Jump to content

ସୂର୍ଯ୍ୟମଣି ଜେମା

ଉଇକିପିଡ଼ିଆ‌ରୁ
(ସୂର୍ଯ୍ୟମଣି ଜେମାଦେଈରୁ ଲେଉଟି ଆସିଛି)
ସୂର୍ଯ୍ୟମଣି

ଜେମାଦେଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ
ବିଷୟରାଧାକୃଷ୍ଣ ପ୍ରେମ
ସାହିତ୍ୟ କୃତିକଳାକାହ୍ନୁ କୁହୁକ ଜାଣେ

ସୂର୍ଯ୍ୟମଣି ଜେମା ବା ସୂର୍ଯ୍ୟମଣି ଜେମାଦେଈ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । 'ଜେମା' ବୋଲାଯିବାରୁ ସେ କୌଣସି ରାଜବଂଶୀୟ ବୋଲି ଅନୁମିତ । ସେ ରାଧାକୃଷ୍ଣ ପ୍ରେମ ଆଧାରିତ କବିତାର ରଚୟିତା । ତାହାଙ୍କର ଗୋଟିଏ ମାତ୍ର ଚଉପଦୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ । []

ସେ ଖଣ୍ଡପଡ଼ାର ଜେମା ବୋଲି ନିଜର କୃତ ଗୋଟିଏ ଚିଟାଉରେ ଲେଖିଛନ୍ତି ।[]

ଖଣ୍ଡପଡ଼ାର ଜେମା ମୁହିଁ ଅଟଇ
ସୂର୍ଯ୍ୟମଣି ଜେମା ଏ ଚିଟାଉ ଲେଖଇ ହେ ।

— ଚିଟାଉ ଭାଷା

ତାଙ୍କର ପ୍ରାପ୍ତ ଏକ କବିତାର ଭଣିତା ପଦ ।[]

ସୂର୍ଯ୍ୟମଣି ଜେମାଦେଈ ବୋଲେ ଏ ଭଙ୍ଗିମା
ଭାଙ୍ଗିଦେଲା ମୋର କେଡ଼େ ଗାରିମା ।

ଅନ୍ୟ କେତେକ କବିତାରେ ସେ ସୂର୍ଯ୍ୟ ଜେମା ବୋଲି ଭଣିତା କରିଥିବା ମଧ୍ୟ ଦେଖାଯାଏ ।[]

ବୋଲେ ସୂର୍ଯ୍ୟ ଜେମା ଦେଖି ତା ଭଙ୍ଗିମା
କାଳ ଯାକ ଥିବି ସେବକୀପଣେ ।

ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଏହାଙ୍କର ଏକାଧିକ ଗୀତ ଗ୍ରାମ୍ଫୋନରେ ରେକର୍ଡ଼ କରିଥିବେ ଜଣାଯାଏ । ଆଧୁନିକ ଭାବରେ କେବଳ 'କଳାକାହ୍ନୁ କୁହୁକ ଜାଣେ' ଗୀତଟି ପୁନରୁଦ୍ଧାର କରି ପ୍ରକାଶିତ ହୋଇଛି ।

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
  2. ଓଡ଼ିଆ ଗୀତିକାବ୍ୟ ସଂକଳନ, ଡଃ ଜାନକୀ ବଲ୍ଲଭ ମହାନ୍ତି । ଚିଟାଉ ଭାଷା, ପୃ - ୫୨୮ । ଓଡ଼ିଆ ସାହିତ୍ୟ ଏକାଡେମୀ ଭୁବନେଶ୍ୱର ।
  3. Descriptive Catalogue of Oriya Manuscripts, VIo VIII Page-256
  4. ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ - 'କଳାକାହ୍ନୁ କୁହୁକ ଜାଣେ', ହିଜ୍ ମାଷ୍ଟର୍ସ ଭଏସ୍ ।