ହର୍ଷିତା ସ୍ୱାମୀ ବଘେଲ
ଦେଖଣା
ହର୍ଷିତା ସ୍ୱାମୀ ବଘେଲ | |
|---|---|
| ବିଧାୟିକା: ଛତିଶଗଡ଼ ବିଧାନ ସଭା | |
| କାର୍ଯ୍ୟକାଳ ୨୦୨୩–ଏବେଯାଏଁ | |
| ନିର୍ବାଚନ ମଣ୍ଡଳୀ | ଡୋଙ୍ଗରଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୯୮୭ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ହର୍ଷିତା ସ୍ୱାମୀ ବଘେଲ (ଜନ୍ମ: ୧୯୮୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଛତିଶଗଡ଼ ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।[୧][୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସେ ୧୯୮୭ ମସିହାରେ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାର ଡୋଙ୍ଗରଗଡ଼ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସରକାରୀ ମେଡିକାଲ ଅଫିସର ମନୀସ ବଘେଲଙ୍କୁ ବିବାହ କରିଛନ୍ତି । ୨୦୧୯ ମସିହାରେ ସେ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟରୁ ଏମ୍.ଏ. ଓ ଏଲ୍.ଏଲ୍.ବି. କରିଥିଲେ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]୨୦୨୩ ଛତିଶଗଡ଼ ବିଧାନ ସଭା ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଛତିଶଗଡ଼ର ଡୋଙ୍ଗରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ୮୯,୧୪୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବିନୋଦ ଖଣ୍ଡେକରଙ୍କୁ ୧୪,୩୬୭ ଖଣ୍ଡ ଭୋଟରେ ପରାସ୍ତ କରି ଛତିଶଗଡ଼ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫][୬]
ଆଧାର
[ସମ୍ପାଦନା]- ↑ "Dongargarh Assembly Election Results 2023 Highlights: INC retains Dongargarh seat, Harshita Swami Baghel wins with 89145 votes". India Today (in ଇଂରାଜୀ). 2023-12-03. Retrieved 2024-10-17.
- ↑ "Harshita Swami Baghel , Cong Election Results LIVE: Latest Updates On Harshita Swami Baghel , Assembly Election Constituency Seat". ndtv.com (in ଇଂରାଜୀ). Retrieved 2024-10-17.
- ↑ "Harshita Swami Baghel(Indian National Congress(INC)):Constituency- DONGARGARH (SC)(RAJNANDGAON) - Affidavit Information of Candidate". myneta.info. Retrieved 2024-10-17.
- ↑ "Harshita Swami Baghel, INC Candidate from Dongargarh Assembly Election 2024 Seat: Electoral History & Political Journey, Winning or Losing - News18 Assembly Election 2024 Result News". www.news18.com (in ଇଂରାଜୀ). Retrieved 2024-10-17.
- ↑ "Harshita Swami Baghel Chhattisgarh Harshita-swami-baghel-dongargarh candidate Profile,Candidates Net Worth, Education News". news.abplive.com (in ଇଂରାଜୀ). Retrieved 2024-10-17.
- ↑ "Harshita Swami Baghel , Cong Election Results LIVE: Latest Updates On Harshita Swami Baghel , Assembly Election Constituency Seat". ndtv.com (in ଇଂରାଜୀ). Retrieved 2024-10-17.