ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ
| ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ हिमांचल प्रदेश उच्च न्यायालय | |
|---|---|
| ସ୍ଥାପିତ | 25 ଜାନୁଆରୀ 1971 |
| ସ୍ଥାନ | Bemloi, Shimla, Himachal Pradesh |
| ଭୌଗଳିକ ଦିଗବାରେଣି | 31°06′00″N 77°10′30″E / 31.100°N 77.175°E |
| ସଂରଚନା | Presidential with confirmation of Chief Justice of India and Governor of respective state. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | Mandatory Retirement by age of 62 |
| ସଦସ୍ଯତା ସଂଖ୍ଯା | 17 |
| Website | hphighcourt.nic.in |
| Chief Justice | |
| ବର୍ତ୍ତମାନ | Gurmeet Singh Sandhawalia |
| ନିଯୁକ୍ତି ଦିନ | 29 December 2024 |
| Lead position ends | 31 October 2027 |
ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସର୍ବୋଚ୍ଚ ନ୍ୟାୟାଳୟ ।[୧]
ହିମାଚଳ ପ୍ରଦେଶ ୧୫ ଏପ୍ରିଲ୍ ୧୯୪୮ ରେ ୨୬ଟି ପ୍ରାନ୍ତ ଏବଂ ପଞ୍ଜାବର ୪ଟି ପାହାଡ଼ିଆ ଅଞ୍ଚଳକୁ ଏକତ୍ର କରି ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଗଠିତ ହେଲା । ୧୫ ଅଗଷ୍ଟ ୧୯୪୮ ରେ କେନ୍ଦ୍ର ସରକାର "ହିମାଚଳ ପ୍ରଦେଶ (ନ୍ୟାୟାଳୟ) ଆଦେଶ, ୧୯୪୮" ଜାରି କଲେ । ଏହି ଆଦେଶର ପାରାଗ୍ରାଫ ୩ ଅନୁଯାୟୀ, ହିମାଚଳ ପ୍ରଦେଶ ପାଇଁ ଜୁଡିସିଆଲ୍ କମିଶନରଙ୍କ ନ୍ୟାୟାଳୟ ଗଠିତ ହେଲା ଏବଂ ଏହି ନ୍ୟାୟାଳୟ "ହାର୍ଭିଣ୍ଟନ୍" (କେଲସ୍ଟନ୍ ଅଞ୍ଚଳ, ଭରାରୀ, ଶିମଲା) ରେ ପ୍ରତିଷ୍ଠା ହେଲା । ଏହାକୁ Judicial Commissioner's Court Act, 1950 ଅନୁସାରେ ଉଚ୍ଚ ନ୍ୟାୟାଳୟ ସଦୃଶ ଅଧିକାର ଦିଆଯାଇଥିଲା । ଏହି ନ୍ୟାୟାଳୟ ୧୫ ଅଗଷ୍ଟ ୧୯୪୮ ରୁ କାର୍ଯ୍ୟକାରି ହେଲା । ପଞ୍ଜାବ ଉଚ୍ଚ ନ୍ୟାୟାଳୟର ନିୟମ ଓ ଆଦେଶଗୁଡିକୁ ଉଚିତ ସଂଶୋଧନ ସହିତ ଏଠାରେ ଲାଗୁ କରାଯାଇଥିଲା ।
୧୯୬୬ ମସିହାରେ ଭାରତ ସରକାର ଦ୍ୱାରା "ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆଇନ" ପ୍ରଣୟନ କରାଯାଇଥିଲା ଏବଂ ୧ ମଇ ୧୯୬୭ ରୁ ଏହି ଆଇନକୁ ହିମାଚଳ ପ୍ରଦେଶ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ଲାଗୁ କରାଯାଇଥିଲା । ଏହା ଫଳରେ ଜୁଡିସିଆଲ୍ କମିଶନରଙ୍କ ନ୍ୟାୟାଳୟର ସ୍ଥାନରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ହିମାଚଳ ବେଞ୍ଚ୍, ଶିମଲାରେ "ରେଭେନ୍ସୱୁଡ୍" ("Revenswood") ନାମକ ପୁରୁଣା ଉଚ୍ଚ ନ୍ୟାୟାଳୟ ଭବନରେ କାର୍ଯ୍ୟାରମ୍ଭ କଲା । ୧୮ ଡିସେମ୍ବର ୧୯୭୦ ରେ ଭାରତୀୟ ସଂସଦ ଦ୍ୱାରା "ହିମାଚଳ ପ୍ରଦେଶ ରାଜ୍ୟ ଆଇନ" ପାରିତ ହେଲା ଏବଂ ୨୫ ଜାନୁଆରୀ ୧୯୭୧ ରେ ଏହି ନୂଆ ରାଜ୍ୟ ଗଠିତ ହେଲା, ଯାହାର ନିଜସ୍ୱ ଉଚ୍ଚ ନ୍ୟାୟାଳୟ "ରେଭେନ୍ସୱୁଡ୍", ଶିମଲା ଠାରେ ମୁଖ୍ୟାଳୟ ସହିତ ସ୍ଥାପିତ ହେଲା । ଏହି ଉଚ୍ଚ ନ୍ୟାୟାଳୟରେ ଗୋଟିଏ ମୁଖ୍ୟ ବିଚାରପତି ଓ ଦୁଇ ଜଣ ଅନ୍ୟ ବିଚାରପତି ଥିଲେ ।
ଏହି ଉଚ୍ଚ ନ୍ୟାୟାଳୟ ରାଜ୍ୟର ପ୍ରଶାସନିକ ରାଜଧାନୀ ଶିମଲାରେ ଅବସ୍ଥିତ । ମୁଖ୍ୟ ବିଚାରପତିଙ୍କୁ ମିଶାଇ ବର୍ତ୍ତମାନ ଏହି ଉଚ୍ଚ ନ୍ୟାୟାଳୟର ମୋଟ ମଞ୍ଜୁରିଯୋଗ୍ୟ ବିଚାରପତି ସଂଖ୍ୟା ୧୩ ଅଟେ ।
ମୁଖ୍ୟ ବିଚାରପତି
[ସମ୍ପାଦନା]୨୯ ଡିସେମ୍ବର ୨୦୨୪ ରେ ନ୍ୟାୟମୂର୍ତ୍ତି ଗୁରମୀତ ସିଂହ ସନ୍ଧାୱାଲିଆ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ।[୨]
ଆଧାର
[ସମ୍ପାଦନା]- ↑ "High Court of Himachal Pradesh". highcourt.hp.gov.in. Retrieved 2025-06-16.
- ↑ "Justice Gurmeet Singh Sandhawalia sworn-in as chief justice of Himachal high court". Hindustan Times (in ଆମେରିକୀୟ ଇଂରାଜୀ). 2024-12-29. Retrieved 2025-06-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |