ହରିଣୀ ଅମରସୂରିୟା

ହରିଣୀ ନିରେକା ଅମରସୂରିୟା (ଜନ୍ମ – ୬ ମାର୍ଚ୍ଚ ୧୯୭୦) ଜଣେ ଶ୍ରୀଲଙ୍କାର ସମାଜଶାସ୍ତ୍ରୀ, ଶିକ୍ଷାବିଦ୍, ସାମାଜିକ କର୍ମୀ ଓ ରାଜନେତ୍ରୀ, ଯିଏ ୨୦୨୪ ରୁ ଶ୍ରୀଲଙ୍କାର ୧୬ତମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।ଶ୍ରୀଲଙ୍କା ମୁକ୍ତ ବିଶ୍ୱବିଦ୍ୟାଳୟରେ ଦଶବର୍ଷ ଧରି ଜଣେ ଶିକ୍ଷିକା ଭାବେ କାମ କରିବା ସମୟରେ, ସେ ଫେଡରେସନ୍ ଅଫ୍ ୟୁନିଭର୍ସିଟି ଟିଚର୍ସ’ ଆସୋସିଏସନ୍ ସହ ଶିକ୍ଷକ ସଂଘ ଆନ୍ଦୋଳନରେ ଜଡିତ ଥିଲେ । ୨୦୨୦ରେ ଜାତୀୟ ଜନଶକ୍ତି ପାର୍ଟି (NPP) ତାଙ୍କୁ National List (ଜାତୀୟ ତାଲିକା) ସଂସଦ ସଦସ୍ୟ ଭାବେ ମନୋନୀତ କଲା ।
୨୦୨୪ ସେପ୍ଟେମ୍ବର ମାସରେ ସେ ଶ୍ରୀଲଙ୍କାର ୧୬ତମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଦିସାନାୟକ ମନ୍ତ୍ରିମଣ୍ଡଳର ନ୍ୟାୟ, ସ୍ୱାସ୍ଥ୍ୟ, ମହିଳା, ଶିକ୍ଷା, ବାଣିଜ୍ୟ ଓ ଶିଳ୍ପ ବିଭାଗର ଅନ୍ତରୀଣ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନେଲେ, ଯାହା ପ୍ରଥମ ଗଠନ ଥିଲା। ସିରିମାଭୋ ବନ୍ଦାରନାୟକେ ଓ ତାଙ୍କ ଝିଅ ଚନ୍ଦ୍ରିକା କୁମାରତୁଙ୍ଗଙ୍କ ପରେ ସେ ହେଉଛନ୍ତି ଶ୍ରୀଲଙ୍କାର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ । ଶ୍ରୀଲଙ୍କାର ୨୦୨୪ର ସଂସଦୀୟ ନିର୍ବାଚନରେ NPP ପକ୍ଷର ବିପୁଳ ବିଜୟ ପରେ ସେ ପୁନର୍ବାର ୧୭ତମ ପ୍ରଧାନମନ୍ତ୍ରୀ ଭାବେ ପୁନର୍ନିଯୁକ୍ତ ହେଲେ । ଏହି ନିର୍ବାଚନରେ ସେ ୬,୫୫,୨୮୯ ଭୋଟ୍ ପାଇଥିଲେ, ୟାହାକି ଶ୍ରୀଲଙ୍କାର ସଂସଦୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ଭୋଟ୍ ରେକର୍ଡ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]୧୯୭୦ ମାର୍ଚ୍ଚ ୬ ତାରିଖରେ ଗାଲେ ଜିଲ୍ଲାରେ ଜନ୍ମ ନେଇଥିବା ହରିଣୀଙ୍କ ପିତା ଜଣେ ପ୍ଲାଣ୍ଟେସନ୍ ମାଲିକ ଓ ମାତା ଗୃହଣୀ ଥିଲେ । ସେ ତିନି ଭଉଣୀ-ଭାଇମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ । ସେ ଏଚ୍.ଡବ୍ଲୁ ଅମରସୂରିୟା (H. W. Amarasuriya)ଙ୍କ ଆତ୍ମୀୟା, ଯିଏ ୧୯୪୮ ରୁ ୧୯୫୨ ପର୍ଯ୍ୟନ୍ତ କ୍ୟାବିନେଟ ବାଣିଜ୍ୟ ମନ୍ତ୍ରୀ ଥିଲେ । ୧୯୭୨ର ଲ୍ୟାଣ୍ଡ ରିଫର୍ମ ଆଇନ୍ ଅନୁସାରେ ତାଙ୍କ ପିତାଙ୍କର ଜମିଦାରୀ ସରକାର ନେଇନେବା ପରେ ପରିବାର କୋଲମ୍ବୋକୁ ସ୍ଥାନାନ୍ତର ହେଲା । ସେଠାରେ ସେ Bishop’s College ରେ ପଢ଼ିଲେ ଓ ଏକ ବର୍ଷ ପାଇଁ ଯୁକ୍ତରାଷ୍ଟ୍ରରେ ଏକ ଏକ୍ସଚେଞ୍ଜ ଛାତ୍ରୀ ଭାବେ ରହିଥିଲେ।[୧]
୧୯୯୧ ରୁ ୧୯୯୪ ପର୍ଯ୍ୟନ୍ତ ସେ ଭାରତ ସରକାରଙ୍କ ଏକ ଛାତ୍ରବୃତ୍ତିରେ ହିନ୍ଦୁ କଲେଜରେ ସୋସିଓଲୋଜି ପଢ଼ିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକ (ସମ୍ମାନ) ଡିଗ୍ରୀ ଅର୍ଜନ କଲେ । ତାଙ୍କ ସମକାଳୀନମାନଙ୍କ ମଧ୍ୟରେ ଇମତିଆଜ ଅଲି ଓ ଅର୍ଣ୍ଣବ ଗୋସ୍ୱାମୀ ଥିଲେ । ଭାରତରୁ ଫେରିଆସି, ସେ Nest Sri Lanka ସହ ଜଡିତ ହୋଇ ସୁନାମି ପୀଡ଼ିତ ଶିଶୁମାନଙ୍କ ସହ କାମ କରିଥିଲେ । ପାଞ୍ଚ ବର୍ଷ ପରେ ସେ Macquarie University ରୁ Applied and Development Anthropology ରେ ଏମ.ଏ. ଡିଗ୍ରୀ ଓ ଏଡିନବର୍ଗ ବିଶ୍ଵବିଦ୍ୟାଅଳୟରୁ Social Anthropology ରେ ପିଏଚଡି ଯୋଗ୍ୟତା ଅର୍ଜନ କଲେ ।[୧]
ଶିକ୍ଷା ଓ ସାମାଜିକ କାର୍ଯ୍ୟକଳାପ
[ସମ୍ପାଦନା]ପିଏଚଡି ସମାପ୍ତ କରି ୨୦୧୧ ରେ ସେ ଶ୍ରୀଲଙ୍କା ଖୋଲା ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗରେ ବରିଷ୍ଠ ଅଧ୍ୟାପିକା ଭାବେ ଯୋଗ ଦେଲେ ଓ ପରେ ବିଭାଗାଧ୍ୟକ୍ଷ ହେଲେ । ସେ ଯୁରୋପିୟ ଗବେଷଣା ପରିଷଦ ଦ୍ୱାରା ମନୋନୀତ ତଥା ଅର୍ଥ ସହାୟତା ପ୍ରାପ୍ତ ହୋଇ ସେ ମାନବ ଅଧିକାର ଓ ନୈତିକତା ବିଷୟରେ ଶ୍ରୀଲଙ୍କାରେ ଗବେଷଣା କରିଛନ୍ତି ଓ ଏଡିନବରା ବିଶ୍ୱବିଦ୍ୟାଳୟର Institute for Advanced Studies in the Humanities ଦ୍ୱାରା ମନୋନୀତ ତଥା ଅର୍ଥ ସହାୟତା ପ୍ରାପ୍ତ ହୋଇ“ଶ୍ରୀଲଙ୍କାରେ ବିରୋଧୀ ମତ ଉପରେ ଉଗ୍ର ଖ୍ରୀଷ୍ଟାନ୍ ପ୍ରଭାବ” ବିଷୟରେ ଗବେଷଣା କରିଛନ୍ତି ।[୨]
ଭାରତ ଗସ୍ତ
[ସମ୍ପାଦନା]ପ୍ରଧାନମନ୍ତ୍ରୀ ଭାବେ, ଅମରସୂରିୟା ୨୦୨୫ ଅକ୍ଟୋବର୍ରେ ଭାରତକୁ ତାଙ୍କ ପ୍ରଥମ ଆଧିକାରିକ ବିଦେଶ ଗସ୍ତ କଲେ, ଯେଉଁଠାରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହିତ ସାକ୍ଷାତ୍ କଲେ । ସେମାନେ ଦ୍ୱିପକ୍ଷୀୟ ସହଯୋଗ ସୁଦୃଢ଼ କରିବା ସହ ମାଛଧରାଳିଙ୍କ ସମସ୍ୟା ବିଷୟରେ ଆଲୋଚନା କଲେ। ସେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ୨୦୨୫ ଏନ୍ଡିଟିଭି ୱର୍ଲ୍ଡ ସମିଟ୍ରେ ମଧ୍ୟ ଅଭିଭାଷଣ ଦେଲେ, ଯେଉଁଠାରେ ଋଷି ସୁନକ ଓ ଟୋନି ଆବଟ୍ ମଧ୍ୟ ଉପସ୍ଥିତ ଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Harini Amarasuriya - Life | Daily Mirror". www.dailymirror.lk (in ଇଂରାଜୀ). Retrieved 2025-11-01.
- ↑ "Dr Harini Amarasuriya | IASH". www.iash.ed.ac.uk. Retrieved 2020-08-12.
- ↑ First, News. "Prime Minister Harini Amarasuriya Returns After Official Visit to India". english.newsfirst.lk (in ଇଂରାଜୀ). Retrieved 2025-11-01.
{{cite web}}:|first=has generic name (help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |