ସୁସ୍ମିତା ବାଉରି
ଦେଖଣା
ସୁସ୍ମିତା ବାଉରି | |
|---|---|
| ସାଂସଦ: ୧୪ଶ, ୧୫ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୦୪-୨୦୧୪ | |
| ପୂର୍ବ ଅଧିକାରୀ | ସନ୍ଧ୍ୟା ବାଉରି |
| ପର ଅଧିକାରୀ | ସୌମିତ୍ରା ଖାନ |
| ନିର୍ବାଚନ ମଣ୍ଡଳୀ | ବିଷ୍ଣୁପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୫ ଜାନୁଆରୀ ୧୯୭୫ ଖଟରା, ବାଙ୍କୁର ଜିଲ୍ଲା |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
| ଜୀବନ ସାଥୀ | ଗୁରୁଚରଣ ଭଟ୍ଟାଚାର୍ଯ୍ୟ |
| ଘର | ବାଙ୍କୁର |
| ପେଷା | ଓକିଲ |
ସୁସ୍ମିତା ବାଉରି (ଜନ୍ମ: ୫ ଜାନୁଆରୀ ୧୯୭୫) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ ପଶ୍ଚିମ ବଙ୍ଗ ରାଜନୀତିରେ ସକ୍ରିୟ ଥିଲେ । ସେ ପଶ୍ଚିମ ବଙ୍ଗର ବିଷ୍ଣୁପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨୦୦୪ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଯଥାକ୍ରମେ ୧୪ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସେ ୧୯୭୫ ମସିହାର ଜାନୁଆରୀ ୫ ତାରିଖରେ ପଶ୍ଚିମ ବଙ୍ଗର ବାଙ୍କୁରା ଜିଲ୍ଲାର ଖଟରାଠାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ହାଜରା ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍.ବି କରିଥିଲେ ।[୨] ତାଙ୍କ ମାଆ ସନ୍ଧ୍ୟା ବାଉରି ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ୩ ଥର ଜଣେ ସାଂସଦ ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Susmita Bauri -Political Profile". Archived from the original on 21 ଅକ୍ଟୋବର 2010.
- ↑ "Detailed Profile: Smt. Susmita Bauri". Government of India. Retrieved 2010-10-17.
- ↑ "CPM goes for kill with axe on losers". The Telegraph, 7 February 2004. Archived from the original on 28 April 2004. Retrieved 2010-10-17.