ସୁରୁବାଲି ଜୋର

ଉଇକିପିଡ଼ିଆ‌ରୁ

ସୁରୁବାଲି ଜୋର ଭାରତୀୟ ରାଜ୍ୟ ଓଡ଼ିଶାର ସୁବର୍ଣପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ସୁବଳୟା ଅଞ୍ଚଳରେ ପ୍ରବାହିତ ଏକ କ୍ଷୁଦ୍ର ନଦୀ ବା ଜୋର ।[୧][୨][୩][୪]ଏହା ନିକଟସ୍ଥ ପର୍ବତରୁ ବାହାରି ମହାନଦୀ ସହିତ ସୁବଳୟାଠାରେ ସମାର୍ଜିତ ହୁଏ । ତେଭାପଦର, ଆମ୍ବାସରଭତା ଅଞ୍ଚଳ ଦେଇ ପ୍ରବାହିତ ହୋଇ ମହାନଦୀର ମିଳନ ସ୍ଥଳୀରେ ଏହା ଏକ ଡେଲ୍ଟା ଅଞ୍ଚଳ ସୃଷ୍ଟି କରିବା ସହ ଏକ ଜଳାଶୟ କରିଥାଏ । ଏହି ଡେଲ୍ଟା ଅଞ୍ଚଳ ନଦୀର ପଟୁ ମାଟିଦ୍ୱାରା ଖୁବ ଉର୍ବର ଓ ଚାଷ ପାଇଁ ଅନୁକୂଳ । ଏଠାରେ ବହୁ ପରିମାଣରେ ପନିପରିବା ଉତ୍ପାଦନ ହେଇଥାଏ । 

ସୁବଳୟା ନିକଟରେ ଏକ ସେତୁ ନିର୍ମାଣ ପରେ ଏହି ଅଞ୍ଚଳ ରେଢାଖୋଲ , ସମ୍ବଲପୁର ବିରାମହାରାଜପୁର ସୋନପୁର ଆଦି ଅଞ୍ଚଳ ସହ ସଂଯୁକ୍ତ ହେଇପାରିଛି ।[୫]

ଆଧାର [ସମ୍ପାଦନା]

  1. "River Basins of Orissa". dowrorissa.gov.in. Retrieved 18 January 2015.
  2. http://orissagov.nic.in/tender/newtender/works14.pdf
  3. http://164.100.12.7/writereaddata/state_out/WCreport_2427002_WH_02_BP_0910.html[permanent dead link]
  4. http://orissa.gov.in/finance/Budget_vote_on_account/Budget-04-05/Plan/20%20WR-Plan.pdf
  5. http://orissagov.nic.in/tender/newtender/works14.pdf