ସୁରେନ୍ଦ୍ର ପ୍ରସାଦ ମହାନ୍ତି
ସୁରେନ୍ଦ୍ର ପ୍ରସାଦ ମହାନ୍ତି | |
|---|---|
| ଜନ୍ମ | ୧ ଅପ୍ରେଲ ୧୯୫୬ ବରଣ୍ଡୁଆ, ବାସୁଦେବପୁର, ଭଦ୍ରକ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ସନ୍ଥକବି ଭୀମଭୋଇଙ୍କ ଜୀବନୀ ଓ ସାରସ୍ୱତ କୃତି |
ସୁରେନ୍ଦ୍ର ପ୍ରସାଦ ମହାନ୍ତି (ଜନ୍ମ : ୧୯୫୬), ଜଣେ ଆଧ୍ୟାତ୍ମବାଦୀ ପ୍ରାବନ୍ଧିକ ଓ କବି । ନିଜର ସାହିତ୍ୟ କୃତି ନିମନ୍ତେ ସେ ବହୁ ଅନୁଷ୍ଠାନରୁ ସମ୍ମାନୀତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୁରେନ୍ଦ୍ର, ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ବରିଷ୍ଠ ଇଂରାଜୀ ଅଧ୍ୟାପକ (ଅବସରପ୍ରାପ୍ତ) ଭାବେ ସୁପରିଚିତ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ । ଅଧ୍ୟାପନାକୁ ଜୀବନର ବୃତ୍ତି ଓ ବ୍ରତ ରୂପେ ଗ୍ରହଣ କରି ନେଇଥିବା ସୁରେନ୍ଦ୍ର ଏକାଧାରରେ ଜଣେ ଆଧ୍ୟାତ୍ମବାଦୀ କବି, ତତ୍ତ୍ବଦର୍ଶୀ ଆଲୋଚକ, ଚିନ୍ତାଶୀଳ ପ୍ରାବନ୍ଧିକ, ମନନଶୀଳ ସ୍ତମ୍ବକାର ତଥା ତୁଳନାତ୍ମକ ସମାଲୋଚକ ଭାବେ ସମଗ୍ର ଓଡିଶାରେ ସୁପରିଚିତ । ବିଶେଷକରି ଓଡିଆ ଆଧ୍ୟାତ୍ମ ସାହିତ୍ୟକୁ ତାଙ୍କ ଅବଦାନ ବିପୁଳ । ବହୁ ସାଧୁସନ୍ଥଙ୍କ ଜୀବନବାଣୀ ଓ ବାଣୀଜୀବନକୁ ନେଇ ତାଙ୍କ ଲେଖନୀ ରୁଦ୍ଧିମନ୍ତ । ତାଙ୍କର ଅସଂଖ୍ୟ ଆଲେଖ୍ୟ ଓଡିଶାର ବହୁ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିଛି । ଏପର୍ଯ୍ୟନ୍ତ ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ଅର୍ଦ୍ଧଶତାଧିକ ପୁସ୍ତକ ପ୍ରକାଶିତ ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଜୀବନ ସ୍ରୋତ
- ଆତ୍ମାର ଝଙ୍କାର
- ଗାଁ ମାଟି
- ଭାବତରଙ୍ଗ
ଜୀବନୀ, ପ୍ରବନ୍ଧ ଓ ଆଲୋଚନା
[ସମ୍ପାଦନା]- ଧ୍ୟାନ ଓ ଯୋଗ
- ଦକ୍ଷିଣ ପଶ୍ଚିମ ଓଡ଼ିଶାର ଦେବଦେବୀ
- କ୍ଷୀରଚୋରା ଗୋପୀନାଥ
- ବ୍ରହ୍ମାଦ୍ରୀର ନୀଳମାଧବ
- ସନ୍ଥକବି ଭୀମଭୋଇଙ୍କ ଜୀବନୀ ଓ ସାରସ୍ୱତ କୃତି
- ତତ୍ତ୍ବବୋଧ ଓଡ଼ିଆ ଭାଗବତ
- ଅଷ୍ଟାଦଶ ଉପନିଷଦ
- ବେଦ ଓ ବୈଦିକ ତତ୍ତ୍ବ
- ଗୀତା, ଭାଗବତ ଓ ବ୍ରହ୍ମସୂତ୍ର କଥା
- ହେତୁବାଦ ଓ ଆଧ୍ୟାତ୍ମବାଦ
- ଆଧ୍ୟାତ୍ମ ଜୀବନର ଅଭୂଲା ସ୍ମୃତି
- ଓଡିଶାର ଅନ୍ୟ ଜଣେ ଭୀମଭୋଇ
- ବିଶ୍ବଗୁରୁ ବ୍ରହ୍ମ ଅବଧୂତ ବାୟାବାବା
- ଧର୍ମ ପ୍ରବର୍ତ୍ତକଙ୍କ ଜୀବନୀ ଓ ଧର୍ମ ଦର୍ଶନ
- ଆଧ୍ୟାତ୍ମିକ ସାଧନା ଓ ସିଦ୍ଧି
- ହିମାଳୟ ଆଶ୍ରିତ ସାଧୁ ସନ୍ନ୍ୟାସୀ
- ଅବଧୁତ ସନ୍ଥ କଇଁଫୁଲ ବାବା
- ସନ୍ଥ ସାଧିକା ପୂର୍ଣ୍ଣମାସୀ ଜାନୀଙ୍କ ଜୀବନୀ ଓ ପଦ୍ୟାବଳୀ
- ସନ୍ଥ ନିମାଇଁ ଚରଣ ପରମହଂସ
ଅନୁବାଦ
[ସମ୍ପାଦନା]- ଗଦୋଙ୍କ ପାଇଁ ପ୍ରତୀକ୍ଷା
ଇଂରାଜୀ
[ସମ୍ପାଦନା]- Tales of Famous Plays
- Goddess Bhadrakali
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ର କବି ଗୌରବ ସମ୍ମାନ
- ସାହିତ୍ୟ ଭାରତୀ ସମ୍ମାନ (ବାଣୀପୀଠ)
- ଆଧ୍ୟାତ୍ମିକ ସାହିତ୍ୟ ଗୌରବ ସମ୍ମାନ
- ସାହିତ୍ୟ ପ୍ରଦୀପ ସମ୍ମାନ