ହାଣ୍ଟାଭୂତାଣୁ ରକ୍ତସ୍ରାବୀ ଜ୍ୱର ସ‌ହିତ ବୃକ୍‌କ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Nephropathia epidemica, Korean hemorrhagic fever, epidemic hemorrhagic fever[୧]
Striped field mouse may spread the hantaviruses that cause HFRS[୧]
ବିଭାଗInfectious disease
ଲକ୍ଷଣHeadache, abdominal pain, fever, nausea, blurred vision, rash[୧]
ଆକ୍ରାନ୍ତ ସମୟ1 to 2 weeks after exposure[୧]
ଅବଧିWeeks to months[୧]
କାରଣCertain hantaviruses spread by rodents[୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests[୧]
ସଠିକ ରୋଗ ନିର୍ଣ୍ଣୟYellow fever, Ebola, sepsis, Dengue, leptospirosis[୨]
ପ୍ରତିକାରRodent control[୧]
ଔଷଧRibavirin[୧]
ଚିକିତ୍ସାSupportive care[୧]
Prognosis1 to 15% risk of death[୧]
ପୁନଃପୌନିକ~100,000 cases per year[୨]

ହାଣ୍ଟାଭୂତାଣୁ ରକ୍ତସ୍ରାବୀ ଜ୍ୱର ସ‌ହିତ ବୃକ୍‌କ ସିଣ୍ଡ୍ରୋମ (HFRS) କେତେକ ନିର୍ଦ୍ଦିଷ୍ଟ ହାଣ୍ଟାଭୂତାଣୁ ସଂକ୍ରମଣ ଯୋଗୁ ସମାନ ଧରଣର ରୋଗ ହେଉଥିବା ଏକ ଗୋଷ୍ଠୀର ନାମ ।[୩] ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଜ୍ୱର, ଅଇ ଏବଂ ଅସ୍ପଷ୍ଟ ଦୃଷ୍ଟି ଅନ୍ତର୍ଭୁକ୍ତ ହୋଇପାରେ ।[୧] ପରବର୍ତ୍ତୀ ସମୟରେ ନିମ୍ନ ରକ୍ତଚାପ, ବୃକ୍‌କ ବିଫଳତା ଏବଂ ରକ୍ତସ୍ରାବ ହୋଇପାରେ । [୧] [୪] ସଂସ୍ପର୍ଶରେ ଆସିବାର ୧ରୁ ୨ ସପ୍ତାହ ପରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଦେଖାଯାଏ ।[୧]

ନିର୍ଦ୍ଦିଷ୍ଟ ଭାବରେ ଏହା ବୁନିଆଭିରାଲେସ ଶ୍ରେଣୀର ଅର୍ଥୋଭୂତାଣୁଦ୍ୱାରା ହୋଇଥାଏ ।[୩] ଏଥିରେ ହଣ୍ଟାନ ଅର୍ଥୋଭୂତାଣୁ, ଡୋବ୍ରାଭା-ବେଲଗ୍ରେଡ ଅର୍ଥୋଣ୍ଟାଭୂତାଣୁ ସାରେମା ଭୂତାଣୁ, ସିଓଲ ଅର୍ଥୋହାଣ୍ଟାଭୂତାଣୁ ଏବଂ ପୁମାଲା ଅର୍ଥୋହାଣ୍ଟାଭୂତାଣୁ ଥାଇପାରେ । [୧] ଏହି ରୋଗ ସାଧାରଣତଃ ମୂଷାଜାତୀୟ ପ୍ରାଣୀଙ୍କଦ୍ୱାରା ପ୍ରଦୂଷିତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କଲେ ହୁଏ ।[୧] ଲୋକ-ଲୋକଙ୍କ ମଧ୍ୟରେ ବିସ୍ତାର ବହୁତ କ୍ୱଚିତ୍ ହୁଏ ।[୧] ରକ୍ତ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। [୧] ଆମେରିକାରେ ଥିବା ହାଣ୍ଟାଭୂତାଣୁ ଯୋଗୁ ହାଣ୍ଟାଭାଇରସ୍ ଫୁସଫୁସ ସିଣ୍ଡ୍ରୋମ ହୋଇଥାଏ ।[୪]

ରୋଡେଣ୍ଟ ନିୟନ୍ତ୍ରଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଏ । [୩] ଏହାର ଚିକିତ୍ସା ଚିକିତ୍ସାରେ ମୁଖ୍ୟତଃ ସ‌ହାୟକ ଯତ୍ନ କରାଯାଏ ଯେଉଁଥିରେ ଅମ୍ଳଜାନ ଥେରାପି କିମ୍ବା ଡାଏଲିସିସ ଅନ୍ତର୍ଭୁକ୍ତ ଥାଏ ।[୧] ଆରମ୍ଭରୁ ରିବାଭିରିନ୍ ବ୍ୟବ‌ହାର କଲେ ଉପଯୋଗୀ ହୋଇପାରେ ।[୧] ବୃକ୍‌କ ସମ୍ପର୍କ ଥିବା ହେତୁ ଏନଏସଏଆଇଡି ବ୍ୟବହାର କରାଯିବା ଉଚିତ ନୁହେଁ ।[୪] ସମ୍ପୃକ୍ତ ଜୀବାଣୁ ଉପରେ ମୃତ୍ୟୁ ଆଶଙ୍କା ୧%ରୁ ୧୫% ନିର୍ଭର କରେ । [୧] କିଛି ସପ୍ତାହରୁ କିଛି ମାସ ମଧ୍ୟରେ ପୁନରୁଦ୍ଧାର ହୋଇପାରେ; ଲୋକମାନେ ସାଧାରଣତଃ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୁଅନ୍ତି | [୧] [୨]

ଏହି ରୋଗରେ ବର୍ଷକୁ ପ୍ରାୟ ୬୦,୦୦୦ରୁ ୧୫୦,୦୦୦ ଲୋକ ପିଡ଼ିତ ହୁଅନ୍ତି । [୪] ଅଧିକାଂଶ ରୋଗ ମୁଖ୍ୟତଃ ଏସିଆ, ୟୁରୋପ, ଚାଇନା ଏବଂ ଋଷିଆରେ ଘଟିଥାଏ । [୩] [୨] ଅନେକ ଅଞ୍ଚଳରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି, ଯାହା ବାହାରେ ଅଧିକ ସମୟ ରହୁଥିବା ଯୋଗୁ ହୋଇପାରେ ।[୨] ଏହି ରୋଗର ପ୍ରଥମ ସ୍ପଷ୍ଟ ବର୍ଣ୍ଣନା ୧୯୩୦ ଦଶକରୁ ଆରମ୍ଭ ହୋଇଥିଲା । [୫] ଏହାର ମୂଳ କାରଣ ୧୧୯୭୮ ମସିହାରେ ଆବିଷ୍କାର ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "CDC - Hemorrhagic Fever with Renal Syndrome (HFRS) - Hantavirus". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Archived from the original on 16 November 2019. Retrieved 29 March 2021.
  2. ୨.୦ ୨.୧ ୨.୨ ୨.୩ ୨.୪ Romero, MG; Anjum, F (January 2021). "Hemorrhagic Fever Renal Syndrome". PMID 32809495. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "CDC - Hemorrhagic Fever with Renal Syndrome (HFRS) - Hantavirus". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Archived from the original on 16 November 2019. Retrieved 29 March 2021.
  4. ୪.୦ ୪.୧ ୪.୨ ୪.୩ Romero, MG; Anjum, F (January 2021). "Hemorrhagic Fever Renal Syndrome". PMID 32809495. {{cite journal}}: Cite journal requires |journal= (help)
  5. Emerging Infectious Diseases (in ଇଂରାଜୀ). National Center for Infectious Diseases, Centers for Disease Control and Prevention (CDC). 2010. p. 1195. Archived from the original on 2021-08-28. Retrieved 2021-03-29.
  6. Schmaljohn, C.; Nichol, S. T. (2000). Hantaviruses (in ଇଂରାଜୀ). Springer Science & Business Media. p. 92. ISBN 978-3-642-56753-7. Archived from the original on 2021-08-28. Retrieved 2021-03-29.