ସୁଶୀଳା ନାୟ୍ୟର
ସୁଶୀଳା ନାୟ୍ୟର | |
---|---|
![]() ୧୯୪୭ ମସିହାରେ ସୁଶୀଳା ନାୟ୍ୟର | |
ଜନ୍ମ | 26 December 1914 Kunjah, British India |
ମୃତ୍ୟୁ | 3 January 2001 |
ଶିକ୍ଷାନୁଷ୍ଠାନ | Lady Hardinge Medical College, Johns Hopkins School of Public Health |
ବୃତ୍ତି(ସମୂହ) | physician, politician and lifelong follower of Mahatma Gandhi |
ସମ୍ପର୍କୀୟ | Pyarelal Nayyar (brother) |
ସୁଶୀଳା ନାୟ୍ୟର, ଯାହାଙ୍କୁ 'ନୟର' ଭାବେ ମଧ୍ୟ ଲେଖାଯାଏ (୨୬ ଡିସେମ୍ବର ୧୯୧୪ – ୩ ଜାନୁଆରୀ ୨୦୦୧), ଜଣେ ଭାରତୀୟ ଚିକିତ୍ସକ, ମହାତ୍ମା ଗାନ୍ଧୀଙ୍କର ଅନୁଗାମୀ ଏବଂ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ଥିଲେ। ସେ ଭାରତରେ ସାର୍ବଜନୀନ ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ସାମାଜିକ ଓ ଗ୍ରାମୀଣ ପୁନର୍ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଗାନ୍ଧୀଙ୍କର ବ୍ୟକ୍ତିଗତ ଚିକିତ୍ସକ ହୋଇଥିଲେ। ତାଙ୍କର ଭାଇ ପ୍ୟାରେଲାଲ ନାୟ୍ୟର ଥିଲେ ଗାନ୍ଧୀଙ୍କର ବ୍ୟକ୍ତିଗତ ସଚିବ। ସ୍ୱାଧୀନତା ପରବର୍ତ୍ତୀ ଭାରତରେ ସେ ରାଜନୈତିକ ନିର୍ବାଚନରେ ପ୍ରତିଯୋଗିତା କରିଥିଲେ ଏବଂ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ଜୀବନି
[ସମ୍ପାଦନା]ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସେ ୨୬ ଡିସେମ୍ବର ୧୯୧୪ ରେ ପଞ୍ଜାବ (ବର୍ତ୍ତମାନ ପାକିସ୍ତାନରେ)ର ଗୁଜରାଟ ଜିଲ୍ଲାର କୁଞ୍ଜାହ ନାମକ ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ଭାଇ ମାଧ୍ୟମରେ ଗାନ୍ଧୀବାଦୀ ନୀତି ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଛୋଟବେଳେ ଲାହୋରରେ ଗାନ୍ଧୀଙ୍କ ସହିତ ସାକ୍ଷାତ କରିଥିଲେ । ସେ ଡିଲ୍ଲୀ ଆସି ଲେଡି ହାର୍ଡିଙ୍ଗ ମେଡିକାଲ କଲେଜରେ ଚିକିତ୍ସା ଅଧ୍ୟୟନ କରିଥିଲେ ଏବଂ ଏଠାରୁ MBBS ଓ MD ଡିଗ୍ରୀ ହାସଲ କରିଥିଲେ ।
ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧୀଙ୍କ ସହଯୋଗୀ
[ସମ୍ପାଦନା]୧୯୩୯ ମସିହାରେ ସେ ତାଙ୍କର ଭାଇଙ୍କ ସହ ଯୋଗଦେବା ପାଇଁ ସେବାଗ୍ରାମକୁ ଗଲେ ଏବଂ ଶୀଘ୍ର ଗାନ୍ଧୀଙ୍କ ନିକଟତମ ସହଯୋଗୀ ବନିଗଲେ । ତାଙ୍କ ଆଗମନ ପରେ ଅତିଶୀଘ୍ର କଲେରା ରୋଗ ଓଡ଼ିଶାରେ ବ୍ୟାପିଲା ଏବଂ ସେ ଏହାକୁ ପ୍ରାୟ ଏକା ଏକା ପ୍ରତିରୋଧ କଲେ । ଗାନ୍ଧୀ ତାଙ୍କର ଦୃଢତା ଓ ସେବା ଭାବକୁ ପ୍ରଶଂସା କଲେ ଏବଂ B.C. ରାୟଙ୍କ ପରାମର୍ଶ କ୍ରମେ ତାଙ୍କୁ ନିଜର ବ୍ୟକ୍ତିଗତ ଚିକିତ୍ସକ ଭାବରେ ନିଯୁକ୍ତ କଲେ । ୧୯୪୨ରେ ସେ ପୁନର୍ବାର ଗାନ୍ଧୀଙ୍କ ପାଖକୁ ଫେରିଲେ ଏବଂ ସାରା ଦେଶରେ ଚାଲିଥିବା ଭାରତ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ କଲେ । ସେଠି ସେ ଅନ୍ୟାନ୍ୟ ପ୍ରମୁଖ ଗାନ୍ଧୀବାଦୀଙ୍କ ସହିତ ପୁନେର ଆଗାଖାଁ ପ୍ୟାଲେସରେ କାରାବାସ ଭୋଗିଲେ । ୧୯୪୪ରେ ସେ ସେବାଗ୍ରାମରେ ଏକ ଛୋଟ ଡିସପେନ୍ସାରୀ ଖୋଲିଲେ, କିନ୍ତୁ ଏହା ଅତିଶୀଘ୍ର ବଡ଼ ହୋଇଗଲା ଏବଂ ସେବାଗ୍ରାମ ଆଶ୍ରମର ଶାନ୍ତିରେ ବାଧା ପହଞ୍ଚାଇଲା, ଏହି କାରଣରୁ ସେ ଏହାକୁ ବିର୍ଲାଙ୍କ ଦାନ କରାଯାଇଥିବା ଗେଷ୍ଟହାଉସକୁ, ଓଡ଼ିଶାରେ ସ୍ଥାନାନ୍ତର କଲେ । ୧୯୪୫ରେ ଏହି ଛୋଟ କ୍ଲିନିକ କସ୍ତୁରବା ହସ୍ପିଟାଲ (ବର୍ତ୍ତମାନ ମହାତ୍ମା ଗାନ୍ଧୀ ଚିକିତ୍ସା ବିଜ୍ଞାନ ସଂସ୍ଥା) ଭାବରେ ଔପଚାରିକ ରୂପ ନେଲା । ଏହି ସମୟ ବହୁତ ଚିନ୍ତାଜନକ ଥିଲା; ଗାନ୍ଧୀଙ୍କ ଜୀବନ ଉପରେ ଅନେକ ଆକ୍ରମଣ ଚେଷ୍ଟା ହୋଇଥିଲା, ଯେଉଁଥିରେ ନାଥୁରାମ ଗୋଡସେ ମଧ୍ୟ ଥିଲେ, ଯିଏ ଶେଷରେ ଗାନ୍ଧୀଙ୍କୁ ହତ୍ୟା କଲେ । ସୁଶୀଲା ନାୟ୍ୟର ଏହି ଆକ୍ରମଣଗୁଡିକ ବିଷୟରେ କିଛି ଥର ସାକ୍ଷ୍ୟ ଦେଇଥିଲେ। ୧୯୪୮ରେ ସେ କପୁର କମିଶନ ସମ୍ମୁଖୀନ ହେଇଥିଲେ, ଯେଉଁଠାରେ ୧୯୪୪ରେ ପଞ୍ଚଗଣୀ ଘଟଣା ବିଷୟରେ ସାକ୍ଷ୍ୟ ଦେଲେ, ଯେଉଁଠି ଗୋଡସେ କଥିତ ଭାବରେ ଗାନ୍ଧୀଙ୍କୁ ଛୁରା ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।
ଆଧାର
[ସମ୍ପାଦନା]- ↑ Greer, Spencer; Health, JH Bloomberg School of Public. "Sushila Nayar". Johns Hopkins Bloomberg School of Public Health (in ଇଂରାଜୀ). Retrieved 2019-03-30.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |