ହଂସନାଥ ମୁଦୁଲି
ଦେଖଣା
ହଂସନାଥ ମୁଦୁଲି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୯ ଫେବୃଆରୀ ୧୯୫୩ ଅଇନୀ, କଟକ |
| ବୃତ୍ତି | ବ୍ୟାଙ୍କ କର୍ମଚାରୀ |
| ନାଗରିକତା | ଭାରତୀୟ |
| ବିଷୟ | ପଦାର୍ଥ ବିଜ୍ଞାନ |
| ପିତାମାତା | ବନ୍ଧୁ ମୁଦୁଲି, ତଅପୋଇ ମୁଦୁଲି |
ହଂସନାଥ ମୁଦୁଲି ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ଉପଖଣ୍ଡ ଅନ୍ତର୍ଗତ ଅଇନୀ ଗ୍ରାମରେ ୧୯୫୩ ମସିହା ଫେବୃଆରୀ ୯ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଓ ଜଣାଶୁଣା ଲେଖକ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ହଂସନାଥ ଗ୍ରାମ୍ୟ ଚାଟଶାଳୀରୁ ପାଠ ପଢ଼ା ଆରମ୍ଭ କରି ନୂଆବଜାର ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ପରେ ରେଭେନସାରୁ ବିଜ୍ଞାନରେ ପଢ଼ା ଆରମ୍ଭ କରିଥିଲେ ମଧ୍ୟ କଳା ଓ ବାଣିଜ୍ୟରେ ସ୍ନାତକ ଏବଂ ଉଭୟ ସାଧାରଣ ପ୍ରଶାସନ ଓ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ଶିକ୍ଷା ଶେଷ ହେବା ପରେ ସେ ବ୍ୟାଙ୍କ୍ ଅଫ୍ ଇଣ୍ଦିଆରେ ଯୋଗ ଦେଇ ସମୟକ୍ରମେ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ଶାଖାରେ କାର୍ଯ୍ୟ କରିଥିଲେ । ଶେଷରେ ୨୦୧୩ ଫେବୃଆରୀ ୨୮ ତାରିଖରେ କର୍ମମୟ ଜୀବନରୁ ଅବସର ନେଲେ । ହାଇସ୍କୁଲରେ ପଢ଼ିବାବେଳୁ ସେ ଲେଖାଲେଖି ପ୍ରତି ଆଗ୍ରହୀ ହୋଇଥିଲେ । କାବ୍ୟକବିତା, ଗଳ୍ପ, ଅନୁବାଦ ଓ ଶିଶୁସାହିତ୍ୟ ଭଳି ସାହିତ୍ୟର ଅନେକ ବିଭାଗରେ ସେ ସଫଳତାର ସହ ଲେଖନୀ ଚାଳନା କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]ଗୀତି କବିତା
[ସମ୍ପାଦନା]- ଜଗାକାଳିଆ ମୋ ଗଳାମାଳିଆ
- ମନନଈ ସ୍ମୃତି ଢେଉ
- ସାଗର ସେପାରି ବାଲି
- ମନ ଅଗଣାର ଫୁଲ
- ଜଗତର ନାଥ ବୋଲି
- ମନ ପ୍ରଜାପତି ଉଡ଼େ ପ୍ରୀତି ଫୁଲେ
- ମନ ବଗିଚାର ହସ ଫୁଲଟି[୨]
- ଦେଶ ମୋ ଭାରତବର୍ଷ
ଶିଶୁ ସାହିତ୍ୟ
[ସମ୍ପାଦନା]- କାଗଜ ଡଙ୍ଗା
- ମୃତ ସାଗର
- ଦୁନିଆ ପାରିବା ଦେଖି
- ସାନ ବଡ଼ ନୁହେଁ କେହି ଜଗତେ
- ଆକାଶର ମନ ଆକାଶଛୁଆଁ
- ନୂଆ ବରଷର ନୂଆ କବିତା
- ଉଡ଼ନ୍ତା ମାଛ
- ଆମ ଭାଷାରେ ତାଙ୍କ ଗପ (ଅନୁବାଦ)
- ଛୋଟ ଏକ ଗାଁ ଅଇନୀ ତାର ନାଁ
- କିରଣ ଜ୍ୟୋତ୍ସ୍ନା
- ସହର କହିଲା ଗାଁକୁ
ଗଳ୍ପ
[ସମ୍ପାଦନା]- ଅଦେଖା ଦେଖା
- ଅନ୍ଧକାରର ଆଲୋଡ଼ନ
- ସହଯାତ୍ରୀ ଓ ଅନ୍ୟାନ୍ୟ ଗଳ୍ପ
- ପଞ୍ଚାତ୍ମିକା (ସହ ଲେଖକ)
- ଜୀବନ ଯୁଦ୍ଧ ଓ ଅନ୍ୟାନ୍ୟ ଗଳ୍ପ
- କଥା ଉପକଥା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସରଗଶଶୀ ସମ୍ମାନ
- ଝୁମୁକା ପୁରସ୍କାର
- ଅନ୍ନପୂର୍ଣ୍ଣା ନନ୍ଦ ଗୀତିକବି ସମ୍ମାନ
- ସୃଜନସ୍ବପ୍ନ ସମ୍ମାନ