ସେବା ଦଳ
| କଂଗ୍ରେସ ସେବା ଦଳ | |
|---|---|
| ପ୍ରକାର | ଅହିଂସାପୂର୍ଣ୍ଣ ମାର୍ଗରେ ସେବା ପ୍ରଦାନକାରୀ ସଂସ୍ଥା |
| ଅବସ୍ଥାନ | Nagpur, Maharashtra, India |
| ମୁଖ୍ୟ ଲୋକ | Lalji Desai (Chief Organiser) |
| ପୁରୁଣା ନାଆଁ | Hindustani Seva Dal |
ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଗୋଟିଏ ସଂଗଠନ।[୧] ଏହି ସଂଗଠନର ଭାରତର ପ୍ରତ୍ୟେକ ରାଜ୍ୟରେ ଏକ ଶାଖା ରହିଛି। ସଂଗଠନର ସଦସ୍ୟମାନେ ଗାନ୍ଧୀ ଟୋପି ପିନ୍ଧିବା ପାଇଁ ପରିଚିତ। ଏହାର ପ୍ରଧାନ ପରିଚାଳକ ହେଲେ ଶ୍ରୀ ଲାଲଜୀ ଦେସାଇ ।
ଇତିହାସ
[ସମ୍ପାଦନା]୧୯୨୩ ମସିହାରେ ନାଗପୁରର ଧ୍ୱଜା ସତ୍ୟାଗ୍ରହ ପରେ, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଗଲା ଏବଂ କାରାଗାରକୁ ପଠାଗଲା । କାରାଗାରର କଠୋର ପରିସ୍ଥିତି ସହିବାରେ ଅସମର୍ଥ ହୋଇ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଂରାଜ ଶାସକମାନଙ୍କୁ ଲିଖିତ କ୍ଷମାପତ୍ର ଦେଇଥିଲେ । କିନ୍ତୁ, ଏନ୍. ଏସ୍. ହାର୍ଡିକରଙ୍କ ସ୍ଥାପିତ ହୁବ୍ଲି ସେବା ମଣ୍ଡଳର ସଦସ୍ୟମାନେ କ୍ଷମାପତ୍ର ଦେଇନଥିଲେ । ଏହି ଘଟଣା କଂଗ୍ରେସର ଜାତୀୟ ନେତୃତ୍ୱର ଧ୍ୟାନକୁ ଆକର୍ଷିତ କଲା, ଯେଉଁମାନେ ସତ୍ୟାଗ୍ରହରେ ଅଂଶଗ୍ରହଣ ପାଇଁ ନାଗପୁରରେ ଏକତ୍ରିତ ହୋଇଥିଲେ । ସେଠି ସେବାକମାନଙ୍କ ଏକ ସଂଗଠନ ଗଠନ କରି ବ୍ରିଟିଶ ରାଜ ବିରୁଦ୍ଧରେ ଲଢ଼ିବାର ଧାରଣା ଜନ୍ମନେଲା । ୧୯୨୩ ମସିହାରେ କାକିନାଡାରେ ହୋଇଥିବା କଂଗ୍ରେସ ଅଧିବେଶନରେ ଡ଼ା. ଏନ୍. ଏସ୍. ହାର୍ଡିକରଙ୍କ ଅଧୀନରେ ଏକ ବୋର୍ଡ୍ ଗଠନ କରାଗଲା, ଯାହା ସେବା ଦଳ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।
ସେବା ଦଳକୁ ୧ ଜାନୁଆରୀ ୧୯୨୪ ରେ ହିନ୍ଦୁସ୍ତାନୀ ସେବା ମଣ୍ଡଳ ନାମରେ ସ୍ଥାପନ କରାଗଲା । କାକିନାଡାରେ ପାସ୍ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ସେବା ଦଳ କଂଗ୍ରେସ କାର୍ଯ୍ୟକାରି ସମିତିର ନିରୀକ୍ଷଣରେ କାମ କରିବ । ଜବାହରଲାଲ ନେହରୁ ଏହାର ପ୍ରଥମ ସଭାପତି ହୋଇଥିଲେ । ପ୍ରାରମ୍ଭରେ ଦଳକୁ କଂଗ୍ରେସର ମଧ୍ୟରୁ ବିରୋଧର ସାମ୍ନା କରିବାକୁ ପଡ଼ିଲା, କାରଣ କିଛି କଂଗ୍ରେସ ନେତା ଏହାକୁ ଗୋଟିଏ ଚରମପନ୍ଥି-ସଦୃଶ ସଂଗଠନ ଭାବେ ଦେଖୁଥିଲେ ଏବଂ ଏହାକୁ ଅହିଂସାର ସିଦ୍ଧାନ୍ତ ସହ ବିରୋଧାଭାସୀ ମନେ କରୁଥିଲେ । ଉମାବାଇ କୁନ୍ଦାପୁର ସେବା ଦଳର ମହିଳା ଶାଖାର ପ୍ରଥମ ସଭାପତି ଥିଲେ । କମଳାଦେବୀ ଚଟ୍ଟୋପାଧ୍ୟାୟ ୧୯୩୦ ଦଶକରେ ବିଶେଷ ଭାବେ ସଂଗଠନ ସହ ଘନିଷ୍ଠ ଭାବରେ ଜଡ଼ିତ ଥିଲେ ।[୨]
୧୯୩୧ ମସିହାରେ କଂଗ୍ରେସ କାର୍ଯ୍ୟକାରି ସମିତି ହିନ୍ଦୁସ୍ତାନୀ ସେବା ଦଳର ନାମ ପରିବର୍ତ୍ତନ କରି କଂଗ୍ରେସ ସେବା ଦଳ କରିଦେଲା ଏବଂ ଏହାକୁ କଂଗ୍ରେସର କେନ୍ଦ୍ରୀୟ ସ୍ୱୟଂସେବକ ସଂଗଠନ ଭାବେ ଘୋଷଣା କଲା । ପ୍ରତ୍ୟେକ ପ୍ରାନ୍ତରେ ପ୍ରାନ୍ତୀୟ ସେବା ଦଳ ପାଇଁ ଏକ ମୁଖ୍ୟ ଅଧିକାରୀ ନିଯୁକ୍ତ ହେବାକୁ ଥିଲା । ସଂଗଠନ ବିଶେଷକରି ତିନି ସ୍ତରରେ ଗୁରୁତ୍ୱ ଦେଇଥିଲା—ଶିଶୁ, କିଶୋର ଏବଂ ପ୍ରାପ୍ତବୟସ୍କ । ସମସ୍ତ ସେବା ଦଳ ସଦସ୍ୟଙ୍କୁ ଗୋଟିଏ ଶପଥ ନେବାକୁ ପଡ଼ୁଥିଲା, ଯାହାର ମଧ୍ୟରେ ଗୋଟିଏ ସର୍ତ୍ତ ଥିଲା ଯେ ସେମାନେ କଂଗ୍ରେସର ରାଜନୈତିକ କାର୍ଯ୍ୟକଳାପରୁ ଅଲଗା ରହିବେ ।[୩] ଆର୍.ଏସ୍.ଏସ୍.ର ସ୍ଥାପକ ଡ଼ା. କେ.ବି. ହେଡଗେୱାର ମଧ୍ୟ କଂଗ୍ରେସ ସେବା ଦଳର ପୂର୍ବତନ ସଂଗଠନ ହିନ୍ଦୁସ୍ତାନୀ ସେବା ଦଳ ସହ ଜଡ଼ିତ ଥିଲେ ।
୧୯୩୨ମସିହାରେ ଭାରତର ଔପନେବେଶିକ ସରକାର ସେବା ଦଳକୁ ମହିଳା ସେନା ସ୍ଥାପନ କରିଥିବା ଅଭିଯୋଗରେ ନିଷିଦ୍ଧ କଲା । ଏହି ନିଷେଧ କେବେ ଉଠାଯାଇନଥିଲା।[୪]
୧୯୩୮ ମସିହାରେ ସ୍ୱୟଂସେବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ସଂଗଠିତ କରିବାର ଦାୟିତ୍ୱ ସେବା ଦଳକୁ ଦିଆଗଲା, ଯାହା ସେତେବେଳେ ବମ୍ବେ ପ୍ରେସିଡେନ୍ସି ଅଧିନସ୍ଥ କର୍ଣ୍ଣାଟକ ଜିଲ୍ଲାରେ କେନ୍ଦ୍ରସ୍ଥଳୀ ଥିଲା । ହାର୍ଡିକରଙ୍କ ଅଧୀନରେ ଗୋଟିଏ ଶାରୀରିକ ପ୍ରଶିକ୍ଷଣ ଏକାଡେମି ସ୍ଥାପିତ ହେଲା ଏବଂ ଭାରତର ଅନେକ ସ୍ଥାନରେ ପ୍ରଶିକ୍ଷଣ ଶିବିର ଗଠନ ହେଲା । ସବିନୟ ନାଗରିକ ଅବଜ୍ଞା ଆନ୍ଦୋଳନ ସମୟରେ ସେବା ଦଳ ନୂତନ ସଦସ୍ୟଙ୍କୁ କଂଗ୍ରେସରେ ଭର୍ତ୍ତି କରିବା, ପିକେଟିଙ୍ଗ ଭଳି କାର୍ଯ୍ୟକଳାପ ଗଠନ କରିବା ଏବଂ ଦଳକୁ ଗୋଟିଏ ସଂଗଠିତ କିନ୍ତୁ ଅହିଂସାପୂର୍ଣ୍ଣ ମାର୍ଗ ସହିତ ସଜାଇବାରେ ଅପୂର୍ବ ଭୂମିକା ନେଲା । ସବିନୟ ନାଗରିକ ଅବଜ୍ଞା ଆନ୍ଦୋଳନ ପରେ, ଔପନେବେଶିକ ସରକାର କଂଗ୍ରେସ ଓ ଏହାର ସଂଗଠନମାନଙ୍କ ଉପରୁ ନିଷେଧ ଉଠାଇଦେଲା ।
ମୁଖ୍ୟ ପରିଚାଳକଙ୍କ ତାଲିକା
[ସମ୍ପାଦନା]| S.no | President | Term | Home State | ||
|---|---|---|---|---|---|
| 1. | ମହେନ୍ଦ୍ର ଯୋଶୀ | ୨୦୦୭ | ୨୦୧୮ | ୧୧ ବର୍ଷ | ମଧ୍ୟ ପ୍ରଦେଶ |
| 2. | ଲାଲାଜୀ ଦେଶାଇ | ୩୦ ମାର୍ଚ ୨୦୧୮ | କର୍ମରତ | ୭ ବର୍ଷ, ୨୪୫ ଦିନ | ଗୁଜରାଟ |
ଆଧାର
[ସମ୍ପାଦନା]- ↑ "All India Congress Committee - AICC". www.aicc.org.in. Retrieved 2025-10-01.
- ↑ Kumar, Radha (1997). The History of Doing: An Illustrated Account of Movements for Women's Rights and Feminism in India 1800-1990 (in ଇଂରାଜୀ). Kali for Women. ISBN 978-81-85107-76-9.
- ↑ Pandey, Gyanendra (2002). The Ascendancy of the Congress in Uttar Pradesh: Class, Community and Nation in Northern India, 1920-1940. London: Anthem Press. p. 36.
- ↑ Brijbhushan, Jamila (2003-06). Kamaladevi Chattopadhyaya: Portrait of a Rebel (in ଇଂରାଜୀ). Abhinav Publications. ISBN 978-81-7017-033-4.
{{cite book}}: Check date values in:|date=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |