ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ

ଉଇକିପିଡ଼ିଆ‌ରୁ
ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ସ୍ଥାପିତ୩ ଡିସେମ୍ବର ୧୯୭୫
ପ୍ରକାରଭାରତ ସରକାରଙ୍କ ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ର
ନିର୍ଦ୍ଦେଶକଡ. ଧର୍ମେନ୍ଦ୍ର କୁମାର
ଛାତ୍ର ଛାତ୍ରୀ ସଂଖ୍ୟା୬୪୭/ପ୍ରତିବର୍ଷ
ଅବସ୍ଥାନଓଲଟପୁର, କଟକ, ଓଡ଼ିଶା, ଭାରତ
ପରିସରଓଲଟପୁର, କଟକ ଏବଂ ଭୁବନେଶ୍ୱରଠାରୁ ୩୦ କି.ମି.
ୱେବସାଇଟhttp://nirtar.nic.in/


ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ[୧] ଅଧୀନ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ ଓଲଟପୁରଠାରେ ଅବସ୍ଥିତ ।[୨] ପ୍ରଥମେ ଇଂ. ବିଜୟରାମ ମିଶ୍ରଙ୍କ ଘରୋଇ ଉଦ୍ୟମରେ ଏହା ଜନତା ହସ୍ପିଟାଲ ଭାବେ ମୁଖ୍ୟତଃ ହାଡ଼ଭଙ୍ଗା ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିଲା । ବର୍ତ୍ତମାନ ଏହା ୨୫ ଏକର ପରିମିତ ସ୍ଥାନରେ ପରିବ୍ୟାପ୍ତ ୧୦୦ ଶଯ୍ୟାବିଶିଷ୍ଠ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନରେ ପରିବର୍ତ୍ତିତ ହୋଇଛି । ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୦୫ ମସିହାରେ ୧୪କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରତିଷ୍ଠାନର ନୂତନ କୋଠାକୁ ତତ୍କାଳୀନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଉଦଘାଟନ କରିଥିଲେ । ଶାରୀରିକ ଭିନ୍ନକ୍ଷମ ଓ ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ପ୍ରସିଦ୍ଧ ଏହି ଅନୁଷ୍ଠାନରେ ଫିଜିଓ ଥେରାପି, ଶଲ୍ୟ ଚିକିତ୍ସା, ଅକୁପେସନାଲ ଥେରାପି, ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ରହିଛି ।[୩]

ଆଧାର[ସମ୍ପାଦନା]

  1. Lakshman Prasad (1994). Rehabilitation of the physically handicapped. Konark Publishers.
  2. Amiteshwar Ratra (2007). Locomotor Disabled: Psychosocial Pattern. Mittal Publications. pp. 119–. ISBN 978-81-8324-232-5.
  3. Jayanti Ghose. A Handbook of Jobs and Careers. Publications Division Ministry of Information & Broadcasting. pp. 131–. ISBN 978-81-230-2280-2.