Jump to content

ସ୍ୱତଃ‌ସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ

ଉଇକିପିଡ଼ିଆ‌ରୁ
Spontaneous bacterial peritonitis
Turbid peritoneal fluid withdrawn during a diagnostic paracentesis, which is consistent with SPB.[]
ବିଭାଗGastroenterology
ଲକ୍ଷଣMild to moderate diffuse abdominal pain, confusion, fever[][]
ବିପଦ କାରକLiver cirrhosis, peritoneal carcinomatosis, heart failure, pancreatitis, nephrotic syndrome[]
ରୋଗ ନିର୍ଣ୍ଣୟ ପଦ୍ଧତିParacentesis[]
ଔଷଧCeftriaxone, piperacillin/tazobactam, carbapenem[]
ଚିକିତ୍ସାAntibiotics, albumin[]
ପୁନଃପୌନିକ15% of people admitted to hospital due to cirrhosis[]
ମୃତ୍ୟୁ ସାନ୍ଦ୍ରତା30% at one month; 60% dead at a year[]

ସ୍ୱତଃ‌ସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ (Spontaneous bacterial peritonitis/ SBP ) ହେଉଛି ଉଦରରେ ଥିବା ଆସାଇଟିକ ତରଳ ପଦାର୍ଥର ବିନା ଉତ୍ସରେ ପରିବ୍ୟାପ୍ତ ଜୀବାଣୁ ସଂକ୍ରମଣ ।[] ଏହାର ଲକ୍ଷଣ ସାଧାରଣତଃ ବିସ୍ତାର ବା ସାମାନ୍ୟରୁ ମଧ୍ୟମ ଧରଣର ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ କରେ ଯାହା ସ୍ଥିର ରହେ ।[] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର କିମ୍ବା ଦ୍ୱନ୍ଦ୍ୱ ହୋଇପାରେ ।[] ଜଟିଳତା ମଧ୍ୟରେ ବୃକ୍‌କ ସମସ୍ୟା, ଯକୃତ ଜନିତ ସମସ୍ୟା ଏବଂ ପାକଅନ୍ତନଳୀରୁ ରକ୍ତସ୍ରାବ ହୋଇପାରେ ।[]

ସିରୋସିସ୍, ପେରିଟୋନିଅଲ କର୍କଟ, ହୃଦ୍‌ପାତ, ଅଗ୍ନାଶୟ ପ୍ରଦାହ ଏବଂ ନେଫ୍ରୋଟିକ୍ ସିଣ୍ଡ୍ରୋମ ରୋଗମାନ ଏହି ରୋଗ ସଙ୍କଟ ଆଣିପାରେ ।[] ସାଧାରଣତଃ ଇକୋଲାଇ ଭଳି ଗ୍ରାମ-ନକରାତ୍ମକ ଜୀବାଣୁ ଏଥିପାଇଁ ଦାୟୀ ହୁଅନ୍ତି ।[] ପାରାସେଣ୍ଟେସିସ କରି ରୋଗ ନିର୍ଣ୍ଣୟ କରାଯାଏ ଓ ପେରିଟୋନିଆଲ ତରଲ ପଦାର୍ଥ ନମୁନା ସଂଗ୍ରହ କରାଯାଏ ।[] ଏହି ତରଳ ପଦାର୍ଥରେ ଅତ୍ୟଧିକ ପରିମାଣର ନିଉଟ୍ରୋଫିଲ ଥିଲେ (> 250 ଜୀବକୋଷ/ µL) ରୋଗ ନିଶ୍ଚିତ ବୋଲି ଧରାଯାଏ ।[]

ଚିକିତ୍ସା ଜୀବାଣୁ କଲଚର ଫଳାଫଳକୁ ଅପେକ୍ଷା ନକରି ଆଣ୍ଟିବାୟୋଟିକ ଚିକିତ୍ସା ଆରମ୍ଭ କରାଯାଏ ।[] ସମ୍ପ୍ରଦାୟରେ ଯେଉଁମାନେ ସଂକ୍ରମଣର ବିକାଶ କରନ୍ତି, ତାଙ୍କୁ ସାଧାରଣତଃ ସେଫଟ୍ରାଇଆକ୍ସୋନ୍ ଦିଆଯାଏ; ଡାକ୍ତରଖାନାରେ ସଂକ୍ରମିତ ହୋଇଥିଲେ ପିପେରାସିଲିନ/ ଟାଜୋବ୍ୟାକ୍ଟମ ଦିଆଯାଏ ।[] ସାଧାରଣତଃ ଆଲବୁମିନ ଇନଫ୍ୟୁସନ ମଧ୍ୟ ଦିଆଯାଇପାରେ ।[] ଯେଉଁମାନଙ୍କର ସିରୋସିସ ରୋଗୀଙ୍କର ଉଦର ରକ୍ତସ୍ରାବ ହେଉଥିଲେ ଆଣ୍ଟିବାୟୋଟିକ ବ୍ୟବହାର କରି ଏହି ରୋଗକୁ ରୋକାଯାଇପାରେ ।[]

ସିରୋସିସ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୫% ଲୋକଙ୍କ ମଧ୍ୟରେ ଏହି ରୋଗ ଥାଇପାରେ ।[] ଏହାର ମୃତ୍ୟୁ ଆଶଙ୍କା ଅଧିକ, ଗୋଟିଏ ମାସରେ ୩୦% ମୃତ ଏବଂ ଏକ ବର୍ଷରେ ୬୦% ମୃତ ହୁଅନ୍ତି ।[] ଏହି ଅବସ୍ଥା ପ୍ରଥମେ ୧୯୬୪ ମସିହାର ହାରୋଲ୍ଡ ଓ କନ ବର୍ଣ୍ଣନା କରିଥିଲେ ।[] ଏହି ରୋଗ ସଙ୍କଟ ଥିବା ବ୍ୟକ୍ତିମାନଙ୍କର ମଧ୍ୟ ସ୍ୱତଃ‌ସ୍ଫୁର୍ତ୍ତ କବକ ପେରିଟୋନାଇଟିସ ( SFP ) ହୋଇପାରେ ।[]

  1. Burleson, Samuel; Wang, Henry (8 March 2016). "Turbid Peritoneal Fluid". Western Journal of Emergency Medicine. 17 (2): 189–190. doi:10.5811/westjem.2016.1.29444. PMID 26973749.
  2. 1 2 3 "Spontaneous Bacterial Peritonitis (SBP) - Hepatic and Biliary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 21 November 2021. Retrieved 22 January 2022.
  3. 1 2 3 4 5 6 7 8 9 10 11 12 13 14 15 16 MacIntosh, T (1 March 2018). "Emergency Management of Spontaneous Bacterial Peritonitis - A Clinical Review". Cureus. 10 (3): e2253. doi:10.7759/cureus.2253. PMC 5929973. PMID 29721399.
  4. 1 2 Fernández, J; Bauer, TM; Navasa, M; Rodés, J (December 2000). "Diagnosis, treatment and prevention of spontaneous bacterial peritonitis". Baillière's Best Practice & Research. Clinical Gastroenterology. 14 (6): 975–990. doi:10.1053/bega.2000.0142. PMID 11139350.
  5. Dever, JB; Sheikh, MY (June 2015). "Review article: spontaneous bacterial peritonitis--bacteriology, diagnosis, treatment, risk factors and prevention". Alimentary Pharmacology & Therapeutics (Review). 41 (11): 1116–31. doi:10.1111/apt.13172. PMID 25819304.
  6. Conn, Harold O.; Rodes, Juan; Navasa, Miguel (24 March 2000). Spontaneous Bacterial Peritonitis: The Disease, Pathogenesis and Treatment (in ଇଂରାଜୀ). CRC Press. ISBN 978-0-8247-4654-4. Archived from the original on 23 January 2022. Retrieved 22 January 2022.
  7. Shizuma, T (27 February 2018). "Spontaneous bacterial and fungal peritonitis in patients with liver cirrhosis: A literature review". World Journal of Hepatology. 10 (2): 254–266. doi:10.4254/wjh.v10.i2.254. PMC 5838444. PMID 29527261.{{cite journal}}: CS1 maint: unflagged free DOI (link)