ସେନ୍ଥିଲ ଗଣେଶ
ସେନ୍ଥିଲ ଗଣେଶ | |
---|---|
ଜନ୍ମ | ୧୯୮୩ କରମ୍ବକ୍କୁଡି, ପୁଡୁକ୍କୋଟ୍ଟାଇ, ତାମିଲନାଡ଼ୁ, ଭାରତ |
ଶୈଳୀ | ଲୋକ ଗୀତ, ଭକ୍ତି ଗୀତ |
Occupations | ପ୍ରଚ୍ଛଦପଟ ଗାୟକ |
ସେନ୍ଥିଲ ଗଣେଶ ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ ଓ ଅଭିନେତା ।[୧] ୨୦୧୮ ମସିହାରେ, ଷ୍ଟାର ବିଜୟରେ ପ୍ରସାରିତ ହୋଇଥିବା ରିଆଲିଟି ଶୋ' ସୁପର ସିଙ୍ଗର ୬ ଜିତିବା ପରେ ସେ ଲୋକପ୍ରିୟତା ହାସଲ କରିଥିଲେ ।[୨] ସେ ତିରୁଡ଼ୁ ପୋଗାତା ମନସୁ (୨୦୧୪) କଥାଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେନ୍ଥିଲ ଗଣେଶ ପାଞ୍ଚ ବର୍ଷ ବୟସରେ ଲୋକସଙ୍ଗୀତ ନଟୁପୁରପାଟ୍ଟୁ ପ୍ରତି ତାଙ୍କର ଆଗ୍ରହ ବଢ଼ାଇଥିଲେ ଏବଂ ସଙ୍ଗୀତର ମୌଳିକ କଥା ଶିଖିବା ପରେ ଗୀତ ରେକର୍ଡିଂ ଆରମ୍ଭ କରିଥିଲେ । ସେ ଚେଲ୍ଲା ଥାଙ୍ଗୈୟାଙ୍କ ଠାରୁ ସଙ୍ଗୀତ ଶିଖିଥିଲେ ଏବଂ ୧୦ ବର୍ଷ ବୟସରେ ତାଙ୍କର ପ୍ରଥମ ଗୀତ ମନ୍ନୁକେଥା ରାଗଙ୍ଗଲ ରେକର୍ଡ଼ କରିଥିଲେ ।[୩] ସେ ପୁଡୁକୋଟ୍ଟାଇର ଅଲାଙ୍ଗୁଡିରେ ଥିବା ଏକ ବିଦ୍ୟାଳୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ତ୍ରିଚିର ଏକ ସଙ୍ଗୀତ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ୧୦୦ରୁ ଅଧିକ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅନେକ ସ୍ଥାନୀୟ ସାଂସ୍କୃତିକ ଧାର୍ମିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଛନ୍ତି ।[୩] ସେନ୍ଥିଲଙ୍କୁ ତାମିଲ ସାହିତ୍ୟ ପାଇଁ ଡକ୍ଟର ଅଫ୍ ଲେଟର୍ସ ମଧ୍ୟ ମିଳିଥିଲା ।[୪]
Career
[ସମ୍ପାଦନା]୨୦୧୪ ମସିହାରେ, ତାଙ୍କୁ ତାଙ୍କ ସଙ୍ଗୀତ ଗୁରୁ ତଥା ନିର୍ଦ୍ଦେଶକ ଚେଲ୍ଲା ଥାଙ୍ଗୈୟାଙ୍କ ଦ୍ୱାରା ଚଳଚ୍ଚିତ୍ର ଥିରୁଡୁ ପୋଗାଥା ମନସୁରେ ମୁଖ୍ୟ ଭୂମିକାରେ ମନୋନୀତ କରାଯାଇଥିଲା ଏବଂ ଏହି କଥାଚିତ୍ରଟି ସେନ୍ଥିଲଙ୍କର ଅଭିନୟ ଜୀବନର ଆରମ୍ଭ ହୋଇଥିଲା ।[୫]
ଏହାପରେ, ସେ ସୁପର୍ ସିଙ୍ଗର୍ ୬ରେ ଅନ୍ୟ ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଭାବରେ ତାଙ୍କ ପତ୍ନୀଙ୍କ ସହ ଭାଗ ନେଇଥିଲେ ଏବଂ ଅଧିକାଂଶ ଲୋକଗୀତ ଗାଇ ଶୋ'ରେ ଲୋକପ୍ରିୟ ହୋଇଥିଲେ ।[୬][୭] ଏହି ପ୍ରତିଯୋଗିତାରେ ସେ ବିଜେତା ହୋଇଥିବା ବେଳେ ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ସାନ୍ତ୍ୱନା ଜନକ ପୁରସ୍କାର ପାଇଥିଲେ ।[୮]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୨ ମସିହାରେ, ସେ ଲୋକଗୀତ ଗାୟିକା ରାଜଲକ୍ଷ୍ମୀଙ୍କୁ ବିବାହ କରିଥିଲେ ।[୯][୧୦] ୨୦୧୯ ମସିହାରେ, ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ୍ ମିଡ଼ିଆ ଜରିଆରେ ସମାଲୋଚନା କରି ବିବାଦକୁ ଆସିଥିଲେ ।[୧୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ତିରୁଡ଼ୁ ପୋଗାତା ମନସୁ (୨୦୧୪)
- କରିମୁଗାନ (୨୦୧୮)
ଆଧାର
[ସମ୍ପାଦନା]- ↑ "Senthil Ganesh: Movies, Photos, Videos, News, Biography & Birthday | eTimes". timesofindia.indiatimes.com. Retrieved 2020-06-08.
- ↑ "Super Singer 6 winner: Senthil Ganesh bags the trophy". The Times of India (in ଇଂରାଜୀ). 16 July 2018. Retrieved 2020-06-08.
- ↑ ୩.୦ ୩.୧ Ramanujam, Srinivasa (2018-07-19). "From performing at 'thiruvizhas' to singing for A.R.Rahman". The Hindu (in Indian English). ISSN 0971-751X. Retrieved 2020-06-08.
- ↑ "பட்டி தொட்டி எல்லாம் பரவிய மக்கள் இசைக் கலைஞர் செந்தில் கணேஷின் நாட்டுப்புற பாடல்!". Samayam Tamil (in ତାମିଲ୍). Retrieved 2020-06-08.
- ↑ "Thirudu Pogatha Manasu Movie: Showtimes, Review, Trailer, Posters, News & Videos | eTimes", The Times of India, retrieved 2020-06-08
- ↑ "Senthil Ganesh wins Golden Voice of the Week". The Times of India. 8 February 2018.
- ↑ "Contestants battle it out at Super Singer Season 6". The Times of India (in ଇଂରାଜୀ). 5 February 2018. Retrieved 2020-06-08.
- ↑ "Anirudh on board for Super Singer 7". The Times of India (in ଇଂରାଜୀ). 25 April 2019. Retrieved 2020-06-08.
- ↑ "Super Singer fame Senthil Ganesh and wife Rajalakshmi celebrate their 8th wedding anniversary". The Times of India (in ଇଂରାଜୀ). 23 May 2020. Retrieved 2020-06-08.
- ↑ "Senthil recalls how he got married to Rajalakshmi". The Times of India (in ଇଂରାଜୀ). 27 July 2018. Retrieved 2020-06-08.
- ↑ Staff Reporter (2019-07-30). "Hindu outfit threatens to interrupt orchestra due to anti-Modi remarks of singer couple". The Hindu (in Indian English). ISSN 0971-751X. Retrieved 2020-06-08.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସେନ୍ଥିଲ ଗଣେଶ