ହାଇପରଆଣ୍ଡ୍ରୋଜେନିଜ୍ମ

ଉଇକିପିଡ଼ିଆ‌ରୁ
Hyperandrogenism
Testosterone is a type of androgen that is important in the development of hyperandrogenism since high levels of it can cause this condition.
ଉଚ୍ଚାରଣ
  • 'hīpər'andrəjənizəm
ବିଭାଗEndocrinology
ଲକ୍ଷଣAcne, hair loss on scalp, increased body or facial hair, infrequent or absent menstruation[୧][୨]
କାରଣPolycystic ovary syndrome (PCOS), adrenal hyperplasia, Cushing's disease, cancer[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, ultrasound[୧][୪]
ଚିକିତ୍ସାBirth control pills, cyproterone acetate[୧]
ପୁନଃପୌନିକ5% (reproductive age women)[୫]

ହାଇପରଆଣ୍ଡ୍ରୋଜେନିଜ୍ମ ହେଉଛି ଏକ ଅବସ୍ଥା ଯେଉଁଥିରେ ମହିଳାମାନଙ୍କଠାରେ ଉଚ୍ଚ ସ୍ତରର ଆଣ୍ଡ୍ରୋଜେନ ହରମୋନ ଥିବା ଦେଖାଯାଏ । [୬] ଏହାର ଲକ୍ଷଣ ମଧ୍ୟରେ ବ୍ରଣ, ସେବୋରିଆ (ଚର୍ମ ପ୍ରଦାହ), ମୁଣ୍ଡରେ କେଶହାନୀ, ଦେହ ଓ ମୁହଁରେ କେଶ ବୃଦ୍ଧି ଏବଂ ଋତୁସ୍ରାବ ଅନୁପସ୍ଥିତ ରହେ ବା ବେଳେବେଳେ ବନ୍ଦ ହୋଇଯାଏ | [୧] [୨] ଜଟିଳତା ମଧ୍ୟରେ ଉଚ୍ଚ ରକ୍ତକୋଲେଷ୍ଟେରଲ ଥିବା ଦେଖାଯାଏ । [୬]

ପ୍ରାୟ ୭୦% କ୍ଷେତ୍ରରେ ଏହାର କାରଣ ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ଆଡ୍ରେନାଲ ହାଇପରପ୍ଲାସିଆ, କୁସିଙ୍ଗ ସିଣ୍ଡ୍ରୋମ, କେତେକ ପ୍ରକାରର କର୍କଟ ଏବଂ ଔଷଧ ଅନ୍ତର୍ଭୁକ୍ତ। [୧] [୩] [୬] ଟେସ୍ଟୋସ୍ଟିରନ, ୧୭-ହାଇଡ୍ରୋକ୍ସିପ୍ରୋଜେଷ୍ଟେରନ ଏବଂ ପ୍ରୋଲାକ୍ଟିନ ସ୍ତର ନିମନ୍ତେ ରକ୍ତ ପରୀକ୍ଷା ଏବଂ ପେଲଭିକ୍ ଅଲ୍ଟ୍ରାସାଉଣ୍ଡ କରାଯାଏ | [୧] [୬]

ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [୬] ଏହାର ଚିକିତ୍ସାରେ ଜନ୍ମ ନିୟନ୍ତ୍ରଣ ବଟିକା କିମ୍ବା ସାଇପ୍ରୋଟେରୋନ ଆସେଟେଟ କିମ୍ବା ସ୍ପାଇରୋନୋଲାକ୍ଟୋନ ଭଳି ଆଣ୍ଟି-ଆଣ୍ଡ୍ରୋଜେନ ଦେଇ ହାଇପରାଣ୍ଡ୍ରୋଜେନିଜିମର ଲକ୍ଷଣକୁ ଉନ୍ନତ କରାଯାଇପାରିବ | [୧] [୬] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଏପିଲେସନ ବା କେଶ ଅପସାରଣ କରାଯାଏ । [୩] ଏହା ପ୍ରଜନନକ୍ଷମ ୫% ମହିଳାମାନଙ୍କଠାରେ ଦେଖାଯାଏ | [୨]

ଏହି ଅବସ୍ଥାର ସର୍ବପ୍ରଥମ ଜଣାଶୁଣା ବର୍ଣ୍ଣନାଗୁଡିକ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ହିପୋକ୍ରେଟସ କରିଥିଲେ ।[୭] [୮] ୨୦୧୧ ମସିହାରେ ଆନ୍ତର୍ଜାତୀୟ ଆସୋସିଏସନ ଅଫ ଆଥଲେଟିକ ଫେଡେରେସନ ନିୟମ କରିଛି ଯେ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମହିଳାଙ୍କର ଟେସ୍ଟୋସ୍ଟିରନ ସ୍ତର ପୁରୁଷଙ୍କ ଅପେକ୍ଷ କମ ରହିବା ଜରୁରୀ ଅଟେ ।[୯] ଏହି ନିୟମଗୁଡ଼ିକ ଉଭୟ ଅଣବୈଜ୍ଞାନିକ ଏବଂ ଅନ୍ୟାୟ ବୋଲି ଚିନ୍ତା କରାଯାଏ | [୧୦]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Peigné, M; Villers-Capelle, A; Robin, G; Dewailly, D (November 2013). "[Hyperandrogenism in women]". Presse Médicale. 42 (11): 1487–99. doi:10.1016/j.lpm.2013.07.016. PMID 24184282.
  2. ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Cur2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ Catteau-Jonard, S; Cortet-Rudelli, C; Richard-Proust, C; Dewailly, D (2012). "Hyperandrogenism in adolescent girls". Endocrine Development. 22: 181–93. doi:10.1159/000326688. ISBN 978-3-8055-9336-6. PMID 22846529.
  4. Carlson, Karen J.; Eisenstat, Stephanie A. (2004). The New Harvard Guide to Women's Health (in ଇଂରାଜୀ). Harvard University Press. p. 286. ISBN 9780674012820.
  5. Curtis, Michele; Antoniewicz, Leah; Linares, Silvia T. (2014). Glass' Office Gynecology (in ଇଂରାଜୀ). Lippincott Williams & Wilkins. p. 39. ISBN 9781608318209.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; Carl2004 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Banker, Manish (2019). Nova IVI Textbook of Infertility & Assisted Reproductive Technology (in ଇଂରାଜୀ). JP Medical Ltd. p. 237. ISBN 9789388958844.
  8. Pathobiology of Human Disease: A Dynamic Encyclopedia of Disease Mechanisms (in ଇଂରାଜୀ). Elsevier. 2014. p. 1385. ISBN 9780123864574.
  9. Burki, TK (October 2016). "Hyperandrogenism rule no longer in play at Rio Olympics". The Lancet. Diabetes & Endocrinology. 4 (10): 820. doi:10.1016/S2213-8587(16)30213-3. PMID 27503334.
  10. Burki, TK (October 2016). "Hyperandrogenism rule no longer in play at Rio Olympics". The Lancet. Diabetes & Endocrinology. 4 (10): 820. doi:10.1016/S2213-8587(16)30213-3. PMID 27503334.