Jump to content

ସୟାଜୀ ରତ୍ନ ପୁରସ୍କାର

ଉଇକିପିଡ଼ିଆ‌ରୁ
ସୟାଜୀ ରତ୍ନ ପୁରସ୍କାର
ଦାତାBaroda Management Association
ତାରିଖ2013
ଅବସ୍ଥିତିVadodara
ଦେଶIndia
ମୁଖ୍ୟ ୱେବସାଇଟBMABaroda.com

ବଡୋଦରା ପ୍ରବନ୍ଧନ ସଂଘ (BMA) ୨୦୧୩ ମସିହାରେ ବଡୋଦରାର ପୂର୍ବତନ ଶାସକ, ମହାରାଜା ସୟାଜୀରାଓ ଗାୟକୱାଡ ତୃତୀୟଙ୍କ ୧୫୧ତମ ଜନ୍ମବାର୍ଷିକୀ ଅବସରରେ ଜାତୀୟ ସ୍ତରରେ ସୟାଜୀ ରତ୍ନ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ।[] ୧୯୫୭ ମସିହାରେ ବଡୋଦାରେ ସ୍ଥାପିତ ହୋଇଥିବା BMA, ସଂସ୍ଥା, ସମଗ୍ର ଭାରତ ମ୍ୟାନେଜମେଣ୍ଟ ସଂଘର ଏକ ସଦସ୍ୟ ସଂଗଠନ। ଏହି ପୁରସ୍କାର ପ୍ରତିବର୍ଷ ଭାରତର ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ପ୍ରଦର୍ଶନ କରିଥିବା ଜୀବନ୍ତ ଗୌରବମୟ ବ୍ୟକ୍ତିତ୍ୱ ମାନଙ୍କୁ ପ୍ରଦାନ କରାଯାଏ ।

ଏହାର ଉଦ୍ଦେଶ୍ୟ, ବ୍ୟବସାୟ, କ୍ରୀଡା, କଳା, ମାନବତା, ଶିକ୍ଷା, ଶାସନ ଓ ଔଷଧ କ୍ଷେତ୍ରରେ ଅଦ୍ୱିତୀୟ ଅବଦାନ ରଖିଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ୱକୁ ସମ୍ମାନିତ କରିବା । ମହାରାଜା ସୟାଜୀରାଓ ତୃତୀୟଙ୍କର ଶ୍ରେଷ୍ଠ ଗୁଣ ଯଥା ଦୂରଦୃଷ୍ଟି, ସତ୍ୟନିଷ୍ଠା, ସହାନୁଭୂତି, ଦୟା, ସଂଗଠନ କ୍ଷମତା ଓ ସମାଜର ସମସ୍ତ ଅଂଶକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ନିମିତ୍ତ ଚୟନ କରନ୍ତି ।

ପ୍ରଥମ ପ୍ରାପ୍ତକର୍ତ୍ତା

[ସମ୍ପାଦନା]

ପ୍ରଥମ ପ୍ରାପ୍ତକର୍ତ୍ତା ଥିଲେ ଇନ୍‌ଫୋସିସ୍ ଲିମିଟେଡର ସହ-ସଂସ୍ଥାପକ ଏନ. ଆର୍. ନାରାୟଣମୂର୍ତି[] ୧୩ ମଇ ୨୦୧୩ ରେ ବଡୋଦରାରେ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ଦ୍ଵିତୀୟ ପ୍ରାପ୍ତକର୍ତ୍ତା

[ସମ୍ପାଦନା]

ସୟାଜୀ ରତ୍ନ ପୁରସ୍କାରର ଦ୍ୱିତୀୟ ପ୍ରାପ୍ତକର୍ତ୍ତା ହେଉଛନ୍ତି ରତନ ଟାଟା, ଯିଏ ଟାଟା ଗୃପର ଏକ ଭାରତୀୟ ବ୍ୟବସାୟୀ, ମୁମ୍ବାଇ ଆଧାରିତ ଏକ ସଂଗଠନର ସଦସ୍ୟ । ୧ ଡିସେମ୍ବର ୨୦୧୫ରେ ବଡୋଦ୍ଦରାରେ ଏହି ପୁରସ୍କାର ଦ୍ଵାରା ରତନ ଟାଟାଙ୍କୁ ସମ୍ମାନିତ କରାଯାଇଥିଲା ।[]

ତୃତୀୟ ପ୍ରାପ୍ତକର୍ତ୍ତା

[ସମ୍ପାଦନା]

ତୃତୀୟ ପ୍ରାପ୍ତକର୍ତ୍ତା ହେଉଛନ୍ତି ହିନ୍ଦୀ ସିନେମାର ଅଭିନେତା ଅମିତାଭ ବଚ୍ଚନ, ଯିଏ ୨୦ ନଭେମ୍ବର ୨୦୧୮ରେ ବଡୋଦରାରେ ଏହି ପୁରସ୍କାର ପ୍ରାପ୍ତ କରିଥିଲେ ।[]

  1. ୧.୦ ୧.୧ "First Sayaji Ratna Award for Narayana Murthy - Times Of India". web.archive.org. 2014-01-09. Archived from the original on 2014-01-09. Retrieved 2025-05-25.
  2. "Narayana Murthy lauds Narendra Modi as the ‘finest administrator’". The Indian Express (in ଇଂରାଜୀ). 2013-05-14. Retrieved 2025-05-26. {{cite web}}: C1 control character in |title= at position 44 (help)
  3. "BMA to confer Sayaji Ratna Award on Ratan Tata". The Times of India. 2014-04-06. ISSN 0971-8257. Retrieved 2025-05-26.
  4. "Amitabh Bachchan to be given Sayaji Ratna Award". The Times of India. 2018-11-03. ISSN 0971-8257. Retrieved 2025-05-26.