Jump to content

ସୌନ୍ଦର୍ଯ୍ୟା ରଜନୀକାନ୍ତ

ଉଇକିପିଡ଼ିଆ‌ରୁ
ସୌନ୍ଦର୍ଯ୍ୟା ରଜନୀକାନ୍ତ
Soundarya in 2017
ଜନ୍ମ
Shaku Bai Rao Gaikwad

(1984-09-20) ୨୦ ସେପ୍ଟେମ୍ବର ୧୯୮୪ (ବୟସ ୪୧)
Madras, Tamil Nadu, India (present-day Chennai)
ବୃତ୍ତି(ସମୂହ)Graphic designer, Film producer, Film director
ସକ୍ରିୟ ବର୍ଷ2002–present
ବୈବାହିକ-ସାଥୀs
  • Ashwin Ramkumar
    (m. ୨୦୧୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
  • Vishagan Vanangamudi
    (m. ୨୦୧୯)
ସନ୍ତାନ2
ପିତାମାତା
ସମ୍ପର୍କୀୟAishwarya Rajinikanth (sister); see Rajinikanth family

ସୌନ୍ଦର୍ଯ୍ୟା ରଜନୀକାନ୍ତ (ଜନ୍ମନାମ: ଶକୁ ବାଇ ରାଓ ଗାଇକୱାଡ; ୨୦ ସେପ୍ଟେମ୍ବର ୧୯୮୪) ଜଣେ ଭାରତୀୟ ଗ୍ରାଫିକ୍ ଡିଜାଇନର୍, ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ନିର୍ଦ୍ଦେଶିକା, ଯିଏ ମୁଖ୍ୟତଃ ତାମିଲ ସିନେମାରେ କାର୍ଯ୍ୟରତ। ସେ Ocher Picture Productionsର ସ୍ଥାପିକା । ସୌନ୍ଦର୍ଯ୍ୟା ତାଙ୍କ ଚଳଚ୍ଚିତ୍ର ଜୀବନର ଆରମ୍ଭ ଗ୍ରାଫିକ୍ ଡିଜାଇନର୍ ଭାବେ କରିଥିଲେ। ତାଙ୍କ ପିତା ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ସେ ଟାଇଟଲ୍ ସିକ୍ୱେନ୍ସ ଡିଜାଇନ୍ କରିଥିଲେ। ସେ ୨୦୧୦ ମସିହାରେ ଗୋଆ (୨୦୧୦) ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜିକା ଭାବେ ପ୍ରବେଶ କରିଥିଲେ ଏବଂ ୨୦୧୪ ମସିହାରେ କୋଚଡ଼ାଇୟାଁ (Kochadaiiyaan) ଚଳଚ୍ଚିତ୍ର ଦ୍ୱାରା ନିର୍ଦ୍ଦେଶିକା ଭାବେ ତାଙ୍କ ପେଶା ଜୀବନ ଆରମ୍ଭ କରିଥିଲେ।

କାର୍ଯ୍ୟଜୀବନ

[ସମ୍ପାଦନା]

ସୌନ୍ଦର୍ଯ୍ୟ ରଜନୀକାନ୍ତଙ୍କ ଜନ୍ମନାମ ଶକୁ ବାଇ ରାଓ ଗାଇକୱାଡ।[] ସେ ଚେନ୍ନାଇର ୱେଳାଚେରୀରେ ଅବସ୍ଥିତ ଆଶ୍ରମ ମାଟ୍ରିକୁଲେସନ ହାଇଏର ସେକେଣ୍ଡାରୀ ସ୍କୁଲlରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ।

୨୦୦୫ ମସିହାରେ ସେ Ocher Studios ନାମକ ଏକ ଭିଜୁଆଲ୍ ଇଫେକ୍ଟ୍ସ ଷ୍ଟୁଡିଓ ସ୍ଥାପନା କରିଥିଲେ ଏବଂ ସେହିବର୍ଷ ତାଙ୍କର ପ୍ରଥମ ପ୍ରକଳ୍ପ Chandramukhi ଥିଲା।[] ୨୦୦୮ ମସିହାରେ Ocher Studios Warner Bros. Entertainment ସହ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାଦ୍ୱାରା ତାମିଳ ଚଳଚ୍ଚିତ୍ର ପ୍ରସ୍ତୁତି ଏବଂ ବିତରଣରେ ସହଯୋଗ କରାଯାଇଥିଲା।[] ତାଙ୍କ ପ୍ରଯୋଜକା ଭାବରେ ପ୍ରଥମ ଚଳଚ୍ଚିତ୍ର Goa (୨୦୧୦) ଥିଲା।[]

ସୌନ୍ଦର୍ଯ୍ୟଙ୍କ ନିର୍ଦ୍ଦେଶନା ଆରମ୍ଭ ପ୍ରଥମେ Sultan: The Warrior ନାମକ ଏକ 3D ଏନିମେଟେଡ୍ ଚଳଚ୍ଚିତ୍ର ମାଧ୍ୟମରେ ହେବାକୁ ଥିଲା, ଯେଉଁଥିରେ ତାଙ୍କ ପିତା ରଜନୀକାନ୍ତଙ୍କ କଣ୍ଠ ସ୍ୱର ଥିବାକୁ ଥିଲା। ବହୁ ପୂର୍ବ-ପ୍ରସ୍ତୁତି ଏବଂ ଟିଜର୍ ମୁକ୍ତି ସତ୍ୱେ ଚଳଚ୍ଚିତ୍ରଟି ପରେ ବାତିଲ୍ କରାଯାଇଥିଲା। ପରବର୍ତ୍ତୀକାଳରେ ସେ ମୋସନ୍ କ୍ୟାପ୍ଚର୍ ପ୍ରଯୁକ୍ତିରେ ତିଆରି Kochadaiiyaan ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ, ଯେଉଁଥିରେ ରଜନୀକାନ୍ତ ଅଭିନୟ କରିଥିଲେ।[] ଏହି ଚଳଚ୍ଚିତ୍ର ମାଧ୍ୟମରେ ସୌନ୍ଦର୍ଯ୍ୟା ତାଙ୍କ ପିତାଙ୍କୁ ପୂର୍ଣ୍ଣଦୈର୍ଘ୍ୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା କରିଥିବା ପ୍ରଥମ ମହିଳା ଭାବେ ପରିଚିତ ହୋଇଥିଲେ।[8] ୨୦୧୪ ମସିହାରେ NDTV Indian of the Year ପୁରସ୍କାରରେ ସେ “Technical Innovation In Film” ପାଇଁ ସମ୍ମାନିତ ହୋଇଥିଲେ।[9]

୨୦୧୬ ମସିହାରେ ସେ ଧନୁଷ, କାଜଳ ଅଗରୱାଲ୍ ଏବଂ ମଞ୍ଜିମା ମୋହନଙ୍କ ସହ Nilavukku En Mel Ennadi Kobam ନାମକ ଚଳଚ୍ଚିତ୍ରର ପୂର୍ବ-ପ୍ରସ୍ତୁତି କାମ କରିଥିଲେ, କିନ୍ତୁ ଚଳଚ୍ଚିତ୍ରଟି ପରେ ବାତିଲ୍ ହୋଇଥିଲା।[] ଏହା ୨୦୨୩ ମସିହାରେ ସୌନ୍ଦର୍ଯ୍ୟାଙ୍କ ସଂପୃକ୍ତି ବିନା ପୁନରୁଜ୍ଜୀବିତ ହୋଇଥିଲା।[] ତାଙ୍କ ପରବର୍ତ୍ତୀ ନିର୍ଦ୍ଦେଶନା ଉଦ୍ୟମ Velaiilla Pattadhari 2 ଥିଲା।[][]

୨୦୧୮ ମସିହାରେ ସେ May6 Entertainment ନାମକ ଏକ ପ୍ରଯୋଜନା କମ୍ପାନୀ ଆରମ୍ଭ କରିଥିଲେ।[] ୨୦୨୧ ମସିହାରେ ସେ ହୁଟେ ନାମକ ଏକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସ୍ଥାପନା କରିଥିଲେ, ଯାହା ଶବ୍ଦ ସନ୍ଦେଶ ଉପରେ ଆଧାରିତ।[୧୦]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସୌନ୍ଦର୍ଯ୍ୟା ଅଭିନେତା ରଜନୀକାନ୍ତ ଏବଂ ତାଙ୍କ ସହଧର୍ମିଣୀ ଲଥାଙ୍କ କନିଷ୍ଠ କନ୍ୟା। ତାଙ୍କ ଜଣେ ଜ୍ୟେଷ୍ଠା ଭଉଣୀ ଅଛନ୍ତି, ଐଶ୍ୱର୍ଯ୍ୟା ରଜନୀକାନ୍ତ। ସୌନ୍ଦର୍ଯ୍ୟା ୩ ସେପ୍ଟେମ୍ବର ୨୦୧୦ ରେ ଚେନ୍ନାଇର ରାଣୀ ମେୟାମି ହଲରେ ଶିଳ୍ପପତି ଅଶ୍ୱିନ୍ ରାମକୁମାରଙ୍କ ସହ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଏକ ପୁତ୍ର ୬ ମଇ ୨୦୧୫ ରେ ଜନ୍ମ ନେଇଥିଲେ।[୧୧] ସେପ୍ଟେମ୍ବର ୨୦୧୬ ରେ ସୌନ୍ଦର୍ଯ୍ୟା ଘୋଷଣା କରିଥିଲେ ଯେ ସେ ଦୁହେଁ ପାରସ୍ପରିକ ସମ୍ମତିରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି।[୧୨] ଜୁଲାଇ ୨୦୧୭ ରେ ସେମାନେ ଆଧିକାରିକ ଭାବେ ବିବାହ ବିଚ୍ଛେଦ ହୋଇଥିଲା ।[୧୩]

୧୧ ଫେବ୍ରୁଆରୀ ୨୦୧୯ ରେ ସେ ଅଭିନେତା ଏବଂ ବ୍ୟବସାୟୀ ବିଶାଗନ ବଣଙ୍ଗମୁଡିଙ୍କ ସହ ଚେନ୍ନାଇର ଲୀଲା ପେଲେସରେ ପୁନଃ ବିବାହ କରିଥିଲେ।[୧୪] ସେମାନଙ୍କ ପୁତ୍ର ୨୦୨୨ ମସିହାରେ ଜନ୍ମ ନେଇଥିଲେ।[୧୫]

  1. "My mom is the boss: Soundarya Rajnikanth Ashwin". The Times of India. 2013-09-12. ISSN 0971-8257. Retrieved 2026-02-15.
  2. 1 2 Press, Nyay Bhushan,The Associated (2008-04-23). "WB, India's Ocher pact". The Hollywood Reporter (in ଆମେରିକୀୟ ଇଂରାଜୀ). Retrieved 2026-02-23.{{cite web}}: CS1 maint: multiple names: authors list (link)
  3. archive, From our online (2012-05-16). "Soundarya, stirred not shaken". The New Indian Express (in ଇଂରାଜୀ). Retrieved 2026-02-23.
  4. archive, From our online (2017-08-28). "Blessed to have directed dad once: Soundarya Rajinikanth". The New Indian Express (in ଇଂରାଜୀ). Retrieved 2026-02-23.
  5. "Kajal Aggarwal & Manjima Mohan In Talks To Join Soundarya Rajinikanth's Next". Silverscreen.in (in ଆମେରିକୀୟ ଇଂରାଜୀ). 2016-11-04. Archived from the original on 2019-08-26. Retrieved 2026-02-23.
  6. K, Janani (2023-12-25). "Did you know Soundarya Rajinikanth was supposed to direct Dhanush's 'Nilavuku...'?". India Today (in ଇଂରାଜୀ). Retrieved 2026-02-23.
  7. IANS (2016-09-27). "'Kabali' producer to bankroll Soundarya Rajinikanth's next directorial project". The New Indian Express (in ଇଂରାଜୀ). Retrieved 2026-02-23.
  8. "Soundarya Rajinikanth to direct Dhanush in VIP 2". The Hindu (in Indian English). 2016-11-09. ISSN 0971-751X. Retrieved 2026-02-23.
  9. "About May Six – May 6 Entertainment" (in ଆମେରିକୀୟ ଇଂରାଜୀ). Retrieved 2026-02-23.
  10. "Rajinikanth Launches Voice-Based Social Site: "From India, For The World"". www.ndtv.com (in ଇଂରାଜୀ). Retrieved 2026-02-23.
  11. IANS (2015-05-07). "It's a boy for Soundarya Rajinikanth". India Today (in ଇଂରାଜୀ). Retrieved 2026-02-23.
  12. "Soundarya Rajinikanth confirms divorce". The Times of India. 2017-01-16. ISSN 0971-8257. Retrieved 2026-02-23.
  13. "Soundarya Rajinikanth And Ashwin Are Officially Divorced". www.ndtv.com (in ଇଂରାଜୀ). Retrieved 2026-02-23.
  14. "Rajinikanth's daughter Soundarya Rajinikanth to marry Vishagan Vanangamudi on February 11 - details here". www.timesnownews.com (in ଇଂରାଜୀ). 2019-01-24. Retrieved 2026-02-23.
  15. "Soundarya Rajinikanth blessed with a baby boy". The Times of India. 2022-09-12. ISSN 0971-8257. Retrieved 2026-02-23.