Jump to content

ସେବା ଦଳ

ଉଇକିପିଡ଼ିଆ‌ରୁ
କଂଗ୍ରେସ ସେବା ଦଳ
ପ୍ରକାରଅହିଂସାପୂର୍ଣ୍ଣ ମାର୍ଗରେ ସେବା ପ୍ରଦାନକାରୀ ସଂସ୍ଥା
ଅବସ୍ଥାନNagpur, Maharashtra, India
ମୁଖ୍ୟ ଲୋକLalji Desai (Chief Organiser)
ପୁରୁଣା ନାଆଁHindustani Seva Dal

ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଗୋଟିଏ ସଂଗଠନ।[] ଏହି ସଂଗଠନର ଭାରତର ପ୍ରତ୍ୟେକ ରାଜ୍ୟରେ ଏକ ଶାଖା ରହିଛି। ସଂଗଠନର ସଦସ୍ୟମାନେ ଗାନ୍ଧୀ ଟୋପି ପିନ୍ଧିବା ପାଇଁ ପରିଚିତ। ଏହାର ପ୍ରଧାନ ପରିଚାଳକ ହେଲେ ଶ୍ରୀ ଲାଲଜୀ ଦେସାଇ ।

ଇତିହାସ

[ସମ୍ପାଦନା]

୧୯୨୩ ମସିହାରେ ନାଗପୁରର ଧ୍ୱଜା ସତ୍ୟାଗ୍ରହ ପରେ, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଗଲା ଏବଂ କାରାଗାରକୁ ପଠାଗଲା । କାରାଗାରର କଠୋର ପରିସ୍ଥିତି ସହିବାରେ ଅସମର୍ଥ ହୋଇ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଂରାଜ ଶାସକମାନଙ୍କୁ ଲିଖିତ କ୍ଷମାପତ୍ର ଦେଇଥିଲେ । କିନ୍ତୁ, ଏନ୍. ଏସ୍. ହାର୍ଡିକରଙ୍କ ସ୍ଥାପିତ ହୁବ୍ଲି ସେବା ମଣ୍ଡଳର ସଦସ୍ୟମାନେ କ୍ଷମାପତ୍ର ଦେଇନଥିଲେ । ଏହି ଘଟଣା କଂଗ୍ରେସର ଜାତୀୟ ନେତୃତ୍ୱର ଧ୍ୟାନକୁ ଆକର୍ଷିତ କଲା, ଯେଉଁମାନେ ସତ୍ୟାଗ୍ରହରେ ଅଂଶଗ୍ରହଣ ପାଇଁ ନାଗପୁରରେ ଏକତ୍ରିତ ହୋଇଥିଲେ । ସେଠି ସେବାକମାନଙ୍କ ଏକ ସଂଗଠନ ଗଠନ କରି ବ୍ରିଟିଶ ରାଜ ବିରୁଦ୍ଧରେ ଲଢ଼ିବାର ଧାରଣା ଜନ୍ମନେଲା । ୧୯୨୩ ମସିହାରେ କାକିନାଡାରେ ହୋଇଥିବା କଂଗ୍ରେସ ଅଧିବେଶନରେ ଡ଼ା. ଏନ୍. ଏସ୍. ହାର୍ଡିକରଙ୍କ ଅଧୀନରେ ଏକ ବୋର୍ଡ୍ ଗଠନ କରାଗଲା, ଯାହା ସେବା ଦଳ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।

ସେବା ଦଳକୁ ୧ ଜାନୁଆରୀ ୧୯୨୪ ରେ ହିନ୍ଦୁସ୍ତାନୀ ସେବା ମଣ୍ଡଳ ନାମରେ ସ୍ଥାପନ କରାଗଲା । କାକିନାଡାରେ ପାସ୍ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ସେବା ଦଳ କଂଗ୍ରେସ କାର୍ଯ୍ୟକାରି ସମିତିର ନିରୀକ୍ଷଣରେ କାମ କରିବ । ଜବାହରଲାଲ ନେହରୁ ଏହାର ପ୍ରଥମ ସଭାପତି ହୋଇଥିଲେ । ପ୍ରାରମ୍ଭରେ ଦଳକୁ କଂଗ୍ରେସର ମଧ୍ୟରୁ ବିରୋଧର ସାମ୍ନା କରିବାକୁ ପଡ଼ିଲା, କାରଣ କିଛି କଂଗ୍ରେସ ନେତା ଏହାକୁ ଗୋଟିଏ ଚରମପନ୍ଥି-ସଦୃଶ ସଂଗଠନ ଭାବେ ଦେଖୁଥିଲେ ଏବଂ ଏହାକୁ ଅହିଂସାର ସିଦ୍ଧାନ୍ତ ସହ ବିରୋଧାଭାସୀ ମନେ କରୁଥିଲେ । ଉମାବାଇ କୁନ୍ଦାପୁର ସେବା ଦଳର ମହିଳା ଶାଖାର ପ୍ରଥମ ସଭାପତି ଥିଲେ । କମଳାଦେବୀ ଚଟ୍ଟୋପାଧ୍ୟାୟ ୧୯୩୦ ଦଶକରେ ବିଶେଷ ଭାବେ ସଂଗଠନ ସହ ଘନିଷ୍ଠ ଭାବରେ ଜଡ଼ିତ ଥିଲେ ।[]

୧୯୩୧ ମସିହାରେ କଂଗ୍ରେସ କାର୍ଯ୍ୟକାରି ସମିତି ହିନ୍ଦୁସ୍ତାନୀ ସେବା ଦଳର ନାମ ପରିବର୍ତ୍ତନ କରି କଂଗ୍ରେସ ସେବା ଦଳ କରିଦେଲା ଏବଂ ଏହାକୁ କଂଗ୍ରେସର କେନ୍ଦ୍ରୀୟ ସ୍ୱୟଂସେବକ ସଂଗଠନ ଭାବେ ଘୋଷଣା କଲା । ପ୍ରତ୍ୟେକ ପ୍ରାନ୍ତରେ ପ୍ରାନ୍ତୀୟ ସେବା ଦଳ ପାଇଁ ଏକ ମୁଖ୍ୟ ଅଧିକାରୀ ନିଯୁକ୍ତ ହେବାକୁ ଥିଲା । ସଂଗଠନ ବିଶେଷକରି ତିନି ସ୍ତରରେ ଗୁରୁତ୍ୱ ଦେଇଥିଲା—ଶିଶୁ, କିଶୋର ଏବଂ ପ୍ରାପ୍ତବୟସ୍କ । ସମସ୍ତ ସେବା ଦଳ ସଦସ୍ୟଙ୍କୁ ଗୋଟିଏ ଶପଥ ନେବାକୁ ପଡ଼ୁଥିଲା, ଯାହାର ମଧ୍ୟରେ ଗୋଟିଏ ସର୍ତ୍ତ ଥିଲା ଯେ ସେମାନେ କଂଗ୍ରେସର ରାଜନୈତିକ କାର୍ଯ୍ୟକଳାପରୁ ଅଲଗା ରହିବେ ।[] ଆର୍.ଏସ୍.ଏସ୍.ର ସ୍ଥାପକ ଡ଼ା. କେ.ବି. ହେଡଗେୱାର ମଧ୍ୟ କଂଗ୍ରେସ ସେବା ଦଳର ପୂର୍ବତନ ସଂଗଠନ ହିନ୍ଦୁସ୍ତାନୀ ସେବା ଦଳ ସହ ଜଡ଼ିତ ଥିଲେ ।

୧୯୩୨ମସିହାରେ ଭାରତର ଔପନେବେଶିକ ସରକାର ସେବା ଦଳକୁ ମହିଳା ସେନା ସ୍ଥାପନ କରିଥିବା ଅଭିଯୋଗରେ ନିଷିଦ୍ଧ କଲା । ଏହି ନିଷେଧ କେବେ ଉଠାଯାଇନଥିଲା।[]

୧୯୩୮ ମସିହାରେ ସ୍ୱୟଂସେବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ସଂଗଠିତ କରିବାର ଦାୟିତ୍ୱ ସେବା ଦଳକୁ ଦିଆଗଲା, ଯାହା ସେତେବେଳେ ବମ୍ବେ ପ୍ରେସିଡେନ୍ସି ଅଧିନସ୍ଥ କର୍ଣ୍ଣାଟକ ଜିଲ୍ଲାରେ କେନ୍ଦ୍ରସ୍ଥଳୀ ଥିଲା । ହାର୍ଡିକରଙ୍କ ଅଧୀନରେ ଗୋଟିଏ ଶାରୀରିକ ପ୍ରଶିକ୍ଷଣ ଏକାଡେମି ସ୍ଥାପିତ ହେଲା ଏବଂ ଭାରତର ଅନେକ ସ୍ଥାନରେ ପ୍ରଶିକ୍ଷଣ ଶିବିର ଗଠନ ହେଲା । ସବିନୟ ନାଗରିକ ଅବଜ୍ଞା ଆନ୍ଦୋଳନ ସମୟରେ ସେବା ଦଳ ନୂତନ ସଦସ୍ୟଙ୍କୁ କଂଗ୍ରେସରେ ଭର୍ତ୍ତି କରିବା, ପିକେଟିଙ୍ଗ ଭଳି କାର୍ଯ୍ୟକଳାପ ଗଠନ କରିବା ଏବଂ ଦଳକୁ ଗୋଟିଏ ସଂଗଠିତ କିନ୍ତୁ ଅହିଂସାପୂର୍ଣ୍ଣ ମାର୍ଗ ସହିତ ସଜାଇବାରେ ଅପୂର୍ବ ଭୂମିକା ନେଲା । ସବିନୟ ନାଗରିକ ଅବଜ୍ଞା ଆନ୍ଦୋଳନ ପରେ, ଔପନେବେଶିକ ସରକାର କଂଗ୍ରେସ ଓ ଏହାର ସଂଗଠନମାନଙ୍କ ଉପରୁ ନିଷେଧ ଉଠାଇଦେଲା ।

ମୁଖ୍ୟ ପରିଚାଳକଙ୍କ ତାଲିକା

[ସମ୍ପାଦନା]
S.no President Term Home State
1. ମହେନ୍ଦ୍ର ଯୋଶୀ ୨୦୦୭ ୨୦୧୮ ୧୧ ବର୍ଷ ମଧ୍ୟ ପ୍ରଦେଶ
2. ଲାଲାଜୀ ଦେଶାଇ ୩୦ ମାର୍ଚ ୨୦୧୮ କର୍ମରତ ୭ ବର୍ଷ, ୨୪୫ ଦିନ ଗୁଜରାଟ
  1. "All India Congress Committee - AICC". www.aicc.org.in. Retrieved 2025-10-01.
  2. Kumar, Radha (1997). The History of Doing: An Illustrated Account of Movements for Women's Rights and Feminism in India 1800-1990 (in ଇଂରାଜୀ). Kali for Women. ISBN 978-81-85107-76-9.
  3. Pandey, Gyanendra (2002). The Ascendancy of the Congress in Uttar Pradesh: Class, Community and Nation in Northern India, 1920-1940. London: Anthem Press. p. 36.
  4. Brijbhushan, Jamila (2003-06). Kamaladevi Chattopadhyaya: Portrait of a Rebel (in ଇଂରାଜୀ). Abhinav Publications. ISBN 978-81-7017-033-4. {{cite book}}: Check date values in: |date= (help)