Jump to content

ସୂତ୍ରପିଟକ

ଉଇକିପିଡ଼ିଆ‌ରୁ
ବୌଦ୍ଧବାଦ


ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ସୂତ୍ରପିଟକ ବା ସୂତ୍ତ ପିଟକ ବୌଦ୍ଧ ଧର୍ମର ପବିତ୍ର ଗ୍ରନ୍ଥ ତ୍ରିପିଟକର ତିନୋଟି ଅଂଶରୁ ଗୋଟିଏ । ସୁତ୍ତପିଟକରେ ତର୍କ ଓ ସଂଳାପ ରୂପରେ ଭଗବାନ ବୁଦ୍ଧଙ୍କ ଉପଦେଶ ସଂଗୃହିତ ଅଛି । ଏଥିରେ ଗଦ୍ୟ ସଂଳାପ, ମୁକ୍ତ ଛନ୍ଦ ସଂବାଦ ଓ ଛୋଟ ଛୋଟ ପୁରାତନ କାହାଣୀ ରହିଛି । ଏହାକୁ ପାଞ୍ଚଟି ନିକାୟ ବା ସଂଗ୍ରହରେ ବିଭକ୍ତ କରାଯାଇଛି । ଏଥିରେ ବୁଦ୍ଧ ତଥା ତାଙ୍କ କେତେକ ଶିଷ୍ୟଙ୍କ ପ୍ରଦତ୍ତ ପ୍ରାୟ ଦଶ ହଜାରରୁ ଅଧିକ ସୁତ୍ତ ବା ମହତ୍ତ ବାଣୀ ରହିଛି ।[]

ପରିଚୟ

[ସମ୍ପାଦନା]

ପରେ ଯାହା ସୁତ୍ତପିଟକ ଗ୍ରନ୍ଥ ଭାବରେ ଆଦୃତ ହେବା ପୂର୍ବରୁ ସେହି ଗ୍ରନ୍ଥର ବିଷୟବସ୍ତୁ ଭଗବାନ ବୁଦ୍ଧଙ୍କ ମୃତ୍ୟୁ ପରେ ଆୟୋଜିତ ପ୍ରଥମ ବୌଦ୍ଧ ସଭାରେ ବୁଦ୍ଧଙ୍କ ସମ୍ପର୍କୀୟ ଆନନ୍ଦ ଦ୍ୱାରା ମୁଖୋପଠିତ ହୋଇଥିଲା । ସେହି ପ୍ରଥମ ସଭାରେ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ଆଚାରନିୟମ ବିଷୟରେ ଥିବା ସଂହିତା (ବିନୟ) ମଧ୍ୟ ସ୍ଥିର କରାଯାଇଥିଲା । ପରମ୍ପରା ଅନୁଯାୟୀ, ତତପରଠାରୁ ତିପିଟକରେ ଅଧିକ କିଛି ଯୋଗ ହୋଇନଥିଲା ବୋଲି ମନେ କରାଯାଏ ।

ତଥାପି ଆଧୁନିକ ବିଦ୍ୱାନମାନେ ଏହା ବିଷୟରେ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ରିଚାର୍ଡ ଗୋମ୍ବ୍ରିଚଙ୍କ ମତ ହେଉଛି; ପ୍ରଥମ ଚାରିଟି ନିକାୟ (ନିମ୍ନରେ ଦେଖନ୍ତୁ) ର ବିଷୟବସ୍ତୁ ବୁଦ୍ଧଙ୍କ ସମୟରୁ ଆସିଥାଇପାରେ, ଯଦିଓ ସେମାନଙ୍କ ରୂପ ପରେ ବଦଳିଗଲା । ସ୍ଵର୍ଗତ ପ୍ରଫେସର ହିରକାୱା ଆକିରାଙ୍କ ମତ ହେଉଛି; ପ୍ରଥମ ସଭାରେ କେବଳ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ବ୍ୟକ୍ତ କରୁଥିବା ଛୋଟ ଗଦ୍ୟ ଓ ପଦ୍ୟ ଅଂଶଗୁଡ଼ିକୁ ସଂଗ୍ରହ କରାଯାଇଥିଲା; ଏବଂ ପରବର୍ତ୍ତୀ ଶତାବ୍ଦୀରେ ସେଗୁଡ଼ିକୁ ବିସ୍ତାର କରି ପୂର୍ଣ୍ଣ ସୁତ୍ତ ରୂପ ଦିଆଯାଇଲା ।[]

ବିଷୟବସ୍ତୁ

[ସମ୍ପାଦନା]

ସୁତ୍ତପିଟକରେ ପାଞ୍ଚଟି ନିକାୟ (ସଂଗ୍ରହ) ଅଛି —

  1. ଦୀଘନିକାୟ (Dīgha Nikāya) — ଅର୍ଥ: “ଦୀର୍ଘ” ବା ଲମ୍ବା ସୁତ୍ତମାନଙ୍କ ସଂଗ୍ରହ।
  2. ମଜ୍ଝିମନିକାୟ (Majjhima Nikāya) — ଅର୍ଥ: “ମଧ୍ୟମ ଲମ୍ବାଇ” ସୁତ୍ତମାନଙ୍କ ସଂଗ୍ରହ।
  3. ସଂୟୁତ୍ତନିକାୟ (Saṃyutta Nikāya) — ଅର୍ଥ: “ସଂଯୁକ୍ତ” ବା ଯୋଡ଼ା ଥିବା ସୁତ୍ତମାନଙ୍କ ସଂଗ୍ରହ।
  4. ଅଙ୍ଗୁତ୍ତରନିକାୟ (Aṅguttara Nikāya) — ଅର୍ଥ: “ସଂଖ୍ୟାନୁସାରେ” ବିନ୍ୟସିତ ଉପଦେଶମାନଙ୍କ ସଂଗ୍ରହ।
  5. ଖୁଦ୍ଦକନିକାୟ (Khuddaka Nikāya) — ଅର୍ଥ: “ଛୋଟ” ବା ମିଶ୍ର ସଂଗ୍ରହ।

ଦୀଘନିକାୟ

[ସମ୍ପାଦନା]

ଦୀଘନିକାୟ (ସଂସ୍କୃତ: ଦୀଘନିକାୟ) ବୌଦ୍ଧ ଗ୍ରନ୍ଥ ତ୍ରିପିଟକର ସୁତ୍ତପିଟକର ପ୍ରଥମ ନିକାୟ ଅଟେ । ଦୀଘନିକାୟରେ ମୋଟ ୩୪ଟି ସୁତ୍ତ (ସୂତ୍ର) ରହିଛି ।[] ଏହା ଦୀର୍ଘ ସୂତ୍ରମାନଙ୍କର ସଂଗ୍ରହ । ଏହି ସୂତ୍ରମାନଙ୍କର ଆକାର ଦୀର୍ଘ (ଲମ୍ବା) ଥିବାରୁ ଏହି ନିକାୟକୁ ‘ଦୀଘନିକାୟ’ (ପାଳି ଦୀଘ = ଦୀର୍ଘ) ବୋଲି କୁହାଯାଇଛି ।

ମଜ୍ଝିମନିକାୟ

[ସମ୍ପାଦନା]

ଏହା ସୁତ୍ତପିଟକର ପାଞ୍ଚଟି ବୌଦ୍ଧ ନିକାୟମଧ୍ୟରୁ ଦ୍ୱିତୀୟ ନିକାୟ । ଏହାର ରଚନା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇ ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ହୋଇଥିଲା । ଏହି ନିକାୟରେ ୧୫୨ଟି ମଧ୍ୟମ ଲମ୍ବା ସୁତ୍ତ ଅଛି ।[]

ସଂଯୁତ୍ତନିକାୟ

[ସମ୍ପାଦନା]

ଏହା ପାଞ୍ଚଟି ବର୍ଗ (ବର୍ଗୋ) ଏବଂ ୫୬ଟି ସଂଯୁକ୍ତରେ ବିଭକ୍ତ ଅଟେ। ପାଞ୍ଚଟି ବଗ୍ଗରେ କ୍ରମେ ୧୧, ୧୦, ୧୩, ୧୦ ଏବଂ ୧୨ଟି ସଂଯୁକ୍ତ (ଅଧ୍ୟାୟ) ସଂଗ୍ରହିତ ହୋଇଛି। ଏହି ନିକାୟରେ ଛୋଟ ଏବଂ ବଡ଼ ସୁତ୍ତ ଦୁଇ ପ୍ରକାରର ଅଛି। ତାହା ଅନୁସାରେ ଏହି ନିକାୟର ନାମକରଣ ବିଷୟରେ କୁହାଯାଇଛି ।

ଅଙ୍ଗୁତ୍ତରନିକାୟ

[ସମ୍ପାଦନା]

ଅଙ୍ଗୁତ୍ତରନିକାୟରେ ଗୌତମ ବୁଦ୍ଧ ଏବଂ ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କର ହଜାରେରୁ ଉର୍ଦ୍ଧ୍ଵ ଉପଦେଶ ସଂଗ୍ରହିତ ହୋଇଛି । ଅଙ୍ଗୁତ୍ତରନିକାୟର ହିନ୍ଦୀ ଅନୁବାଦ ଭଦନ୍ତ ଆନନ୍ଦ କୌଶଲ୍ୟାୟନ ଦ୍ୱାରା କରାଯାଇଥିଲା, ଯାହାକି ମହାବୋଧି ସଭା, କଲିକାତା ଦ୍ୱାରା ପ୍ରକାଶିତ ହୋଇଛି । ଅଙ୍ଗୁତ୍ତରନିକାୟରେ ୧୧ଟି "ନିପାତ" (ଅଧ୍ୟାୟ) ଅଛି, ଯେଉଁମାନେ ୧ ରୁ ୧୧ ପର୍ଯ୍ୟନ୍ତ ସଂଖ୍ୟାନୁସାରେ ଭଗବାନ ବୁଦ୍ଧଙ୍କ ଉପଦେଶଗୁଡ଼ିକୁ ସଂଗ୍ରହ କରିଛନ୍ତି । ଟିକାଅନୁସାରେ, ଏଥିରେ ୯,୫୬୫ ଛୋଟ ସୁତ୍ତ ଅଛି, ଯାହା ୧ ଠାରୁ ୧୧ ପର୍ଯ୍ୟନ୍ତ ସଂଖ୍ୟା ଅନୁସାରେ ବିଭକ୍ତ ।

ଖୁଦ୍ଦକନିକାୟ

[ସମ୍ପାଦନା]

ଖୁଦ୍ଦକନିକାୟ (ପାଳି ଭାଷା: ଖୁଦ୍ଦକ = ଛୋଟ) ବୌଦ୍ଧ ଗ୍ରନ୍ଥ ତ୍ରିପିଟକର ସୁତ୍ତପିଟକର ପଞ୍ଚମ ନିକାୟ ଅଟେ। ଏହାରେ ଧମ୍ମପଦ, ଉଦାନ, ଇତିଭୁତ୍ତକ, ସୁତ୍ତନିପାତ, ଥେରଗାଥା, ଜାତକ ଇତ୍ୟାଦି ଷୋହଳଟି ଗ୍ରନ୍ଥ ସଂଗୃହିତ ଅଛି । ଏମାନଙ୍କ ମଧ୍ୟରୁ କିଛିରେ ବୁଦ୍ଧଙ୍କ ପ୍ରାମାଣିକ ବଚନମାନଙ୍କ ସଂଗ୍ରହ ରହିଛି । ଏହା ଛୋଟ ସୂତ୍ରମାନଙ୍କର ଏକ ସଂଗ୍ରହ ଅଟେ।

ଏହା ବୁଦ୍ଧ ଏବଂ ତାଙ୍କ ଶିଷ୍ୟମାନଙ୍କ ନାମରେ ଲେଖାଯାଇଥିବା ଉପଦେଶ, ଶିକ୍ଷା ଓ କବିତାମାନଙ୍କର ଏକ ବିବିଧମୂଳକ ସଂମିଶ୍ରଣ ଅଟେ । ବିଭିନ୍ନ ସଂସ୍କରଣମାନଙ୍କ ମଧ୍ୟରେ ଏହାର ବିଷୟବସ୍ତୁ କିଛି ପରିମାଣରେ ଭିନ୍ନ ଅଛି । ଥାଇ ସଂସ୍କରଣରେ ନିମ୍ନୋକ୍ତ ୧–୧୫ ପର୍ଯ୍ୟନ୍ତ ଅଂଶ ଅଛି, ସିଂହଳ ସଂସ୍କରଣରେ ୧–୧୭ ଓ ବର୍ମୀ ସଂସ୍କରଣରେ ୧–୧୮ ଅଂଶ ଅନ୍ତର୍ଭୁକ୍ତ ଅଛି ।

ସେଗୁଡ଼ିକ ହେଲେ —

  1. ଖୁଦ୍ଦକପାଠ (Khuddakapāṭha)
  2. ଧମ୍ମପଦ (Dhammapada)
  3. ଉଦାନ (Udāna)
  4. ଇତିଭୁତ୍ତକ (Itivuttaka)
  5. ସୁତ୍ତନିପାତ (Suttanipāta)
  6. ବିମାନବତ୍ଥୁ (Vimanavatthu)
  7. ପେତବତ୍ଥୁ (Petavatthu)
  8. ଥେରଗାଥା (Theragāthā)
  9. ଥେରୀଗାଥା (Therīgāthā)
  10. ଜାତକ (Jātaka)
  11. ନିଦ୍ଦେସ (Niddesa)
  12. ପଟିସମ୍ଭିଦାମଗ୍ଗ (Paṭisambhidāmagga)
  13. ଆପଦାନ (Apadāna)
  14. ବୁଦ୍ଧବଂସ (Buddhavaṃsa)
  15. ଚରିୟାପିଟକ (Cariyāpiṭaka)
  16. ନେତ୍ତିପକରଣ (Nettipakarana) ବା ନେତ୍ତି (Netti)
  17. ପେତକୋପଦେଶ (Petakopadesa)
  18. ମିଲିନ୍ଦ ପଞ୍ହା (Milinda Pañha)

ମହତ୍ତ୍ଵ

[ସମ୍ପାଦନା]

ପ୍ରତ୍ୟେକ ସୁତ୍ତର ଗୋଟିଏ ଭୂମିକା ଅଛି, ଯାହା ଐତିହାସିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ସୁତ୍ତ ଗଦ୍ୟରେ, କିଛି ପଦ୍ୟରେ ଓ କିଛି ଗଦ୍ୟ-ପଦ୍ୟ ମିଶ୍ରିତ ଅଛି । ଏକ ଉପଦେଶ ଅନେକ ସୁତ୍ତରେ ମିଳେ — କେଉଁଠି ସଂକ୍ଷେପରେ, କେଉଁଠି ବିସ୍ତାରରେ । ସେଥିରେ ପୁନରୁକ୍ତି ଅଧିକ ଅଛି । କିଛି ସୁତ୍ତ ପ୍ରଶ୍ନୋତ୍ତର ରୂପରେ ଅଛି । କେତେକ ଜଗାରେ ଆଖ୍ୟାନ ଓ ଐତିହାସିକ ଘଟଣାମାନେ ମଧ୍ୟ ମିଳେ ।

ସୁତ୍ତପିଟକ ବୁଦ୍ଧଙ୍କ ଜୀବନ, ଧର୍ମ, ଦାର୍ଶନିକତା ଓ ଐତିହାସିକ ଦୃଷ୍ଟିରୁ ତିପିଟକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ବୋଧିଗୟାର ବୋଧିବୃକ୍ଷ ତଳେ ବୁଦ୍ଧତ୍ୱ ପ୍ରାପ୍ତି ଠାରୁ କୁଶିନଗରର ମହାପରିନିର୍ବାଣ ପର୍ଯ୍ୟନ୍ତ ୪୫ ବର୍ଷ ଯାହା ବୁଦ୍ଧ ଜନସେବା କରିଥିଲେ, ତାହାର ବିବରଣୀ ସୁତ୍ତପିଟକରେ ମିଳେ । ତାଙ୍କ ଜୀବନର ଐତିହାସିକ ଘଟଣାମାନଙ୍କ ସହିତ ସେମାନଙ୍କ ମହାନ ଶିଷ୍ୟମାନଙ୍କ ଜୀବନ ଚିତ୍ରଣ ମଧ୍ୟ ଏଠି ଅଛି । ସୁତ୍ତପିଟକର ମୁଖ୍ୟ ମହତ୍ତ୍ୱ ହେଉଛି ବୁଦ୍ଧଙ୍କ ଉପଦିଷ୍ଟ ଶୀଳ, ସମାଧି ଓ ପ୍ରଜ୍ଞା ରୂପୀ ତିନି ଶିକ୍ଷା ।

ସୁତ୍ତମାନଙ୍କର ମୁଖ୍ୟ ବିଷୟ ହେଉଛି ତଥାଗତଙ୍କ ଧର୍ମ ଓ ଦାର୍ଶନିକତା । କିନ୍ତୁ ତା ସହ ଅନ୍ୟ ଶ୍ରମଣ ଓ ବ୍ରାହ୍ମଣ ପରମ୍ପରାମାନଙ୍କ ମତ ମଧ୍ୟ ଆଲୋଚିତ ହୋଇଛି, ଯେମିତି — ଆଜୀବକ, ନିଗଣ୍ଠ, ପରିବ୍ରାଜକ ଇତ୍ୟାଦି ।

ସେ ସମୟରେ ଭାରତ ମଗଧ, କୋଶଳ ଇତ୍ୟାଦି ରାଜ୍ୟରେ ବିଭକ୍ତ ଥିଲା । କେଉଁଠି ରାଜସତାତ୍ମକ ଶାସନ, କେଉଁଠି ଗଣତନ୍ତ୍ରାତ୍ମକ ରାଜ୍ୟ ଥିଲା । ସେମାନଙ୍କର ପରସ୍ପର ସମ୍ପର୍କ, ପ୍ରଶାସନ, ସାଧାରଣ ଜନଜୀବନ, ଖାଦ୍ୟ, ବସ୍ତ୍ର, ଶିକ୍ଷା, କଳା, ବିଜ୍ଞାନ, ଖେଳ, ମନୋରଞ୍ଜନ ଇତ୍ୟାଦିର ବିବରଣ ମିଳେ । ଗ୍ରାମ, ନଗର, ଜନପଦ, ନଦୀ, ପର୍ବତ, ବନ, ଋତୁ ଆଦି ଭୌଗୋଳିକ ବିବରଣ ମଧ୍ୟ ବହୁତ ଅଛି । ଏହିପରି, ସୁତ୍ତପିଟକର ମହତ୍ତ୍ୱ ମାତ୍ର ଧର୍ମ ଓ ଦାର୍ଶନିକତା ମଧ୍ୟରେ ସିମୀତ ନୁହେଁ, ବୁଦ୍ଧକାଳୀନ ଭାରତର ରାଜନୈତିକ, ସାମାଜିକ ଓ ଭୌଗୋଳିକ ଚିତ୍ର ମଧ୍ୟ ଏଥିରେ ମିଳେ । ବିଦ୍ୱାନମାନେ ଏଥିରେ ଆଧାର କରି ଅନେକ ଗବେଷଣା ଓ ନିବନ୍ଧ ଲେଖିଛନ୍ତି ।

  1. Dahiya, Poonam Dalal (2017-09-15). ANCIENT AND MEDIEVAL INDIA EBOOK (in ଇଂରାଜୀ). MGH. ISBN 978-93-5260-673-3.
  2. Hirakawa, History of Indian Buddhism, volume 1, 1974, English translation University of Hawai'i Press, pages 69f
  3. "Digha Nikaya: The Long Discourses". www.accesstoinsight.org. Retrieved 2025-10-17.
  4. A version of the Pali original is available in Gotama, Buddha (2012). Majjhima Nikaya: The Middle Length Discourses of the Buddha. CreateSpace Independent Publishing Platform. ISBN 978-1478369622.