ହରଜ୍ୟୋତ ସିଂହ ଭଲ୍ଲା
ହରଜ୍ୟୋତ ସିଂହ ଭଲ୍ଲା (ଜନ୍ମ: ନଭେମ୍ବର ୨୧, ୧୯୪୯) ଜଣେ ଭାରତୀୟ ଆଇନଜୀବୀ ଏବଂ ଓଡ଼ିଶା ତଥା ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଲୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ହରଜ୍ୟୋତ ସିଂହ ଭଲ୍ଲାଙ୍କ ଜନ୍ମ ନଭେମ୍ବର ୨୧, ୧୯୪୯ ତାରିଖରେ ଆଗ୍ରାରେ ହୋଇଥିଲା । ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ, ସେ ଆଇନ ପାଠପଢି ଆଇନ ଡିଗ୍ରୀ ହାସଲ କରି ଥିଲେ ଏବଂ ଜୁଲାଇ ୧୩, ୧୯୭୨ରେ ଏକ ଆଇନଜୀବୀ ଭାବେ ନାମ ଲେଖାଇ ଥିଲେ । ସେ ସର୍ଭିସ ସମ୍ପର୍କିତ ଆଇନ ମାମଲାରେ ଫିରୋଜପୁର ଓ ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ୧୮ ବର୍ଷ ଧରି ଆଇନ ବ୍ୟବସାୟ କରିଥିଲେ ।
ଜଷ୍ଟିସ୍ ଭଲ୍ଲା ୧୯୯୦ରେ ଏକ ପ୍ରତ୍ୟକ୍ଷ ନିଯୁକ୍ତି ଭାବେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି ଭାବେ ନ୍ୟାୟିକ ସେବାରେ ଯୋଗଦାନ କରିଥିଲେ ଏବଂ ଜଲନ୍ଧରରେ ନିଯୁକ୍ତି ପାଇଥିଲେ । ଚାକିରୀ ସେ ଜୀବନରେ ସାଙ୍ଗରୁର, ଭାଟିଣ୍ଡା ଜିଲ୍ଲାଗୁଡିକରେ ଏକ ଜିଲ୍ଲା ଜଜ୍ ଭାବେ କାମ କରିଥିଲେ ଏବଂ ତାପରେ ୫ ବର୍ଷ ଯାଏଁ ଚଣ୍ଡୀଗଡ଼ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ସେ ଏହି ଅବଧିରେ ବିଏନ୍ତ ସିଂହ ହତ୍ୟାକାଣ୍ଡ ମାମଲା ଭଳି ସଂବେଦନଶୀଳ ମାମଲା ବିଚାର କରିଥିଲେ ।
ସେ ନ୍ୟାୟିକ ବିଭାଗରେ କାର୍ଯ୍ୟ କରୁଥିବା ଏକ ପରିବାରରୁ ଆସିଥିଲେ । ତାଙ୍କ ଜେଜେବାପା ଓ ଠାକୁରଦାବାପା ବିଚାରପତି ଥିଲେ ଏବଂ ତାଙ୍କ ବଡବାପା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଥିଲେ । ସେ ୧ ଏପ୍ରିଲ ୨୦୦୬ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଲାଭ କରିଥିଲେ ।[୨] ପରେ ବଦଳି ହୋଇ ସେ ୨୮ ଅକ୍ଟୋବର ୨୦୧୦ ତାରିଖରେ ଓଡିଶା ହାଇକୋର୍ଟ, କଟକର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।[୧][୩]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-27.
- ↑ "Hon'ble former Judges". highcourtchd.gov.in/. Retrieved 27 January 2025.
- ↑ "Justice HS Bhalla (retd) appointed commissioner for Haryana gurdwara elections". Hindustan Times (in ଆମେରିକୀୟ ଇଂରାଜୀ). 2022-12-27. Retrieved 2025-01-27.