ସ୍ନେହା କପୁର
ସ୍ନେହା କପୁର ଜଣେ ଭାରତୀୟ ସାଲ୍ସା ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍ ଏବଂ ପ୍ରଶିକ୍ଷିକା । ସେ ଦି ଗ୍ରେଟ୍ ସାଲ୍ସା ପ୍ରିନ୍ସେସ୍ ନାମରେ ଜଣାଶୁଣା ।[୧] ସେ ମୁମ୍ବାଇରେ ବାସ କରୁଛନ୍ତି। ସେ ତାଙ୍କ ନୃତ୍ୟ ଜୀବନର ଆରମ୍ଭ ବେଙ୍ଗାଲୁରୁର ଏକ ନୃତ୍ୟ କମ୍ପାନୀ ସହିତ କରିଥିଲେ ଯେଉଁଥିରେ ସାଲ୍ସା, ବାଚାଟା, ମେରେଙ୍ଗୁ, ଜାଇଭ୍, ହିପ୍-ହପ୍, ଆଡାଜିଓ ଓ ବଲିଉଡ୍ ଭଳି ବିଭିନ୍ନ ନୃତ୍ୟଶୈଳୀ ଅନ୍ତର୍ଭୁକ୍ତ ଥିଲା । ୨୫ ମଇ ୨୦୧୫ରେ ସେ ଜବଳପୁରକୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ, ଯେଉଁଠାରେ ସେ ଶିଶୁ ନୃତ୍ୟଶିଳ୍ପୀମାନଙ୍କ ନୃତ୍ୟ ପ୍ରଦର୍ଶନ ଦେଖିଥିଲେ ।[୨]
ପେଷା
[ସମ୍ପାଦନା]ଦି ଗ୍ରେଟ୍ ସାଲ୍ସା ପ୍ରିନ୍ସେସ୍ କିମ୍ବା ସାଲ୍ସାସ୍ନେହା ଭାବେ ପରିଚିତ ସ୍ନେହା କପୁର ଭାରତୀୟ ସାଲ୍ସାକୁ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେ ଭାରତ ପକ୍ଷରୁ ଅନେକ ଆନ୍ତର୍ଜାତୀୟ ସାଲ୍ସା ଚ୍ୟାମ୍ପିୟନଶିପ୍ରେ ଅଂଶଗ୍ରହଣ କରି ବିଜୟୀ ହେବାରେ ପ୍ରଥମ ଭାରତୀୟ। ସେ ୨୦୦୬ ମସିହାରେ ବେଙ୍ଗାଲୁରୁର ଲୌଡ଼ ବିଜୟସ୍ ଡ୍ୟାନ୍ସ ଷ୍ଟୁଡିଓରେ ତାଙ୍କ ନୃତ୍ୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ସାଲ୍ସା, ବାଚାଟା, ମେରେଙ୍ଗୁ, ଜାଇଭ୍, ହିପ୍-ହପ୍, ଆଡାଜିଓ ଏବଂ ବଲିଉଡ୍ ଇତ୍ୟାଦି ବିଭିନ୍ନ ନୃତ୍ୟରେ ପାରଦର୍ଶିତା ଲାଭ କରିଥିଲେ।[୩]
ପ୍ରାରମ୍ଭରେ କପୁର ଜଣେ ଖେଳାଳି ଥିଲେ, କିନ୍ତୁ କିଛି ପରିସ୍ଥିତିବଶତଃ[୪] ରିଚାର୍ଡ ଥୋଲୁରଙ୍କ ସହିତ ପରିଚୟ ପରେ ସେ ନୃତ୍ୟକୁ ତାଙ୍କର ପେଶା ଭାବେ ବାଛିନେଲେ ଏବଂ ଲୋର୍ଡ ୱିଜୟଙ୍କ ନୃତ୍ୟ ଷ୍ଟୁଡିଓରେ ଯୋଗ ଦେଲେ। ସେଠାରେ ଥିବା ସମୟରେ ସେ ଓ ତାଙ୍କର ନୃତ୍ୟ ସାଥୀ ଥୋଲୁର ବିଶ୍ୱର ବିଭିନ୍ନ ସାଲ୍ସା ଚ୍ୟାମ୍ପିୟନଶିପ୍ରେ ଅନେକ ପୁରସ୍କାର ଓ ଟ୍ରୋଫି ଜିତିଥିଲେ।[୫]
କପୁର “ଏକ ମିନିଟ୍ରେ ସର୍ବାଧିକ ସ୍ୱିଙ୍ଗ୍ ଡାନ୍ସ ଫ୍ଲିପ୍ସ” ପାଇଁ ଗିନିଜ୍ ୱାଲ୍ଡ୍ ରେକର୍ଡ଼ସ୍ ରେକର୍ଡ୍ ଭଙ୍ଗ କରିଥିଲେ। ପୂର୍ବରୁ ୟୁକେରେ ଏକ ମିନିଟ୍ରେ ୩୩ଟି ଫ୍ଲିପ୍ସ ରେକର୍ଡ୍ ଥିଲା, କିନ୍ତୁ କପୁର ଓ ତାଙ୍କ ତିନିଜଣ ନୃତ୍ୟଶିଳ୍ପୀଙ୍କ ଦଳ ଏହାକୁ ୩୯ଟି ଫ୍ଲିପ୍ସ କରି ନୂତନ ରେକର୍ଡ୍ ସ୍ଥାପନ କରିଥିଲେ। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୀଜନ ୩ରେ ଅଂଶଗ୍ରହଣ କରିଥିଲେ ଏବଂ ୨୨ ଜାନୁଆରୀ ୨୦୧୨ରେ ଯୋଗ୍ୟ ବିବେଚିତ ହୋଇ ନପାରି ପ୍ରତିଯୋଗିତାରୁ ବାହାରି ଯାଇଥିଲେ ।
କପୁର ଜଷ୍ଟଡ୍ୟାନ୍ସ ଓ ପର୍ଫେକ୍ଟ ବ୍ରାଇଡ୍ ଭଳି ରିଏଲିଟି ଶୋ’ ପାଇଁ ନୃତ୍ୟ ସଂଯୋଜନା (କୋରିଓଗ୍ରାଫି) କରିଛନ୍ତି । ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜୁଗ୍ଗାରୀ ଓ ମଧୁର ଭଣ୍ଡାରକରଙ୍କ ଚଳଚ୍ଚିତ୍ର ହିରୋଇନ୍ ପାଇଁ ମଧ୍ୟ କୋରିଓଗ୍ରାଫି କରିଥିଲେ । ସେ ଦେଶୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନ ଓ ନୃତ୍ୟ-କର୍ମଶାଳା ଆୟୋଜନ କରୁଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କପୁରଙ୍କ ପିତା ସୁନିଲ କପୁର ଓ ମାତା ଏଲିଜାବେଥ କପୁର। ତାଙ୍କର ଜଣେ ଭଉଣୀ ନେହା କପୁର ଅଛନ୍ତି ।
ପୁରସ୍କାର
[ସମ୍ପାଦନା]- ୨୦୧୯ – Yaaram ଚଳଚ୍ଚିତ୍ରର କୋରିଓଗ୍ରାଫର ଭାବେ ସମ୍ମାନିତ
- ୨୦୧୯ – DID Battle of the Champions, Zee TV ରେ ୧ମ ରନର୍ସ-ଅପ୍ ଭାବେ ସମ୍ମାନିତ
- ୨୦୦୭ – ଅଷ୍ଟ୍ରେଲିୟାନ୍ ସାଲ୍ସା କ୍ଲାସିକ୍, ସିଡ୍ନିର ବିଜେତା [୬]
- ୨୦୦୭ – ୟୁରୋପିୟ ସାଲ୍ସା ମାଷ୍ଟର୍ସ, ବ୍ରିଟେନର ବିଜେତା ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ[୭]
- ୨୦୦୭ – Asian Open Salsa Championships, ହଙ୍ଗକଙ୍ଗ – ୧ମ ରନର୍ସ-ଅପ୍
- ୨୦୦୭ – ଇଏସପିଏନ୍ ୱର୍ଲ୍ଡ ସାଲ୍ସା ଚ୍ୟାମ୍ପିଅନଶିପ୍, ଅର୍ଲାଣ୍ଡୋ, ଫ୍ଲୋରିଡାରେ ସେମିଫାଇନାଲିଷ୍ଟ
- ୨୦୦୬ ଓ ୨୦୦୭ – ବ୍ୟାଙ୍ଗାଲୋର ସେଣ୍ଟ୍ରାଲ୍ ଡାନ୍ସ କମ୍ପିଟିସନ୍ ୨୦୦୬ ଓ ୨୦୦୭, ବ୍ୟାଙ୍ଗାଲୋରର ବିଜେତା
ସନ୍ଦର୍ଭ
[ସମ୍ପାଦନା]- ↑ "Rhythm in moves | Deccan Chronicle". Deccan Chronicle (in ଇଂରାଜୀ). Archived from the original on 2012-04-28. Retrieved 2026-02-14.
- ↑ Monalisa, Monika (2020-10-07). "Supporting act". The New Indian Express (in ଇଂରାଜୀ). Retrieved 2026-02-14.
- ↑ "Rithvik, Karanvir are my favourite dance partners: Sneha Kapoor". www.tellychakkar.com (in ଇଂରାଜୀ). Retrieved 2026-02-14.
- ↑ "Sneha Kapoor". www.tellychakkar.com (in ଇଂରାଜୀ). Retrieved 2026-02-14.
- ↑ "Choreographer Sneha Kapoor spends time with NGO kids". www.tellychakkar.com (in ଇଂରାଜୀ). Retrieved 2026-02-14.
- ↑ "rediff.com: A Salsa extravaganza!". www.rediff.com. Retrieved 2026-02-14.
- ↑ "Salsa classes by Lourd". The Hindu (in Indian English). 2007-11-02. ISSN 0971-751X. Retrieved 2026-02-14.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |