ସୋନାଲୀ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ସୋନାଲୀ ଚକ୍ରବର୍ତ୍ତୀ
ଜନ୍ମ୧୯୬୩
ମୃତ୍ୟୁ୩୧ ଅକ୍ଟୋବର ୨୦୨୨(୨୦୨୨-୧୦-୩୧) (୫୯ ବର୍ଷ)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନର୍ତ୍ତକୀ
ସକ୍ରିୟ ବର୍ଷ୧୯୮୨–୨୦୨୨
ବୈବାହିକ-ସାଥୀଶଙ୍କର ଚକ୍ରବର୍ତ୍ତୀ

ସୋନାଲୀ ଚକ୍ରବର୍ତ୍ତୀ (୧୯୬୩ – ୩୧ ଅକ୍ଟୋବର ୨୦୨୨) ଜଣେ ଭାରତୀୟ ଅଭିନେତ୍ରୀ ଓ ନର୍ତ୍ତକୀ ଥିଲେ । ସେ ବଙ୍ଗଳା ଥିଏଟର, କଥାଚିତ୍ର ଓ ଦୂରଦର୍ଶନରେ କାମ କରୁଥିଲେ । ସେ ଶେଷଥର ପାଇଁ ଗଣ୍ଟଚୋରା ନାମକ ବଙ୍ଗଳା ଧାରାବାହିକରେ ଜେଜିମା ଭୂମିକାରେ ଅଭିନୟ କରିଥିଲେ ।[୧] ସେ ଦାଦର କିର୍ତ୍ତୀ (୧୯୮୦), ହାର୍ ଜିତ୍ (୨୦୦୦) ଓ ବନ୍ଧନ (୨୦୦୪) ଭଳି ଫିଲ୍ମରେ ଅଭିନୟ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ[ସମ୍ପାଦନା]

ସୋନାଲୀ କଲିକତାରେ ଜନ୍ମଗ୍ରହଣ କରିଥିଲେ । ସେ ଶଙ୍କର ଚକ୍ରବର୍ତ୍ତୀଙ୍କୁ ୧୯୯୦ ମସିହାରେ ବିବାହ କରିଥିଲେ ।[୩] ସେ ୩୧ ଅକ୍ଟୋବର ୨୦୨୨ରେ ଯକୃତ ଜନିତ ସମସ୍ୟା ଯୋଗୁଁ ୫୯ ବର୍ଷରେ ମୃତ୍ୟୁବରଣ କରିଥିଲେ ।[୪][୫]

ଅଭିନୀତ ଫିଲ୍ମ[ସମ୍ପାଦନା]

  • ଦାଦର କିର୍ତ୍ତୀ (୧୯୮୦)
  • ସତ୍ୟଜିତେର ଗପ (୧୯୯୮)
  • ହାର୍ ଜିତ୍ (୨୦୦୦)
  • ବନ୍ଧନ (୨୦୦୪)

ଟେଲିଭିଜନ[ସମ୍ପାଦନା]

  • ନାଚନି
  • ଗଣ୍ଟଚୋରା (୨୦୨୨)

ଆଧାର[ସମ୍ପାଦନା]

  1. "Sonali Chakraborty death". Hindustan Times. Retrieved 31 October 2022.[permanent dead link]
  2. "Bengali Actress Sonali Chakraborty Passes Away at 59". Archived from the original on 2022-11-06. Retrieved 2023-04-13.
  3. "Senior artist Sonali Chakraborty passes away". The Times of India. 2022-10-31. ISSN 0971-8257. Retrieved 2023-04-13.
  4. Bengali actor Sonali Chakraborty dies at age 59
  5. "TV actress Sonali Chakraborty passes away". www.telegraphindia.com. Retrieved 2023-04-13.

ବାହାର ଲିଙ୍କ୍[ସମ୍ପାଦନା]