Jump to content

ସୁଲକ୍ଷଣା ପଣ୍ଡିତ

ଉଇକିପିଡ଼ିଆ‌ରୁ
ସୁଲକ୍ଷଣା ପଣ୍ଡିତ
Also known asSulakshna
ଜନ୍ମ(1954-07-12)୧୨ ଜୁଲାଇ ୧୯୫୪
Raigarh, Madhya Pradesh, India (present—day Chhattisgarh, India)
ମୃତ୍ୟୁ୬ ନଭେମ୍ବର ୨୦୨୫(2025-11-06) (ବୟସ ୭୧)
Mumbai, Maharashtra, India
ଶୈଳୀPlayback singing
ପେଷା
  • Singer
  • actress
କାର୍ଯ୍ୟକାଳ1967–1996

ସୁଲକ୍ଷଣା ପଣ୍ଡିତ (୧୨ ଜୁଲାଇ ୧୯୫୪ – ୬ ନଭେମ୍ବର ୨୦୨୫) ଜଣେ ଭାରତୀୟ ପ୍ରଛଦପଟ୍ଟ ଗାୟିକା ଓ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ, ଯିଏ ୧୯୭୦ ଓ ୧୯୮୦ ଦଶକରେ ପ୍ରଧାନତଃ ହିନ୍ଦୀ ସିନେମାରେ କାମ କରିଥିଲେ।[୧] ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ପ୍ରମୁଖ ପାରମ୍ପରିକ ପଠଶାଳା ମେୱାତୀ ଘରାନା ସହ ସମ୍ପୃକ୍ତ ଥିଲେ। ସୁଲକ୍ଷଣା ସଙ୍ଗୀତ ନିର୍ଦ୍ଦେଶକ ଯୁଗଳ ଜତିନ–ଲଲିତଙ୍କ ଜ୍ୟେଷ୍ଠ ଭଉଣୀ ଏବଂ ପୂର୍ବତନ ଅଭିନେତ୍ରୀ ବିଜୟତା ପଣ୍ଡିତଙ୍କ ଭଉଣୀ ଥିଲେ।[୨]

ପେଶାଜୀବନ

[ସମ୍ପାଦନା]

ସୁଲକ୍ଷଣାଙ୍କ ଅଭିନୟଜୀବନ ୧୯୭୦ ଦଶକ ଓ ୧୯୮୦ ଦଶକର ଆରମ୍ଭ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ଜଣେ ମୁଖ୍ୟ ନାୟିକା ଭାବେ ସେ ସେହି ସମୟର ଅନେକ ପ୍ରସିଦ୍ଧ ଅଭିନେତାଙ୍କ ସହ କାମ କରିଥିଲେ। ତାଙ୍କ ଅଭିନୟ ଯାତ୍ରା ୧୯୭୫ ମସିହାର ସସ୍ପେନ୍ସ ଥ୍ରିଲର ଚଳଚ୍ଚିତ୍ର ଉଲ୍ଝନ ଦ୍ୱାରା ଆରମ୍ଭ ହୋଇଥିଲା।

୧୯୭୬ ମସିହାରେ ଉପନ୍ୟାସ ପରିଣୀତା ଉପରେ ଆଧାରିତ ସଙ୍କୋଚ ଚଳଚ୍ଚିତ୍ରରେ ସେ ଲୋଲିତା ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅନ୍ୟାନ୍ୟ ଲୋକପ୍ରିୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ହେରା ଫେରି, ଅପନାପନ, ଖାନଦାନ, ଚେହେରେ ପେ ଚେହେରା, ଧରମ କାଣ୍ଟା ଏବଂ ୱକ୍ତ କି ଦିୱାର ଉଲ୍ଲେଖନୀୟ।

ସେ ୧୯୭୮ ମସିହାରେ ନିର୍ମିତ ବଙ୍ଗାଳୀ ଚଳଚ୍ଚିତ୍ର ବାନ୍ଦିଏ ରେ ମଧ୍ୟ ଅଭିନୟ କରିଥିଲେ, ଯେଉଁଥିରେ ସେ ଜଣେ ପ୍ରମୁଖ ନାୟକଙ୍କ ସହ ଜୋଡି ହୋଇ ଦେଖାଯାଇଥିଲେ ।

ବ୍ୟକ୍ତିଗତ ଜୀବନ ଓ ଦେହାବସାନ

[ସମ୍ପାଦନା]

ସୁଲକ୍ଷଣା ପଣ୍ଡିତ ହରିୟାଣାର ହିସାର (ବର୍ତ୍ତମାନ ଫତେହାବାଦ) ଜିଲ୍ଲାର ପିଲିମାଣ୍ଡୋରି ଗାଁରୁ ଉତ୍ପତ୍ତି ହୋଇଥିବା ଏକ ସଙ୍ଗୀତମୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜ ତାଙ୍କ ମାମା ଥିଲେ। ପୂର୍ବତନ ରାଜଗଡ଼ ସାଂସଦ ଓ ଜନ ସଂଘ ନେତା ବସନ୍ତ କୁମାର ପଣ୍ଡିତ ମଧ୍ୟ ତାଙ୍କ ମାମା ଥିଲେ। ସେ ମାତ୍ର ନଅ ବର୍ଷ ବୟସରେ ଗାୟନ ଆରମ୍ଭ କରିଥିଲେ।

ତାଙ୍କ ଜ୍ୟେଷ୍ଠ ଭାଇ ମନ୍ଧୀର ପଣ୍ଡିତ (ଯିଏ ୧୯୮୦ ଦଶକରେ ଜତିନ ପଣ୍ଡିତଙ୍କ ସହ ମିଶି “ମନ୍ଧୀର–ଜତିନ” ଯୁଗଳ ଭାବେ ସଙ୍ଗୀତ ନିର୍ମାତା ଥିଲେ) ମୁମ୍ବାଇରେ ତାଙ୍କ ସଦା ସହଯାତ୍ରୀ ଥିଲେ। ସେମାନେ ଅନେକ ଚଳନ୍ତି(ସାକ୍ଷାତ) ସଙ୍ଗୀତାନୁଷ୍ଠାନରେ ମଞ୍ଚରେ ଗାୟନ ଓ ପ୍ରଦର୍ଶନ କରୁଥିଲେ। ଏହିପରି ସଜିବ କାର୍ୟକ୍ରମ ମାଧ୍ୟମରେ ସୁଲକ୍ଷଣା ଜଣେ ପ୍ରମୁଖ ପ୍ଲେବ୍ୟାକ୍ ଗାୟିକା ଭାବେ ପରିଚିତ ହୋଇଥିଲେ।

ତାଙ୍କର ତିନିଜଣ ଭାଇ — ମନ୍ଧୀର, ଜତିନ ଓ ଲଲିତ ପଣ୍ଡିତ — ଏବଂ ତିନିଜଣ ଭଉଣୀ — ମାୟା ଆଣ୍ଡରସନ, ସନ୍ଧ୍ୟା ସିଂହ ଓ ବିଜୟତା ପଣ୍ଡିତ — ଥିଲେ। ତାଙ୍କ ପିତା ପ୍ରତାପ ନାରାୟଣ ପଣ୍ଡିତ ଜଣେ ପ୍ରତିଭାଶାଳୀ ଶାସ୍ତ୍ରୀୟ ଗାୟକ ଥିଲେ।

ପଣ୍ଡିତଙ୍କ ଭାଞ୍ଜା ଯଶ ପଣ୍ଡିତ ଜଣେ ଭାରତୀୟ ଟେଲିଭିଜନ ଅଭିନେତା। ତାଙ୍କ ଭାଞ୍ଜି ଶ୍ରଦ୍ଧା ପଣ୍ଡିତ ଓ ଶ୍ୱେତା ପଣ୍ଡିତ ପ୍ଲେବ୍ୟାକ୍ ଗାୟିକା ଭାବେ ପରିଚିତ। ତାଙ୍କ ଜଣେ ଆତ୍ମୀୟ ହେମଲତା ମଧ୍ୟ ପ୍ଲେବ୍ୟାକ୍ ଗାୟିକା ଥିଲେ। ୭୧ ବର୍ଷ ବୟସରେ ହୃଦକ୍ରିୟା ବନ୍ଦ ଜନିତ ରୋଗରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା ।[୩]

  1. ↑ www.imdb.com https://www.imdb.com/name/nm0659264/. Retrieved 2026-03-13. {{cite web}}: Missing or empty |title= (help)
  2. ↑ "Star couples search for love". Hindustan Times (in ଇଂରାଜୀ). 2006-01-31. Retrieved 2026-03-13.
  3. ↑ Biswas, Sneha (2025-11-07). "Sulakshana Pandit cause of death: What we know as veteran singer-actor passes away at 71". mint (in ଇଂରାଜୀ). Retrieved 2026-03-13.