗାଁମାନଙ୍କରେ ପୂର୍ବାପେକ୍ଷା ବହୁଳଭାବରେ ନିର୍ମାଣ ହୋଇଛି । ଜରିପାଲ, କପଡାପାଲ ବଜାରରେ ସହଜ ଓ ସୁଲଭମୂଲ୍ୟରେ ଉପଲବ୍‌ଧ ହେଉଥିବାରୁ ଲୋକମାନେ ହେଁସ ପରିବର୍ତ୍ତେ ପକ୍‌କା ଘରର ଛାତ ଓ ଜରିପାଲ, କପଡାପାଲ ଶସ୍ୟ ଶୁଖାଇବା ପାଇଁ ବ୍ୟବହାର କରୁଛନ୍ତି । ପଙ୍‌ନ୍ତି ଭୋଜନରେ ବ୍ୟବହୃତ ଦରି ବର୍ତ୍ତମାନ କପଡାରେ ଉପଲବ୍‌ଧ ହେଉଥିବା ବେଳେ ପୂର୍ବେ ଏହା ହେଁସ ଭଳି ତିଆରି କରାଯାଉଥିଲା, ଏହାର ଓସାର ଏକଫୁଟ ବା ଦେଢଫୁଟ ଓ ଲମ୍ବ ୧୦୦ମିଟର କିମ୍ବା ତା'ଠାରୁ ଅଧିକ ହୋଇଥାଏ । ଏହିସବୁ କାରଣ ବ୍ୟତୀତ ହେଁସ ପାଇଁ ଉପାଦାନ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥିବାରୁ ଆଜିକାଲି ଏହାର ଆଦର କ୍ରମଶଃ କମିଯାଉଛି ।

ହେଁସ ବା ମସିଣା
ହେଁସ ବା ମସିଣା(Mat)
Juna

ତିଆରି ପ୍ରଣାଳୀ[ସମ୍ପାଦନା]

ବ୍ୟବହୃତ ଜିନିଷମାନ[ସମ୍ପାଦନା]

ଆଧାର[ସମ୍ପାଦନା]