ସେନ୍ଦାଇ

Coordinates: 38°16′5.6″N 140°52′9.9″E / 38.268222°N 140.869417°E / 38.268222; 140.869417
ଉଇକିପିଡ଼ିଆ‌ରୁ

38°16′5.6″N 140°52′9.9″E / 38.268222°N 140.869417°E / 38.268222; 140.869417

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସେନ୍ଦାଇ
仙台市
ମନୋନିତ ସହର
ଦେଶ ଜାପାନ
ଜାପାନ କ୍ଷେତ୍ରତୋହୋକୁ କ୍ଷେତ୍ର
ଜାପାନ ପ୍ରାନ୍ତମିୟାଗି ପ୍ରାନ୍ତ
Government
 • ମହାପୌରକାଜୁକ କୋରୀ
Population
 (ଅଗଷ୍ଟ 2017)
 • Total୧୦,୮୬,୦୧୨
 • Density1,380/km2 (3,600/sq mi)
Time zoneUTC+9 (ଜାପାନ ମାନକ ସମୟ)
ଦୂରଭାଷ022-261-1111
WebsiteOfficial website

ସେନ୍ଦାଇ (仙台 市 ସେନ୍ଦାଇ ଶି) ଜାପାନର ମିୟାଗୀ ପ୍ରାନ୍ତର ରାଜଧାନୀ ଅଟେ । ଏହା ତୋହୋକୁ କ୍ଷେତ୍ରର ସବୁଠାରୁ ବଡ଼ ସହର ଏବଂ ଟୋକିଓର ଉତ୍ତରରେ ଦ୍ୱିତୀୟ ବଡ଼ ସହର ଅଟେ । ୧ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ, ସହରର ଜନସଂଖ୍ୟା ୧,୦୮୬,୦୧୨ ଥିଲା ଏବଂ ଜାପାନର ୨୦ ମନୋନୀତ ସହର ମଧ୍ୟରୁ ଗୋଟିଏ ଅଟେ । ସହରର ସମ୍ପୁର୍ଣ୍ଣ କ୍ଷେତ୍ରଫଳ ୭୮୬.୩୦ ବର୍ଗ କିଲୋମିଟର (୩୦୩.୫୯ ବର୍ଗ ମିଲି) ଅଟେ ।

୧୧ ମାର୍ଚ୍ଚ, ୨୦୧୧ ମସିହାରେ ସହରର ତଟୀୟ ଅଞ୍ଚଳରେ ୯.୦ ଅପତଟୀୟ (୨୦୧୧ ସେନ୍ଦାଇ ଭୂକମ୍ପ ଏବଂ ସୁନାମୀ)ରୁ ଭୟାବହ କ୍ଷତି ହୋଇଥିଲା, ଯାହାଦ୍ୱାରା ଏକ ବିନାଶକାରୀ ସୁନାମୀ ମଧ୍ୟ ଉତ୍ପନ୍ନ ହୋଇଥିଲା ।

ଭୂଗୋଳ[ସମ୍ପାଦନା]

ସେନ୍ଦାଇ 38°16'05" ଉତ୍ତର ଏବଂ 140°52'11" ପୂର୍ବୀ ଅକ୍ଷାଂଶରେସ୍ଥିତ ଅଟେ । ସହରର କ୍ଷେତ୍ରଫଳ 788.09 କିମି² ଅଟେ, ଏବଂ ଏହା ପ୍ରଶାନ୍ତ ମହାସାଗରଠାରୁ ଓୟୁ ପର୍ବତ ପର୍ଯ୍ୟନ୍ତ ଖେଳି ହୋଇରହିଛି, ଯାହା ମିୟାଗି ପ୍ରାନ୍ତର ପୂର୍ବ ଓ ପଶ୍ଚୀମ ସୀମା ରହିଛି । ନତୀଜତନ, ସହରର ଭୌଗଳିକ ପରିଟ୍ଟସ୍ୟ କାଫି ବିବିଧପୂର୍ଣ୍ଣ ଅଟେ । ଯେପରି ପୂର୍ବ ସେନ୍ଦାଇ ଏକ ମୈଦାନ କ୍ଷେତ୍ର ରହିଛି, ସହରର କେନ୍ଦ୍ର ପାହାଡିନୁମା ରହିଛି ଏବଂ ପଶ୍ଚୀମ କ୍ଷେତ୍ରରେ ଉଚ୍ଚ ପର୍ବତ ମାଳା ରହିଛି । ସହରର ସବୁଠାରୁ ଉଚ୍ଚ ସ୍ଥାନ ଫଙ୍ଗାଟା ପର୍ବତ ଅଟେ ଯାହା ସମୁଦ୍ର ତଳରୁ ୧,୫୦୦ ମିଟର (୪,୯୨୧ ଫୁଟ) ଉଚ୍ଚ ଅଟେ । ହିରୋସେ ନଦୀ (広 瀬 川 ହିରୋସେ-ଗାବା) ସେନ୍ଦାଇରେ ୪୫ କିମି (୨୮ ମିଲି) ପର୍ଯ୍ୟନ୍ତ ଖେଳିହୋଇ ରହିଛି । ନଦୀର ପ୍ରାକୃତିକ ନହରର ଉପ୍ୟୋଗ କରି ଏହାର କୂଳରେ (ସେନ୍ଦାଇ କିଲା) ତିଆରି ହୋଇଥିଲା । ୧୯୫୦ ଦଶକ ପର୍ଯ୍ୟନ୍ତ ନଦୀରେ ପ୍ରାୟତଃ ବନ୍ୟା ଆସୁଥିଲା, କିନ୍ତୁ ୧୯୬୦ ଓ ୧୯୭୦ ଦଶକରେ ତିଆରି ବନ୍ଧ କାରଣରୁ ଏବେ ଏହା କେବେ-କେବେ ଆସୁଛି ।

ସେନ୍ଦାଇରେ ଏକ ଆନ୍ଧ୍ର ଉପ-ଉଷ୍ମକଟୀବନ୍ଧ (କୋପେନ ସିଏଫଏ) ଜଳବାୟୁ ଅଟେ, ଏଥିପାଇଁ ଏଠାରେ ଟୋକିଓ ପରି ବହୁତ ଗରମ ହୁଏ ନାହିଁ ଏବଂ ସାପ୍ପୋର ପରି ଶିତରେ ବରଫ ପଡେ ନାହିଁ । କେବେକେବେ ମହତ୍ୱପୂର୍ଣ୍ଣ ମୌସମୀ ଅନ୍ତର ଲାଗିରହିଥାଏ, ଶୀତଦିନ ଅଳ୍ପ ଶୁଷ୍କ ରହିଥାଏ, ଜାନୁଆରୀର ତାପମାନ 1.5 ଡିଗ୍ରୀ ସେଲ୍ସିୟସ (34.7 ଡିଗ୍ରୀ ଫାରେନହାଇଟ) ପର୍ଯ୍ୟନ୍ତ ଚାଲିଯାଏ । ଗ୍ରୀଷ୍ମକାଳରେ ତାପମାନ 24.1 ଡିଗ୍ରୀ ସେଲ୍ସିୟସ (75.4 ଡିଗ୍ରୀ ଫାରେନହାଇଟ) ପର୍ଯ୍ୟନ୍ତ ଚାଲିଯାଏ । ସହରରେ ଝଡ଼ ତୋଫାନ ବହୁତ କମ ଆସିଥାଏ । ଏଠାରେ ୧୦ ସେଣ୍ଟିମିଟର (୪ ଇଞ୍ଚ)ରୁ ଅଧିକ ବର୍ଷା ହାରାହାରି କେବଳ ୬ଦିନ ହିଁ ହୋଇଥାଏ ।

ଜନସଂଖ୍ୟା[ସମ୍ପାଦନା]

୨୦୦୫ ମସିହାରେ, ସହରର ଅନୁମାନିତ ଜନସଂଖ୍ୟା ୧,୦୨୮,୨୧୪ ଥିଲା ଏବଂ ଜନସଂଖ୍ୟା ଘନତ୍ୱ 1,304.10 ବ୍ୟକ୍ତି ପ୍ରତି କିମି² ଥିଲା । ସହରର କୂଳ କ୍ଷେତ୍ରଫଳ 788.09 କିମି² ଅଟେ । ଏହି ସମୟରେ ସହରର ଅଧିକାଂଶ ଜନସଂଖ୍ୟା ଟ୍ରେନ ଏବଂ ମେଟ୍ରୋ ଷ୍ଟେସନ ପାଖାପାଖି ସହରରେ ରହିଛି । ସେନ୍ଦାଇରେ ହାରାହାରି ଆୟୁ 38.4 ଅଟେ, ଯାହା ଏହି ସହରକୁ ଜାପାନର ସବୁଠାରୁ କମ ହାରାହାରି ଆୟୁ ଯୁକ୍ତ ସହର ଭାବେ ବନେଇଦେଇଛି ।

ମାଉଣ୍ଟ ଆଓବାରେସ୍ଥିତ ସେନ୍ଦାଇ କିଲାରୁ ସହରର ଦୃଶ୍ୟ

ଅର୍ଥବ୍ୟବସ୍ଥା[ସମ୍ପାଦନା]

ସେନ୍ଦାଇ, ତୋହୋକୁ କ୍ଷେତ୍ରର ଅର୍ଥବ୍ୟବସ୍ଥାର କେନ୍ଦ୍ର ଅଟେ ଏବଂ ଏହା କ୍ଷେତ୍ରର ପରିବହନର ଅଡ୍ଡା ଅଟେ । ୨୦୧୦ ମସିହାରେ ସେନ୍ଦାଇ ମହାଙ୍ଗର କ୍ଷେତ୍ରର ଜିଡିପି, 61.7 ୟୁଏସ ବିଲିୟନ ଥିଲା ।[୧][୨] ସହରର ଅର୍ଥବ୍ୟବସ୍ଥା ଖୁଦରା ବଜାର ଏବଂ ସେବା ଉପରେ ନିର୍ଭର କରିଥାଏ । ୨୦୧୬ ମସିହାରେ ସେନ୍ଦାଇ ପାଇଁ ଅନୁମାନିତ ସଫଳ ଉତ୍ପାଦନ 45.4 ମିଲିୟନ ଆମେରିକା ଡଲାର ଥିଲା ।[୩] କ୍ଷେତ୍ରରେ ବାର୍ଷିକ ବସ୍ତୁର ବିକ୍ରୀ ପାଖାପାଖି 73.5 ମିଲିୟନ ଆମେରିକା ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଲୋକର ଏକ ପ୍ରମୁଖ କ୍ଷେତ୍ରିୟ ସପ୍ଲାୟରର ମ୍ୟଖ୍ୟାଳୟ ସେନ୍ଦାଇରେ ରହିଛି । ୨୦୧୬ ମସିହାରେ ସେନ୍ଦାଇ ପର୍ଯ୍ୟଟନ ଅନୁମାନିତ 2.229 ମିଲିୟନ ଅଗନ୍ତୁକ୍କୁ ଆକର୍ଷିତ କରିଥିଲା ।[୩]

ଆଧାର[ସମ୍ପାଦନା]

  1. Yoshitsugu Kanemoto. "Metropolitan Employment Area (MEA) Data". Center for Spatial Information Science, The University of Tokyo.
  2. Conversion rates - Exchange rates - OECD Data
  3. ୩.୦ ୩.୧ "Industry in Sendai 2016" (PDF). Sendai City. 2016. Archived from the original (PDF) on February 14, 2017. Retrieved November 11, 2016.