Jump to content

ସ୍ମୃତି ଇରାନୀ

ଉଇକିପିଡ଼ିଆ‌ରୁ
ସ୍ମୃତି ଇରାନୀ
ସ୍ମୃତି
Irani in 2023
Union Cabinet Minister
କାର୍ଯ୍ୟକାଳ
26 May 2014 – 9 June 2024
Member of Parliament, Lok Sabha
କାର୍ଯ୍ୟକାଳ
23 May 2019 – 4 June 2024
ପୂର୍ବ ଅଧିକାରୀRahul Gandhi
ପର ଅଧିକାରୀKishori Lal Sharma
ନିର୍ବାଚନ ମଣ୍ଡଳୀAmethi, Uttar Pradesh
Member of Parliament, Rajya Sabha
କାର୍ଯ୍ୟକାଳ
19 August 2011 – 23 May 2019
ପୂର୍ବ ଅଧିକାରୀPravin Naik
ପର ଅଧିକାରୀJugalji Mathurji Thakor
ନିର୍ବାଚନ ମଣ୍ଡଳୀGujarat
National President of the BJP Mahila Morcha
କାର୍ଯ୍ୟକାଳ
24 June 2010 – 24 April 2013
ପୂର୍ବ ଅଧିକାରୀKiran Maheshwari
ପର ଅଧିକାରୀSaroj Pandey
ବ୍ୟକ୍ତିଗତ ସବିଶେଷ
ଜନ୍ମ
Smriti Malhotra

(1976-03-23) ୨୩ ମାର୍ଚ୍ଚ ୧୯୭୬ (ବୟସ ୫୦)[୧]
New Delhi, Delhi, India
ରାଜନୀତିକ ଦଳBharatiya Janata Party
ଜୀବନ ସାଥୀ
Zubin Irani
​
(m. ୨୦୦୧)​
ସନ୍ତାନ3
ଘର
ବୃତ୍ତି
  • Actress
  • politician

ସ୍ମୃତି ଜୁବିନ ଇରାନୀ (ସ୍ମୃତି ମଲ୍ହୋତ୍ରା)[୨] (ପଞ୍ଜାବୀ: ਸਮ੍ਰਿਤੀ ਜੁਬੀਨ ਇਰਾਨੀ; ଜନ୍ମ: ୨୩ ମାର୍ଚ୍ଚ ୧୯୭୬) ଜଣେ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଓ ମହିଳା ରାଜନେତ୍ରୀ। ସେ ଭାରତ ସରକାରରେ କପଡ଼ା ମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ୟ କରିଥିଲେ। ଏହା ପୂର୍ବରୁ ସେ ମାନବ ସମ୍ପଦ ବିକାଶ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ପାଳନ କରିଥିଲେ।

୨୦୧୯ ମସିହାର ଭାରତର ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ଅମେଠୀ ଆସନରୁ ପ୍ରତିଯୋଗିତା କରି ଦେଶର ପ୍ରମୁଖ ବିପକ୍ଷ ନେତା ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ସ୍ମୃତି ଇରାନୀ ୨୦୧୯ର ମନ୍ତ୍ରିପରିଷଦରେ ସବୁଠାରୁ କମ୍ ବୟସର ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ମେ ୨୦୧୯ରେ ୪୩ ବର୍ଷ ବୟସରେ କେବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସ୍ମୃତି ଜୁବିନ ଇରାନୀଙ୍କ ଜନ୍ମ ୨୩ ମାର୍ଚ୍ଚ ୧୯୭୬ରେ ଦିଲ୍ଲୀରେ ହୋଇଥିଲା । ସେ ଭାରତର ରାଜଧାନୀରେ ଶିକ୍ଷା ଗ୍ରହଣ କରିଥିଲେ। ସେ ସୌନ୍ଦର୍ଯ୍ୟ ପ୍ରସାଧନର ପ୍ରଚାରରେ କାମ କରିଥିଲେ ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମଡେଲିଙ୍ଗରେ ପ୍ରବେଶ କରିବା ପୂର୍ବରୁ ସେ McDonald'sରେ ୱେଟ୍ରେସ୍ ଓ କ୍ଲିନର୍ ଭାବେ କାମ କରିଥିଲେ। ପରେ ସେ ମୁମ୍ବାଇକୁ ଯାଇ ଟେଲିଭିଜନ ଧାରାବାହିକ କ୍ୟୋଁ କି ଶାଶ ଭି କଭି ବହୁ ଥି (Kyunki Saas Bhi Kabhi Bahu Thi)ରେ ‘ତୁଲସୀ’ର କେନ୍ଦ୍ରୀୟ ଚରିତ୍ର ଅଭିନୟ କରି ବିଶେଷ ପରିଚିତି ଲାଭ କରିଥିଲେ।[୩]

ଅଭିନୟ କ୍ଷେତ୍ର

[ସମ୍ପାଦନା]

ସ୍ମୃତି ଜୁବିନ ଇରାନୀ ଏକ ମଡେଲ୍ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସ୍ୱିମ୍‌ୱେୟାର୍ ଫୋଟୋଶୁଟ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ୧୯୯୮ ମସିହାରେ ଫେମିନା ମିସ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଥିଲେ, କିନ୍ତୁ ବିଜେତା ହୋଇପାରିନଥିଲେ।

ସେ ୨୦୦୦ ମସିହାରେ ‘ହମ୍ ହୈ କଲ୍ ଆଜ୍ କଲ୍ ଔର୍ କଲ୍’ ଟେଲିଭିଜନ ସିରିଏଲ୍‌ରେ କାର୍ୟ ଆରମ୍ଭ କରିଥିଲେ। ପରେ ଏକତା କପୁରଙ୍କ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ଧାରାବାହିକରେ ମୁଖ୍ୟ ଭୂମିକା ଅଭିନୟ କରି ଏକ ଅଭିନେତ୍ରୀ ଭାବେ ତାଙ୍କ ପରିଚୟ ସ୍ଥାପିତ କରିଥିଲେ।[୩]

ସେ ପାଞ୍ଚଟି ସର୍ବଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଭାରତୀୟ ଟେଲିଭିଜନ ଏକାଡେମି ପୁରସ୍କାର, ଚାରିଟି ଇଣ୍ଡିଆନ୍ ଟେଲି ଅୱାର୍ଡ ଓ ଆଠଟି ଷ୍ଟାର୍ ପରିବାର ପୁରସ୍କାର ଜିତିଥିଲେ। ୨୦୦୧ ମସିହାରେ ସେ ଜିଟିଭିରେ ପ୍ରସାରିତ ‘ରାମାୟଣ’ ଧାରାବାହିକରେ ସୀତାଙ୍କ ଭୂମିକା ଅଭିନୟ କରିଥିଲେ। ୨୦୦୬ ମସିହାରେ ସେ ‘ଥୋଡ଼ୀ ସି ଜମିନ୍ ଔର୍ ଥୋଡ଼ା ସା ଆସମାନ୍’ ଧାରାବାହିକରେ ସହ-ନିର୍ଦ୍ଦେଶକ ଭାବେ କାମ କରିଥିଲେ। ୨୦୦୮ ମସିହାରେ ସେ ‘ଏହେ ହୈ ଜଲ୍ୱା’ ନାମକ ନୃତ୍ୟାଧାରିତ କାର୍ୟକ୍ରମକୁ ସାକ୍ଷୀ ତନ୍ୱରଙ୍କ ସହ ସଂଚାଳନ କରିଥିଲେ।

ରାଜନୈତିକ ଜୀବନ

[ସମ୍ପାଦନା]

ସ୍ମୃତି ଜୁବିନ ଇରାନୀଙ୍କ ରାଜନୈତିକ ଜୀବନ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ ଏବଂ ଦିଲ୍ଲୀର ଚାନ୍ଦନୀ ଚକ୍ ଲୋକସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଡ଼ିଥିଲେ। କିନ୍ତୁ ସେ କପିଳ ସିବଲ୍ଲ ଙ୍କ ପାଖରେ ପରାଜିତ ହୋଇଥିଲେ।

୨୦୦୪ ମସିହାରେ ସେ ମହାରାଷ୍ଟ୍ର ଯୁବ ୱିଙ୍ଗର ଉପାଧ୍ୟକ୍ଷ ହୋଇଥିଲେ। ସେ ପାଞ୍ଚ ଥର କେନ୍ଦ୍ରୀୟ ସମିତିର କାର୍ଯ୍ୟକାରି ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ଏବଂ ଜାତୀୟ ସଚିବ ଭାବେ ମଧ୍ୟ କାମ କରିଥିଲେ। ୨୦୧୦ ମସିହାରେ ସେ ଭାଜପା ମହିଳା ମୋର୍ଚ୍ଚାର ଅଧ୍ୟକ୍ଷତା ଗ୍ରହଣ କରିଥିଲେ। ୨୦୧୧ ମସିହାରେ ସେ ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୪ ମସିହାର ସାଧାରଣ ନିର୍ବାଚନରେ ସେ ଅମେଠୀ ଆସନରୁ ପୁନର୍ବାର ନିର୍ବାଚନ ଲଡ଼ି ରାହୁଲ ଗାନ୍ଧୀiଙ୍କୁ କଠିନ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ପରାଜିତ ହୋଇଥିଲେ। ରାଜ୍ୟସଭା ସଦସ୍ୟ ଥିବା ସ୍ଥିତିରେ ସେ ଭାରତ ସରକାରରେ ମାନବ ସମ୍ପଦ ବିକାଶ ମନ୍ତ୍ରୀ ହୋଇଥିଲେ। ୨୦୧୯ ମସିହାରେ ସେ ଅମେଠୀରୁ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ।[୪]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୦୧ ମସିହାରେ ସ୍ମୃତି ଜୁବିନ ଇରାନୀ ପାରସୀ ଉଦ୍ୟୋଗପତି ଜୁବିନ ଇରାନୀଙ୍କ ସହ ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି— ଜୋହର ଇରାନୀ ଓ ଜୋଇଶ ଇରାନୀ। ସେ ତାଙ୍କ ସ୍ୱାମୀଙ୍କ ପୂର୍ବତନ ପତ୍ନୀ ମୋନା ଇରାନୀଙ୍କ କନ୍ୟା ଶେନିଏଲଙ୍କ ସାବତ ମା’ ମଧ୍ୟ ଅଟନ୍ତି।

  1. ↑ "Detailed Profile: Smt. Smriti tulsi Irani". India.gov.in. Archived from the original on 10 June 2014. Retrieved 14 September 2019.
  2. ↑ Centre, National Informatics. "Digital Sansad". Digital Sansad (in ଇଂରାଜୀ). Retrieved 2026-02-19.
  3. 1 2 Kovid Gupta Films (2025-04-18), 😲 Smriti Irani MADE Kyunki Actors Cry? | Tassnim Nerurkar, retrieved 2026-02-20
  4. ↑ "Lok Sabha polls: BJP fields Smriti Irani against Rahul Gandhi in Amethi". The Times of India. 2014-04-01. ISSN 0971-8257. Retrieved 2026-02-20.