ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର

ଉଇକିପିଡ଼ିଆ‌ରୁ

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଭୁବନେଶ୍ୱରଠାରେ ଅବସ୍ଥିତ ଏକ ସାର୍ବଜନୀକ ପାଠାଗାର । ଏହା ଓଡ଼ିଶାରେ ଥିବା ପାଠାଗାର ସମୂହର ପରିଚାଳନା ମୁଖ୍ୟ ଅଟେ ।[୧] ଏହି ପାଠାଗାର ସୌଧର ଦୁଇଟି ପାଠାଗାର କାର୍ଯ୍ୟ କରେ; "ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର" ଓ "ଭୁବନେଶ୍ୱର ସାର୍ବଜନୀକ ପାଠାଗାର" | ପ୍ରଥମଟି କେବଳ ରେଫରେନ୍ସ ପାଇଁ ଉଦ୍ଧିଷ୍ଟ, ବହି ଧାର ନେବା ପାଇଁ ଦିଆଯାଏ ନାହିଁ, ଦ୍ୱିତୀୟଟିରେ ଜନସାଧାରଣଙ୍କୁ ବହି ଧାର ନେବାର ସୁଯୋଗ ମିଳେ ।[୨]

ଇତିହାସ[ସମ୍ପାଦନା]

ପ୍ରଥମ ପଞ୍ଚବାର୍ଷିକ ଯୋଜନା ଅନୁସାରେ ଭାରତ ସରକାରଙ୍କ ଉପଦେଶ କ୍ରମେ "ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର" କଲ୍ପନା କରାଯାଇଥିଲା । ୧୯୫୯ରେ ରାଜଧାନୀ ଭୁବନେଶ୍ୱରର ଏକ ମୁଖ୍ୟ କେନ୍ଦ୍ରରେ ୧୬୦୦୦ ଏକର ବ୍ୟାପ୍ତ ଏକ ବିଶାଳ ସୌଧ ସହ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଲା । ୧୯୬୭ରେ ଏହାର ନାମ ରଖାଗଲା "ଗାନ୍ଧୀ ଭବନ" । [୨] ରାଜ୍ୟ ପାଠାଗାର ଏହି ସୌଧର ଏକ କୋଣରେ ରହିଥିଲା । ୧୯୮୭ରେ ଏହାର ପୁନଃବିନ୍ୟାସ କରାହେଲା ଓ ସଂପୂର୍ଣ୍ଣ ଚାରି ତଳ ବିଶିଷ୍ଟ ସୌଧାରେ ଦୁଇଟି ପାଠାଗାର କାର୍ଯ୍ୟକଲା; ଗୋଟିଏ 'ରାଜ୍ୟ ପାଠାଗାର' ଓ ଅନ୍ୟଟି 'ସାର୍ବଜନୀକ ପାଠାଗାର' । [୨] ଏହି ବର୍ଷ ରାଜ୍ୟ ପାଠାଗାରର ନାମକରଣ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ନାମ ଅନୁସାରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରଖାଗଲା ଓ ଅନ୍ୟଟିର ନାମ ଭୁବନେଶ୍ୱର ସାର୍ବଜନୀକ ପାଠାଗାର କରାଗଲା ।[୧][୨]

ଆକଳନ ତଥ୍ୟ[ସମ୍ପାଦନା]

  • ବହି ସଂଖ୍ୟା: ୧,୪୪,୦୦୦
  • ଆସୁଥିବା ଖବରକାଗଜ ସଂଖ୍ୟା: ୧୫
  • ଆସୁଥିବା ପତ୍ରିକା ସଂଖ୍ୟା: ୫୬

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]