ହରିଭାଇ ପଟେଲ
ଦେଖଣା
ହରିଭାଇ ପଟେଲ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୨୦୨୪ | |
| ପୂର୍ବ ଅଧିକାରୀ | ଶାରଦାବେନ ପଟେଲ |
| ନିର୍ବାଚନ ମଣ୍ଡଳୀ | ମହେସାଣ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଜୁନ ୧୯୬୧ ମହେସାଣ, ଗୁଜରାଟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ଦକ୍ଷାବହେନ (ବିବାହ: ୧୯ ଜୁଲାଇ ୧୯୮୮) |
| ବାପା/ବୋଉ | ପଟେଲ ନାଥୁରାମ, ରାଇବେନ |
| ଘର | ଶ୍ରୀନଗର ସୋସାଇଟି, ମହେସାଣ, ଗୁଜରାଟ |
ହରିଭାଇ ପଟେଲ ଜଣେ ଭାରତୀୟ ରାଜନେତା । ସେ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ଗୁଜରାଟର ମହେସାଣ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ରାଜନୈତିକ ଜୀବନ
[ସମ୍ପାଦନା]ହରିଭାଇ ଗୁଜରାଟର ମହେସାଣ ଜିଲ୍ଲାର ଉନ୍ଝା ତାଲୁକାର ସୁନୋକ ଗାଆଁରେ ଜନ୍ମଗ୍ରହଣ କରିଥିଲେ । ସେ ପୂର୍ବରୁ ମହେସାଣ ଜିଲ୍ଲା ପଞ୍ଚାୟତର ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ସେ ମେହସାଣା ଜିଲ୍ଲାର ବିଜେପିର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪][୫]
ସେ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ମହେସାଣ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "Mahesana, Gujarat Lok Sabha Election Results 2024 Highlights: Haribhai Patel Emerges Victorious". India Today (in ଇଂରାଜୀ). 2024-06-04. Retrieved 2024-06-04.
- ↑ Quint, The (2024-06-04). "Mahesana Election Result 2024 Live Updates: BJP's Haribhai Patel Has Won This Lok Sabha Seat". TheQuint (in ଇଂରାଜୀ). Retrieved 2024-06-05.
- ↑ "મહેસાણામાં ભાજપે મારી બાજી, હરિભાઈ પટેલની જીત પાક્કી". News18 ગુજરાતી (in ଗୁଜରାଟୀ). 2024-06-04. Retrieved 2024-06-05.
- ↑ DeshGujarat (2024-03-24). "Who is Haribhai Patel, BJP Lok Sabha candidate for Mahesana". DeshGujarat (in ଆମେରିକୀୟ ଇଂରାଜୀ). Retrieved 2024-07-28.
- ↑ India Today (13 July 2024). "Ex-local body heads | High jumpers" (in ଇଂରାଜୀ). Archived from the original on 31 July 2024. Retrieved 31 July 2024.