ସେବାଗ୍ରାମ
ସେବାଗ୍ରାମ | |
|---|---|
town | |
Adi Nivas, the first residence of Mahatma Gandhi in Sevagram Ashram. | |
| Coordinates: 20°44′10″N 78°39′45″E / 20.73611°N 78.66250°E | |
| Country | ଭାରତ |
| State | ମହାରାଷ୍ଟ୍ର |
| District | Wardha |
| Population (୨୦୧୧) | |
| • Total | ୮,୦୦୦ |
| Languages | |
| • Official | Marathi |
| Time zone | UTC+5:30 (IST) |
| PIN | 442 102 |
| Telephone code | 91 7152 |
| ଯାନବାହାନ ପଞ୍ଚୀକରଣ | MH - 32 |
| Nearest city | ୱାର୍ଧା |
| Lok Sabha constituency | Wardha |
| Vidhan Sabha constituency | ୱାର୍ଧା |
| Website | maharashtra |
ସେବାଗ୍ରାମ (ଅର୍ଥ "ସେବାର ଗ୍ରାମ") ମହାରାଷ୍ଟ୍ରରେ ଥିବା ଏକ ଛୋଟ ସହର । ସାବରମତୀ ପରେ, ସେବାଗ୍ରାମ ଆଶ୍ରମ ଗାନ୍ଧୀଜୀଙ୍କ ବାସସ୍ଥାନ ହୋଇଥିବାରୁ ଏହି ସ୍ଥାନ ମହାରାଷ୍ଟ୍ର ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସହର ଭାବେ ବିବେଚିତ । ସେବାଗ୍ରାମ (ପ୍ରଥମେ ସେଗାଁ ନାମରେ ପରିଚିତ), ୱାର୍ଧାଠାରୁ ପ୍ରାୟ ୮ କି.ମି. ଦୂରରେ ଥିବା ଏକ ଗ୍ରାମ । ଗାନ୍ଧୀଜୀ ଏହି ଗ୍ରାମର ସୀମାନ୍ତରେ ଆଶ୍ରମ ସ୍ଥାପନ କରିଥିଲେ । ୱାର୍ଧାର ସେଠ ଜାମନାଲାଲ ବଜାଜ, ଯିଏ ଗାନ୍ଧୀଜୀଙ୍କ ଶିଷ୍ୟ ଥିଲେ, ଆଶ୍ରମ ପାଇଁ ପ୍ରାୟ ୩୦୦ ଏକର ଜମି ଦାନ କରିଥିଲେ ।[୧] ଆଶ୍ରମ ନିକଟରେ ଏକ ସଂଗ୍ରହାଳୟ ଅଛି, ଯେଉଁଠି ଭାରତର ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ସ୍ମରଣୀୟ କଳାକୃତି ସଂରକ୍ଷିତ ହୋଇଛି ।
ଇତିହାସ
[ସମ୍ପାଦନା]୧୯୩୦ରେ ସାବରମତୀ ଆଶ୍ରମରୁ ଦାଣ୍ଡିକୁ "ଲବଣ ସତ୍ୟାଗ୍ରହ" ପାଇଁ ପଦଯାତ୍ରା କରିବାବେଳେ ଗାନ୍ଧୀଜୀ ନିଷ୍ପତ୍ତି କଲେ ଯେ ସ୍ୱାଧୀନତା ଲାଭ ନ ହେବା ପର୍ଯ୍ୟନ୍ତ ସେ ସାବରମତୀକୁ ଫେରିବେ ନାହିଁ । ସେ ଦୁଇ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିଥିଲେ । ମୁକ୍ତି ପରେ ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ ଓ ମଧ୍ୟଭାରତରେ ଏକ ଗାଁକୁ ତାଙ୍କ କାର୍ଯ୍ୟାଳୟ କରିବାକୁ ଭାବିଥିଲେ । ୫ ଅଗଷ୍ଟ ୧୯୩୪ରେ ସେ ୱାର୍ଧାକୁ ଆସିଥିଲେ ଓ ଜାମନାଲାଲ ବଜାଜଙ୍କ ଆମନ୍ତ୍ରଣରେ "ବଜାଜବାଡ଼ୀ" ରେ କିଛି ଦିନ ରହିଥିଲେ ।[୨]
ଏପ୍ରିଲ ୧୯୩୬ରେ, ଗାନ୍ଧୀଜୀ ୱାର୍ଧା ପାଖରେ ଥିବା "ସେଗାଁ" ନାମକ ଗ୍ରାମକୁ ତାଙ୍କ ବାସସ୍ଥାନ ଭାବେ ସ୍ଥିରକଲେ ଓ ତାହାର ନାମ ରଖିଲେ ସେବାଗ୍ରାମ ("ସେବାର ଗ୍ରାମ") । ସେବାଗ୍ରାମକୁ ଆସିବାବେଳେ ଗାନ୍ଧୀଜୀଙ୍କ ବୟସ ୬୭ ବର୍ଷ । ଆଶ୍ରମରେ ଗାନ୍ଧୀଜୀ, କସ୍ତୁରବା ଓ ତାଙ୍କ ଅନୁଗାମୀମାନଙ୍କ ପାଇଁ ଛୋଟ ଘରଗୁଡ଼ିକ ସାଧାରଣ ଗ୍ରାମର ଘର ପରି ହୋଇଥିଲା । ଆଶ୍ରମରେ ସର୍ବସାଧାରଣ ରୋଷେଇଘରେ ହରିଜନମାନଙ୍କୁ କାମରେ ନିଯୁକ୍ତ କରାଯାଇଥିଲା ଯାହାଦ୍ୱାରା ଅସ୍ପୃଶ୍ୟତା ନିବାରଣ ଭଳି ଚିନ୍ତାଧାରାକୁ ଲାଗୁ କରାଯାଇଥିଲା ।
ନିକଟରେ ବିନୋବା ଭାବେଙ୍କ "ପରମଧାମ ଆଶ୍ରମ" ଧାମ ନଦୀ କୂଳରେ ଅଛି । ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରସଙ୍ଗରେ ନିଷ୍ପତ୍ତି ସେବାଗ୍ରାମରେ ହୋଇଥିଲା ।
ସେବାଗ୍ରାମ ୱାର୍ଧାରୁ ୮ କି.ମି. ଓ ନାଗପୁରରୁ ୭୫ କି.ମି. ଦୂରେ ଅବସ୍ଥିତ । ପ୍ରଥମେ ସେଠାରେ ପୋଷ୍ଟ ବା ଟେଲିଗ୍ରାଫ ଭଳି କୌଣସି ସୁବିଧା ନ ଥିଲା । ଚିଠିଟିଏ ୱାର୍ଧାରୁ ଏଠାକୁ ଆଣାଯାଉଥିଲା । ଏହି ଅଞ୍ଚଳରେ ଆଉ ଗୋଟିଏ "ଶେଗାଁ" ନାମର ଗାଁ ଥିଲା, ଯାହା ସନ୍ଥ ଗଜାନନ ମହାରାଜଙ୍କୁ ନେଇ ପ୍ରସିଦ୍ଧ । ତେଣୁ ଗାନ୍ଧୀଜୀଙ୍କ ଚିଠିଗୁଡ଼ିକ ବାରମ୍ବାର ଭୁଲ୍ ଠିକଣାରେ ଯାଉଥିଲା । ୧୯୪୦ରେ ଏହି ଗାଁର ନାମକୁ "ସେବାଗ୍ରାମ" କରାଯାଇଥିଲା । ବ୍ରିଟିଶ ସରକାର ସେବାଗ୍ରାମକୁ ଗାନ୍ଧୀଜୀଙ୍କ ସହ ସମ୍ପର୍କ ରଖିବା ପାଇଁ ଟେଲିଫୋନ୍ ସଂଯୋଗ ଦେଇଥିଲେ ।
ଗମନାଗମନ
[ସମ୍ପାଦନା]ସେବାଗ୍ରାମ ରେଳ ଓ ବସ୍ ସୁବିଧା ଦ୍ୱାରା ସଂଯୋଗ । ସେବାଗ୍ରାମ ରେଳଷ୍ଟେସନ୍ ମୁଖ୍ୟ ଗ୍ରାମରୁ ୬ କି.ମି. ଦୂରରେ ଅଛି । ପୂର୍ବରୁ ଏହାର ନାମ "ୱର୍ଧା ପୂର୍ବ" ରେଳଷ୍ଟେସନ୍ ଥିଲା । ସେବାଗ୍ରାମ ହାୱଡା–ନାଗପୁର–ମୁମ୍ବାଇ ରେଳପଥରେ ଅବସ୍ଥିତ । ନାଗପୁରରେ ପ୍ରାୟ ୫୫ କି.ମି. ଦୂରରେ ନିକଟତମ ବିମାନବନ୍ଦର ଅଛି । ବ୍ରିଟିଶ ଭାଇସ୍ରାୟ ଲର୍ଡ ଲିନଲିଥଗୋ, ବାପୁ କୁଟୀରରେ ଏକ ହଟଲାଇନ୍ ବ୍ୟବସ୍ଥା ସ୍ଥାପନ କରିଥିଲେ । ସେ ଗୋଟିଏ ରାତି ସେବାଗ୍ରାମ ଆଶ୍ରମରେ ଗାନ୍ଧୀଜୀଙ୍କ ସହିତ ବିତାଇଥିଲେ ।[୩]
ଶିକ୍ଷା
[ସମ୍ପାଦନା]ସେବାଗ୍ରାମରେ ଭାରତର ପ୍ରଥମ ଗ୍ରାମୀଣ ମେଡିକାଲ ମହାବିଦ୍ୟାଳୟ—ମହାତ୍ମା ଗାନ୍ଧୀ ଇନ୍ସଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସସ୍ ରହିଅଛି । ଏଠାରେ ଏକ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଯଥା ବାପୁରାଓ ଦେଶମୁଖ କଲେଜ୍ ଅଫ୍ ଇଞ୍ଜିନିୟରିଂ ମଧ୍ୟ ଅଛି, ଯାହାକୁ ଗ୍ରାମୀଣ ଟ୍ରଷ୍ଟ ପରିଚାଳନା କରେ ।
ଆଧାର
[ସମ୍ପାଦନା]- ↑ "Paramdham Ashram - Wardha | Bharat-Ram Temple In India | Jamnalal Bajaj Foundation". www.jamnalalbajajfoundation.org. Archived from the original on 2014-05-26. Retrieved 2025-09-25.
- ↑ "Bajajwadi - Wardha| Home of Jamnalal Bajaj | National Guest House". Jamnalal Bajaj Foundation. Retrieved 2025-09-25.
- ↑ "The Wire: The Wire News India, Latest News,News from India, Politics, External Affairs, Science, Economics, Gender and Culture". thewire.in. Retrieved 2025-09-25.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |