ସୁର୍ଯ୍ୟ କାନ୍ତ (ବିଚାରପତି)
ସୁର୍ଯ୍ୟ କାନ୍ତ | |
|---|---|
| 53rd[୧] Chief Justice of India | |
| Assumed office 24 November 2025 | |
| Appointed by | ଦ୍ରୌପଦୀ ମୁର୍ମୁ |
| ପୂର୍ବ ଅଧିକାରୀ | B. R. Gavai |
| Judge of Supreme Court of India | |
| କାର୍ଯ୍ୟକାଳ 24 May 2019 – 23 November 2025 | |
| Nominated by | Ranjan Gogoi |
| Appointed by | ରାମନାଥ କୋବିନ୍ଦ |
| 23rd Chief Justice of Himachal Pradesh High Court | |
| କାର୍ଯ୍ୟକାଳ 5 October 2018 – 23 May 2019 | |
| Nominated by | ଦୀପକ ମିଶ୍ର (ବିଚାରପତି) |
| Appointed by | ରାମନାଥ କୋବିନ୍ଦ |
| ପୂର୍ବ ଅଧିକାରୀ |
|
| ପର ଅଧିକାରୀ | V. Ramasubramanian |
| Judge of Punjab and Haryana High Court | |
| କାର୍ଯ୍ୟକାଳ 9 January 2004 – 4 October 2018 | |
| Nominated by | V. N. Khare |
| Appointed by | ଏ. ପି. ଜେ. ଅବଦୁଲ କଲାମ |
| Advocate General for Haryana | |
| କାର୍ଯ୍ୟକାଳ 7 July 2000 – 8 January 2004 | |
| Appointed by | Babu Parmanand |
| Chief Minister | |
| ପୂର୍ବ ଅଧିକାରୀ | Manmohan Lal Sarin |
| ପର ଅଧିକାରୀ | Ashok Aggarwal |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୦ ଫେବୃଆରୀ ୧୯୬୨ Petwar, Hisar, Haryana |
| ବାପା/ବୋଉ | Madan Gopal Sharma (Father) |
| ଶିକ୍ଷାନୁଷ୍ଠାନ | Govt. Post Graduate College, Hisar, (BA) Maharishi Dayanand University, Rohtak, (LLB), Kurukshetra University, Kurukshetra, (LLM) |
ସୁର୍ଯ୍ୟ କାନ୍ତ (ଜନ୍ମ ୧୦ ଫେବୃଆରୀ ୧୯୬୨) ଜଣେ ଭାରତୀୟ ବିଚାରପତି ଯିଏ ୨୪ ନଭେମ୍ବର ୨୦୨୫ରୁ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।[୨][୩][୪] ବିଚାରପତି ହିସାବରେ ନିୟୁକ୍ତି ପୁର୍ବରୁ, କାନ୍ତ ଜଣେ ବରିଷ୍ଠ ଓକିଲ ଥିଲେ ଏବଂ ହରିୟାଣାର ଆଡ଼୍ଭୋକେଟ୍ ଜେନେରାଲ୍ ଭାବେ ମଧ୍ୟ କାମ କରିଥିଲେ । ସେ ରାଞ୍ଚୀ ସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍ ଲ’ର ଭିଜିଟର୍ ମଧ୍ୟ ଅଟନ୍ତି ।[୫] ଏତଦ୍ବ୍ୟତୀତ, ସେ ନ୍ୟାସନାଲ୍ ଲିଗାଲ୍ ସର୍ଭିସେସ୍ ଅଥରିଟିର ଏକ୍ସ-ଅଫିସିଓ ପ୍ୟାଟ୍ରନ୍-ଇନ୍-ଚିଫ୍ ମଧ୍ୟ ଅଟନ୍ତି ।[୬]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]କାନ୍ତଙ୍କ ଜନ୍ମ ୧୯୬୨ ମସିହାରେ ହରିୟାଣାର ହିସାର ଜିଲ୍ଲାର ପେଟୱାର୍ ଗାଁରେ ଏକ ମଧ୍ୟମବର୍ଗୀୟ ପରିବାରରେ ହୋଇଥିଲା ।[୭][୮] ତାଙ୍କ ପିତା ମଦନ୍ ଗୋପାଳ ଶର୍ମା ଜଣେ ସଂସ୍କୃତ ଶିକ୍ଷକ ଥିଲେ । ସେ ୧୯୮୧ରେ ହିସାର ସରକାରୀ ପୋଷ୍ଟ-ଗ୍ରାଜୁଏଟ୍ କଲେଜ୍ରୁ ଭୂଗୋଳରେ ସ୍ନାତକ (ବି.ଏ.) ହେବା ପରେ ୧୯୮୪ରେ ରୋହତକ ସ୍ଥିତ ମହାର୍ଷି ଦୟାନନ୍ଦ ୟୁନିଭର୍ସିଟିରୁ ଏଲ୍ଏଲ୍ବି ସମ୍ପନ୍ନ କରିଥିଲେ । ସେ ୨୦୧୧ରେ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଏମ୍.ଏଲ୍.ଏଲ୍.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ ।[୯][୧୦]
ଜୀବନୀ
[ସମ୍ପାଦନା]କାନ୍ତ ହରିୟାଣାର ସବୁଠାରୁ କମ୍ ବୟସର ଆଡ୍ଭୋକେଟ୍ ଜେନେରାଲ୍ ଥିଲେ । ସେ ୦୯ ଜାନୁଆରୀ ୨୦୦୪ରେ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ । ୨୩ ଫେବୃଆରୀ ୨୦୦୭ରେ ସେ କ୍ରମାନ୍ଵୟରେ ଦୁଇଥର ପାଇଁ ନ୍ୟାସନାଲ୍ ଲିଗାଲ୍ ସର୍ଭିସେସ୍ ଅଥରିଟିର ସଦସ୍ୟ ଭାବେ ନିୟୋଜିତ ହେଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଆୟୋଜନ ଓ ସଂଚାଳନ କରିଥିଲେ । ୫ ଅକ୍ଟୋବର ୨୦୧୮ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ।[୧୧][୧୨] ୯ ମେ ୨୦୧୯ରେ, ଚୀଫ୍ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିଆମ୍ ସେମାନଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ଉନ୍ନତି ପାଇଁ ସୁପାରିଶ କଲା । ୨୪ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଏବଂ ୨୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ସେହି ପଦବୀରେ ରହିଥିଲେ ।
୨୪ ନଭେମ୍ବର ୨୦୨୫ରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ଅନୁଷ୍ଠାନରେ ଭାରତର 53ତମ ମୁଖ୍ୟ ବିଚାରପତି (CJI) ଭାବେ ଶପଥ ନେଲେ।[୧୩][୧୪][୧୫]
ଗୁରୁତ୍ୱପୂର୍ଣ୍ଣ ମାମଲାରେ ଅବଦାନ
[ସମ୍ପାଦନା]କାନ୍ତଙ୍କ ମାନବ ଅଧିକାର, ଲିଙ୍ଗ ନ୍ୟାୟ, ଶିକ୍ଷା ଏବଂ କାରାଗାର ସୁଧାର ସମ୍ବନ୍ଧୀୟ ଅନେକ ରାୟ ରହିଛି । ପଞ୍ଜାବ-ହରିୟାଣା ହାଇକୋର୍ଟରେ ସେ ପ୍ରସିଦ୍ଧ ଜସବୀର ସିଂହ ଏବଂ ଅନ୍ୟମାନେ ବନାମ ପଞ୍ଜବ ରାଜ୍ୟ ସରକାର ରାୟ ଦେଇଥିଲେ, ଯେଉଁଥିରେ ସେ ପଞ୍ଜାବ ସରକାରକୁ କାରାଗାର ସୁଧାର କମିଟି ଗଠନ କରି ବନ୍ଦୀମାନଙ୍କ ପାଇଁ ‘ସଂସାର ଓ ପରିବାର’ ସାକ୍ଷାତ ସୁବିଧାର ଯୋଜନା ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।[୧୬]
ଇଣ୍ଡିଆ’ସ୍ ଗଟ୍ ଲେଟେଣ୍ଟ ମାମଲାରେ ତାଙ୍କ ଅବଦାନ ବିଶେଷ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ମାମଲାରେ କମେଡିଆନ୍ ରଣବୀର ଆଲ୍ଲାହାବାଦିଆ ଦ୍ୱାରା ଏକ ବିବାଦସ୍ପଦ ପ୍ରଶ୍ନ ପଚାରାଯାଇଥିଲା: "ଆପଣ ଜୀବନ ସାରା ପ୍ରତିଦିନ ଆପଣଙ୍କ ମାତା-ପିତାଙ୍କୁ ସହବାସ କରୁଥିବା ଦେଖିବାକୁ ଚାହିବେ କି, କିମ୍ବା ଏକଥର ଯୋଗ ଦେଇ ସେହି ଦୃଶ୍ୟକୁ ସର୍ବଦା ପାଇଁ ବନ୍ଦ କରିଦେବେ?" ଏହି ଟିପ୍ପଣୀ ଭାରତରେ ବ୍ୟାପକ ବିବାଦ ସୃଷ୍ଟି କଲା ଏବଂ ଶେଷରେ ସୁପ୍ରିମ କୋର୍ଟରେ ପହଞ୍ଚିଲା । କାନ୍ତ, ଏହି ମାମଲା ଶୁଣାଣି କରୁଥିବାବେଳେ, ଆଲ୍ଲାହାବାଦିଆଙ୍କ ଟିପ୍ପଣୀ ପ୍ରତି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହି ସୁଣାଣି ସମୟରେ ସେ କହିଥିଲେ ଯେ “ଯୁବ ପିଢ଼ୀ ଯେଉଁମାନେ ଭାବୁଛନ୍ତି ଯେ ଆମେ ପୁରୁଣା — ସେମାନଙ୍କ ସହିତ ମୁଁ କେମିତି 'ଡିଲ୍' କରିବାକୁ ହୁଏ, ଜାଣେ ।” ସେ ଏହାମଧ୍ୟ କହିଥିଲେ ଯେ କୌଣସି ଥାଳିରେ ଦେଶର ମୌଳିକ ଅଧିକାର ସଜାଯାଇଥିବା ଏପରି ଭାବିବା ଉଚିତ ନୁହେଁ, ଏହା ଉପଭୋଗ କରିବାକୁ ନାଗରିକମାନେ ନିଜ ‘କର୍ତ୍ତବ୍ୟ’ ପୂରଣ କରିବା ଆବଶ୍ୟକ।"
ସୁପ୍ରିମକୋର୍ଟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାୟଗୁଡିକରେ ତାଙ୍କ ଅଂଶଦାନ
- ଭାରତର ସମ୍ବିଧାନର ଅନୁଚ୍ଛେଦ ୩୭୦ ରଦ୍ଦକରଣ
- ଇଲେକ୍ଟୋରାଲ୍ ବଣ୍ଡ ଯୋଜନାକୁ ଅସଂବିଧାନିକ ଘୋଷଣା
- ପେଗାସସ୍ ସ୍ପାଇୱେୟାର୍ ମାମଲା
- ଦ୍ରୋହ ଆଇନ(sedition law)ର ସ୍ଥଗିତକରଣ
- ୧୬ତମ ରାଷ୍ଟ୍ରପତି ସଂଦର୍ଭ ପ୍ରସ୍ତାବ
- ଭାରତର ସମ୍ବିଧାନର ଅନୁଚ୍ଛେଦ ୨୧୨(୧) ରେ ବୈଧାନିକ ନିଷ୍ପତ୍ତି ଉପରେ କୌଣସି ନିଷେଧ ପ୍ରୟୋଗ କରେ ନାହିଁ"- ଏହି ନିଷ୍ପତ୍ତି ।[୧୭]
ଗୁରୁତ୍ୱପୂର୍ଣ୍ଣ ଭାଷଣ
[ସମ୍ପାଦନା]ମେ ୨୦୨୨ରେ HP National Law Universityରେ କାରାଗାର ସୁଧାର ବିଷୟରେ ଭାଷଣ ଦେବା ସମୟରେ, କାନ୍ତ କାରାବାସର ପ୍ରଭାବ ବନ୍ଦୀମାନଙ୍କ ପରିବାର ଉପରେ କିପରି ପଡ଼େ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ନ୍ୟାୟମୂର୍ତ୍ତି ଭି.ଆର୍.କୃଷ୍ଣ ଇଯର୍ ପ୍ରସ୍ତାବିତ ‘ବ୍ରେକ୍-ଅପ୍ ଏବଂ ୱିକେଣ୍ଡ୍ ପ୍ରିଜନ୍ ସିଷ୍ଟମ୍’ ର ସ୍ମୃତି ଉଲ୍ଲେଖ କରିଥିଲେ ।[୧୮]
ଆଧାର
[ସମ୍ପାଦନା]- ↑ "Justice Surya Kant sworn in as 53rd Chief Justice of India".
- ↑ "CJI Gavai recommends Justice Surya Kant as next Chief Justice of India". www.newindianexpress.com (in ଇଂରାଜୀ). 27 October 2025. Retrieved 27 October 2025.
- ↑ "Justice Surya Kant appointed as the 53rd Chief Justice of India". thehindu.com (in ଇଂରାଜୀ). 30 October 2025.
- ↑ "Justice Surya Kant sworn in as 53rd Chief Justice of India". thehindu.com (in ଇଂରାଜୀ). 24 November 2025.
- ↑ "General Council". NUSRL. Retrieved 7 January 2024.
- ↑ "Chief Justice & Judges | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-11-30.
- ↑ Arora, Vijay (24 May 2019). "Full court reference for Justice Kant". The Tribune. Archived from the original on 3 July 2022.
- ↑ Jain, Ritika (9 May 2019). "SC collegium's two new judge picks set to give India its second Dalit chief justice". ThePrint (in ଆମେରିକୀୟ ଇଂରାଜୀ). Retrieved 2 June 2020.
- ↑ "Hon'ble Mr. Justice Surya Kant, Chief Justice". hphighcourt.nic.in. Retrieved 15 December 2018.
- ↑ "Justice Surya Kant appointed Chief Justice of HP High Court". thestatesman.com. 3 October 2018. Retrieved 15 December 2018.
- ↑ "Justice Surya Kant appointed as the chief justice of Himachal HC". 4 October 2018. Retrieved 6 February 2019.
- ↑ "Justice Surya Kant appointed Chief Justice of Himachal Pradesh High Court". The Indian Express. 4 October 2018. Retrieved 6 February 2019.
- ↑ https://www.jagran.com/news/national-justice-surya-kant-taken-oath-as-53-cji-40049514.html
- ↑ https://www.hindustantimes.com/india-news/on-day-1-cji-kant-cancels-same-day-mention-practice-101764010519866.html
- ↑ https://theleaflet.in/leaflet-reports/cji-surya-kant-takes-the-mantle-as-indias-53rd-chief-justice
- ↑ "Capcha | CaseMine". www.casemine.com. Retrieved 2025-11-30.
- ↑ "Sunil Kumar Singh v. Bihar Legislative Council & Ors. (2025)". Drishti Judiciary. Retrieved 2025-11-24.
- ↑ "Justice Surya Kant recalls Justice Iyer's plan of novel prison system". Retrieved 28 May 2022.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |