Jump to content

ସ୍ୱାମୀ ରାମ ତୀର୍ଥ

ଉଇକିପିଡ଼ିଆ‌ରୁ
ସ୍ୱାମୀ ରାମ ତୀର୍ଥ
ସ୍ୱାମୀ ରାମ ତୀର୍ଥ
ଜନ୍ମ(1873-10-22)୨୨ ଅକ୍ଟୋବର ୧୮୭୩
Village Muraliwala, British India (present-day Gujranwala District, Punjab)
ମୃତ୍ୟୁ୧୭ ଅକ୍ଟୋବର ୧୯୦୬(1906-10-17) (ବୟସ ୩୨)
Tehri, United Province, British India
ଜାତୀୟତାIndian
ଦର୍ଶନAdvaita Vedanta
ମୁଖ୍ୟ ଶିଷ୍ୟ (ଗଣ)Puran Singh, Narayan Swami

ସ୍ୱାମୀ ରାମ ତୀର୍ଥ ( ୨୨ ଅକ୍ଟୋବର 1873 – 17 ଅକ୍ଟୋବର 1906), ଯିଏ ରାମ ସ୍ଵାମୀ ନାମରେ ମଧ୍ୟ ପରିଚିତ, ଭାରତର ବେଦାନ୍ତ ଦର୍ଶନର ଏକ ବିଦ୍ଵାନ ଥିଲେ । ସେ ଯୁକ୍ତରାଷ୍ଟ୍ରରେ ଭାଷଣଦେଇଥିବା ପ୍ରଥମ ପ୍ରସିଦ୍ଧ ହିନ୍ଦୁ ବିଦ୍ଵାନମାନଙ୍କ ମଧ୍ୟରେ ଥିଲେ । ସେ ୧୯୦୨ ମସିହାରେ ସେଠାରେ ଯୋଗ ଦେଇଥିଲେ, ଯେଉଁଠାରେ 1893ରେ ସ୍ୱାମୀ ବିବେକାନନ୍ଦ ଓ 1920ରେ ପରମହଂସ ଯୋଗାନନ୍ଦଙ୍କ ଯାତ୍ରା ହୋଇଥିଲା ।[][]ଆମେରିକା ଭ୍ରମଣ ସମୟରେ ସ୍ୱାମୀ ରାମ ତୀର୍ଥ “ପ୍ରାକ୍ଟିକାଲ୍ ବେଦାନ୍ତ” ଓ ଭାରତୀୟ ଯୁବକମାନଙ୍କ ଶିକ୍ଷା ବିଷୟରେ ବହୁତ ଭାଷଣ ଦେଇଥିଲେ । ସେ ଭାରତୀୟ ଯୁବକମାନଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ନେବାର ପ୍ରସ୍ତାବ ରଖିଥିଲେ ଓ ଭାରତୀୟ ଛାତ୍ରମାନଙ୍କ ପାଇଁ ବୃତ୍ତି ବ୍ୟବସ୍ଥା କରିବାରେ ସହାୟତା କରିଥିଲେ ।

ଜୀବନୀ

[ସମ୍ପାଦନା]

ରାମ ତୀର୍ଥଙ୍କ ଜନ୍ମ 22 ଅକ୍ଟୋବର 1873 (ଦୀପାବଳି, ବିକ୍ରମ ସମ୍ବତ 1930)ରେ ପାକିସ୍ତାନର ପଞ୍ଜାବର ଗୁଜରନୱାଲା ଜିଲ୍ଲାର ମୁରାଲୀୱାଲା ଗାଁରେ ଗୋସ୍ୱାମୀ ବ୍ରାହ୍ମଣ ପରିବାରରେ ପଣ୍ଡିତ ହୀରାନନ୍ଦ ଗୋସ୍ୱାମୀଙ୍କ ଘରେ ହୋଇଥିଲା । ମା’ଙ୍କ ଦେହାନ୍ତ ଶୀଘ୍ର ହେବାରୁ ସେ ବଡ଼ ଭାଇ ଗୋସାଇଁ ଗୁରୁଦାସଙ୍କ ଦ୍ୱାରା ପାଳିତ ହୋଇଥିଲେ । ଲାହୋର ସରକାରୀ କଲେଜରୁ ଗଣିତରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବା ପରେ ସେ ଲାହୋରର ଫର୍ମାନ୍ କ୍ରିଷ୍ଟିଆନ୍ କଲେଜରେ ଗଣିତ ପ୍ରୋଫେସର ହେଲେ । 1897ରେ ଲାହୋରରେ ସ୍ୱାମୀ ବିବେକାନନ୍ଦଙ୍କ ସହ ହୋଇଥିବା ସାକ୍ଷାତ୍କାର, ତାଙ୍କ ସନ୍ନ୍ୟାସୀ ଜୀବନ ଗ୍ରହଣରେ ପ୍ରେରଣା ଦେଇଥିଲା । କୃଷ୍ଣ ଓ ଅଦ୍ୱୈତ ବେଦାନ୍ତ ବିଷୟରେ ତାଙ୍କ ବ୍ୟାଖ୍ୟାନ ଲୋକପ୍ରିୟ ହେବା ପରେ, ସେ 1899ରେ ଦୀପାବଳି ଦିନ ସନ୍ନ୍ୟାସ ଗ୍ରହଣ କଲେ, ଓ ତାଙ୍କ ପତ୍ନୀ, ସନ୍ତାନ ଓ ପ୍ରୋଫେସର ପଦ ତ୍ୟାଗ କଲେ ।

“ସନ୍ନ୍ୟାସୀ ହେବା ପରେ ସେ ଧନ ସ୍ପର୍ଶ କରୁନଥିଲେ, କୌଣସି ଜିନିଷ ମଧ୍ୟ ବହନ କରୁନଥିଲେ । ତଥାପି ସେ ସମଗ୍ର ବିଶ୍ୱ ଭ୍ରମଣ କରିଥିଲେ ।” ଜାପାନରେ ହିନ୍ଦୁଧର୍ମ ବିଷୟରେ ଶିକ୍ଷା ଦେବା ପାଇଁ ତାଙ୍କ ଯାତ୍ରା ତେହେରୀର ମହାରାଜା କୀର୍ତିଶାହ ବାହାଦୁରଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିଲା। ସେଠାରୁ ସେ 1902ରେ ଆମେରିକାକୁ ଗଲେ ଓ ସେଠାରେ ଦୁଇ ବର୍ଷ ଧରି ହିନ୍ଦୁଧର୍ମ, ଅନ୍ୟ ଧର୍ମ ଓ “ପ୍ରାକ୍ଟିକାଲ୍ ବେଦାନ୍ତ” ବିଷୟରେ ବ୍ୟାଖ୍ୟାନ ଦେଇଥିଲେ। ସେ ଭାରତର ଜାତି ପ୍ରଥାର କୁଫଳ, ନାରୀ ଓ ଗରିବମାନଙ୍କ ଶିକ୍ଷାର ଗୁରୁତ୍ୱ ବିଷୟରେ ବାରମ୍ବାର କହୁଥିଲେ । ସେ କହୁଥିଲେ, “ନାରୀ, ଶିଶୁ ଓ ଶ୍ରମିକ ଶ୍ରେଣୀଙ୍କ ଶିକ୍ଷାକୁ ଅବହେଳା କରିବା ମାନେ ଯେଉଁ ଶାଖା ଆମକୁ ଧରି ରହିଛି ସେଗୁଡିକୁ କାଟିଦେବା ସହ ସମାନ,କିମ୍ବା ସେହି ଜାତିର ମୂଳରେ ଆଘାତ କରିବା ସମାନ ।”ଭାରତକୁ ମିଶନାରୀ ନୁହେଁ, ଶିକ୍ଷିତ ଯୁବକ ଆବଶ୍ୟକ ବୋଲି ସେ ଯୁକ୍ତି ଦେଇ ଭାରତୀୟ ଯୁବକମାନଙ୍କ ପାଇଁ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ସହାୟତା ସଂଗଠନ ଆରମ୍ଭ କଲେ ଓ ବହୁ ବୃତ୍ତି ମୂଳକ ଯୋଜନା ସ୍ଥାପନରେ ସାହାଯ୍ୟ କଲେ ।[] ସେ ନିଜକୁ ଅହଂକାରକୁ ଦୂର କରିବା ପାଇଁ ସଦା ତୃତୀୟ ପୁରୁଷରେ ବର୍ଣ୍ଣନା କରୁଥିଲେ, ଯାହା ହିନ୍ଦୁଧର୍ମର ଏକ ଆଧ୍ୟାତ୍ମିକ ପ୍ରଯୋଗ । 1904ରେ ଭାରତକୁ ଫେରିବା ପରେ ଆରମ୍ଭରେ ତାଙ୍କ ବ୍ୟାଖ୍ୟାନରେ ବିପୁଳ ଭିଡ଼ ହେଉଥିଲା, କିନ୍ତୁ 1906ରେ ସେ ସମ୍ପୁର୍ଣ୍ଣ ଭାବରେ ସାର୍ବଜନୀନ ଜୀବନ ଛାଡ଼ି ହିମାଳୟ ପାହାଡ଼ତଳକୁ ଗଲେ ଓ ପ୍ରାକ୍ଟିକାଲ୍ ବେଦାନ୍ତ ବିଷୟରେ ଗୋଟିଏ ପୁସ୍ତକ ରଚନା କରିବାର ପ୍ରସ୍ତୁତି ନେଲେ । 17 ଅକ୍ଟୋବର 1906 (ଦୀପାବଳି, ବିକ୍ରମ ସମ୍ବତ 1963)ରେ ତାଙ୍କ ଦେହାନ୍ତ ହେଲା ଓ ତେଣୁ ପୁସ୍ତକଟି ସମାପ୍ତ ହେଲା ନାହିଁ । ଅନେକେ ବିଶ୍ୱାସ କରନ୍ତି ଯେ ସେ ମରିନଥିଲେ, କେବଳ ତାଙ୍କ ଶରୀରକୁ ଗଙ୍ଗା ନଦୀକୁ ସମର୍ପଣ କରିଥିଲେ ।

ଭବିଷ୍ୟତ ଭାରତ ବିଷୟରେ ସ୍ୱାମୀ ରାମ ତୀର୍ଥଙ୍କ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀକୁ ଶିବ ଆର୍‍. ଜ୍ଞାୱାରଙ୍କ “ବିଲ୍ଡିଂ ଏ ନୋବଲ୍ ୱାର୍ଲ୍ଡ” ପୁସ୍ତକରେ ଉଲ୍ଲେଖ କରାଯାଇଛି । ରାମ ତୀର୍ଥ କହିଥିଲେ, “ଜାପାନ ପରେ ଚୀନ ଉଠିବ ଓ ସମୃଦ୍ଧି ଓ ଶକ୍ତି ଲାଭ କରିବ । ତେବେ ଚୀନ ପରେ ସମୃଦ୍ଧି ଓ ଜ୍ଞାନର ସୂର୍ଯ୍ୟ ପୁନର୍ବାର ଭାରତ ଉପରେ ହସିବ ।”[]

  1. Brooks, Douglas Renfrew (2000). Meditation Revolution: A History and Theology of the Siddha Yoga Lineage. India: Motilal Banarsidass Publishing. p. 72. ISBN 81-208-1648-X.
  2. Frawley, David (2000). Vedantic Meditation: Lighting the Flame of Awareness. North Atlantic Books. p. 3. ISBN 1-55643-334-4.
  3. Singh, appendix, article from Minneapolis Tribune.
  4. Swami Rama Tirtha. In Woods Of God Realization Swami Rama Tirtha Volume 4 1913 Edn.