ହାନ୍ କାଙ୍ଗ
ହାନ୍ କାଙ୍ଗ | |
---|---|
![]() | |
ମୂଳନାମ | ହାନ୍ କାଙ୍ଗ |
ଜନ୍ମ ଓ ଜନ୍ମସ୍ଥାନ | ୨୭ ନଭେମ୍ବର ୧୯୭୦ ଗ୍ୱାଙ୍ଗଜୁ, ଦକ୍ଷିଣ କୋରିଆ |
ଶିକ୍ଷାନୁଷ୍ଠାନ | ୟୋନସେଇ ବିଶ୍ଵବିଦ୍ୟାଳୟ |
ସାହିତ୍ୟ କୃତି | ଦ ଭେଜିଟେରିଆନ, Human Acts |
ପୁରସ୍କାର | ସାହିତ୍ୟରେ ନୋବେଲ ପୁରସ୍କାର ୨୦୨୪, ଆନ୍ତର୍ଜାତିକ ବୁକର ପୁରସ୍କାର ୨୦୧୬, ସାହିତ୍ୟରେ ମାଲାପାର୍ଟ ପୁରସ୍କାର-୨୦୧୭ |
ଜୀବନସାଥୀ | ହଙ୍ଗ ୟାଙ୍ଗ-ହୀ (ବିବାହ ବିଛେଦ) |
ଦସ୍ତଖତ | ![]() |
ହାନ୍ କାଙ୍ଗ (ଜନ୍ମ: ୨୭ ନଭେମ୍ବର ୧୯୭୦) ଜଣେ ଦକ୍ଷିଣ କୋରିଆର ଲେଖିକା ।[୧] ସେ ତାଙ୍କର ଉପନ୍ୟାସ "ଦି ଭେଜିଟେରିଆନ" ପାଇଁ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ । ଏହା ପ୍ରଥମ କୋରିଆନ ଭାଷାର ଉପନ୍ୟାସ ଥିଲା ଯାହା ୨୦୧୬ରେ କାଳ୍ପନିକ ଉପନ୍ୟାସ ଶ୍ରେଣୀରେ ଆନ୍ତର୍ଜାତୀୟ ବୁକର ପୁରସ୍କାର ଜିତିଥିଲା । ଏହା ଇଂରାଜୀରେ ଅନୁବାଦ ହୋଇଥିବା ତାଙ୍କର ପ୍ରଥମ ପୁସ୍ତକ ମଧ୍ୟରୁ ଗୋଟିଏ । ସେ ୨୦୨୪ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରିଥିଲେ । ସାହିତ୍ୟରେ ନୋବେଲ ପୁରସ୍କାର ଜିତିବାରେ ସେ ଥିଲେ ପ୍ରଥମ ଏସୀୟ ମହିଳା ଏବଂ କିମ୍ ଡାଏ-ଜଙ୍ଗଙ୍କ ପରେ ଦ୍ୱିତୀୟ ଦକ୍ଷିଣ କୋରିଆ ନୋବେଲ ପୁରସ୍କାର ବିଜେତା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ହାନ୍ କାଙ୍ଗଙ୍କ ଜନ୍ମ ନଭେମ୍ବର ୨୭, ୧୯୭୦ରେ ଗ୍ୱାଙ୍ଗଜୁ ସହରରେ ହୋଇଥିଲା । ତାଙ୍କ ପିତା ହାନ୍ ସେଉଙ୍ଗ-ୱନ୍ ଜଣେ ଔପନ୍ୟାସିକ ଥିଲେ । ତାଙ୍କ ବଡ଼ ଭାଇ ହାନ୍ ଡଙ୍ଗ-ରିମ ଜଣେ ଔପନ୍ୟାସିକ ଏବଂ ସାନ ଭାଇ ହାନ୍ କାଙ୍ଗ-ଇନ ମଧ୍ୟ ଜଣେ ଲେଖକ ତଥା ବ୍ୟଙ୍ଗ ଚିତ୍ରକାର । ହାନ୍ ପିଲାବେଳେ ମାତ୍ର ନଅ ବର୍ଷ ବୟସରେ ସିଓଲର ସୁରିକୁ ଚାଲିଯାଇଥିଲେ । ଏହି ସହର ଉପନ୍ୟାସ "ଗ୍ରୀକ୍ ଲେସନ୍ସ"ରେ ଉଲ୍ଲେଖ କରାଯାଇଛି । କାଙ୍ଗ ୟୋନସେଇ ବିଶ୍ୱବିଦ୍ୟାଳୟରେ କୋରିଆନ୍ ସାହିତ୍ୟ ଅଧ୍ୟୟନ କରିଥିଲେ । ସେ ଏହି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ମାସିକ ପତ୍ରିକା (Saemteo ) ପାଇଁ ଏକ ସାମ୍ବାଦିକ ଭାବେ କିଛିଦିନ କାମ କଲେ ।[୨] ହାନଙ୍କ ସାହିତ୍ୟିକ ଜୀବନ ସେହି ବର୍ଷ ଆରମ୍ଭ ହୋଇଥିଲା ଯେତେବେଳେ "Winter in Seoul" ସମେତ ତାଙ୍କର ପାଞ୍ଚଟି କବିତା ତ୍ରୈମାସିକ ପତ୍ରିକା Literature and Society ର ଶୀତକାଳୀନ ୧୯୯୩ ସଂଖ୍ୟାରେ ପ୍ରକାଶ ହୋଇଥିଲା । ୧୯୯୮ ମସିହାରେ, ସେ ଆୟୋୱା ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଲେଖା କାର୍ଯ୍ୟକ୍ରମରେ ନାମ ଲେଖାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ହାନ୍, କ୍ୟୁଙ୍ଗ ହି ସାଇବର ବିଶ୍ୱବିଦ୍ୟାଳୟର ଜଣେ ସାହିତ୍ୟିକ, ସମାଲୋଚକ ଏବଂ ପ୍ରଫେସର ହଙ୍ଗ୍ ୟୋଙ୍ଗ୍-ହିଙ୍କୁ ବିବାହ କରିଥିଲେ ।[୩] ୨୦୨୪ ମସିହାରେ, ହାନ୍ କହିଥିଲେ ଯେ ସେମାନଙ୍କର ବହୁ ବର୍ଷ ଧରି ବିବାହ ବିଛେଦ ହୋଇସାରିଛି । ହାନ୍ଙ୍କର ଏକ ପୁଅ ଅଛି, ଏବଂ ସେମାନେ ଏକାଠି ୨୦୧୮ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ସିଓଲରେ ଏକ ପୁସ୍ତକ ଦୋକାନ ଚଳାଇଥିଲେ । ତେବେ ୨୦୨୪ରେ ସେ ଏହାର ପରିଚାଳନାରୁ ଓହରି ଯାଇଥିଲେ ।[୪]
ସମ୍ମାନ
[ସମ୍ପାଦନା]- ୨୦୦୫ – "Mongolian Mark" ପାଇଁ ୟି ସାଙ୍ଗ ସାହିତ୍ୟ ପୁରସ୍କାର[୫]
- ୨୦୧୬ – 'ଦି ଭେଜିଟେରିଆନ୍' ପାଇଁ ଆନ୍ତର୍ଜାତୀୟ ବୁକର ପୁରସ୍କାର[୬]
- ୨୦୧୭ – ସାହିତ୍ୟରେ ମାଲାପାର୍ଟ ପୁରସ୍କାର[୭]
- ୨୦୨୩ – We Do Not Part ପାଇଁ ପ୍ରିକ୍-ମେଡିସି ଇଟ୍ରାଞ୍ଜେର୍ ପୁରସ୍କାର[୮]
- ୨୦୨୪ – କଳା ପାଇଁ ହୋ-ଆମ୍ ପୁରସ୍କାର
- ୨୦୨୪ – ସାହିତ୍ୟରେ ନୋବେଲ ପୁରସ୍କାର[୯][୧୦] ଏବଂ କଳା ପାଇଁ ହୋ-ଆମ୍ ପୁରସ୍କାର
ଆଧାର
[ସମ୍ପାଦନା]- ↑ "Han Kang". www.litencyc.com (in ଇଂରାଜୀ). Retrieved 2025-03-03.
- ↑ "Reflections from those who know Han Kang". The Korea Times (in ଇଂରାଜୀ). 2024-10-15. Retrieved 2025-03-03.
- ↑ "It was belatedly revealed that novelist Han Kang, who won the "2024 Nobel Prize for Literature," div.. - MK". 매일경제 (in ଇଂରାଜୀ). 2024-10-15. Retrieved 2025-03-03.
- ↑ 리포터, 김옥영 (2024-11-28). "[문화연예 플러스] 한강, 독립서점 책방 운영에서 손 떼". MBC 뉴스 (in କୋରିଆନ୍). Retrieved 2025-03-03.
- ↑ "Interview with Han Kang". The White Review (in ଆମେରିକୀୟ ଇଂରାଜୀ). Retrieved 2025-03-03.
- ↑ Alter, Alexandra (2016-05-17). "Han Kang Wins Man Booker International Prize for Fiction With 'The Vegetarian'". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2025-03-03.
- ↑ "General 5 — Premio Malaparte Veccia Scavalli Studio". Premio Malaparte (in ଇଟାଲୀୟ). Retrieved 2025-03-03.
- ↑ Service (KOCIS), Korean Culture and Information. "Novelist Han Kang is Korea's first to win famed French award : Korea.net : The official website of the Republic of Korea". www.korea.net (in ଇଂରାଜୀ). Retrieved 2025-03-03.
- ↑ "Nobel Prize in Literature 2024". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-03-03.
- ↑ Marshall, Alex; Alter, Alexandra (2024-10-10). "Han Kang Is Awarded Nobel Prize in Literature". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2025-03-03.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |