ସୁରଭି ଜାଭେରୀ ବ୍ୟାସ
ସୁରଭି ଜାଭେରୀ ବ୍ୟାସ | |
---|---|
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମିଠିବାଇ କଲେଜ, ମୁମ୍ବାଇ |
ବୃତ୍ତି(ସମୂହ) | ମଡେଲ୍, ଅଭିନେତ୍ରୀ, କଳାକାର |
ବୈବାହିକ-ସାଥୀ | ଧର୍ମେଶ ବ୍ୟାସ |
ସୁରଭି ଜାଭେରୀ ବ୍ୟାସ ଜଣେ ବାହରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜ୍ନ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ଏବଂ ତାଙ୍କର ସୁରଭି ଭାବରେ ପରିଚିତା ।
୧୯୯୩ ମସିହାରେ, ସେ ମାଲାୟାଲମ କଥାଚିତ୍ର ଚେନ୍କୋଲ୍ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ କାମ କରିଥିଲେ । ତାଙ୍କର କିଛି ଜଣାଶୁଣା କୃତି ମଧ୍ୟରେ ଚେନ୍କୋଲ୍, ମନି ମନି (୧୯୯୪), ପାଲନାଟି ପୌରୁଷମ (୧୯୯୪) ଆଦି ଅନ୍ତର୍ଭୁକ୍ତ । ସେ ବର୍ତ୍ତମାନ ଜଣେ ଗୁଜରାଟୀ ଥିଏଟର କଳାକାର ଏବଂ ହିନ୍ଦୀ ଧାରାବାହିକରେ ଜଣେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ସହକାରୀ ନିର୍ଦ୍ଦେଶକ ଧର୍ମେଶ ବ୍ୟାସଙ୍କୁ ବିବାହ କରିଛନ୍ତି, ଯାହାଙ୍କ ସହିତ ସେ ଅନେକ ଗୁଜରାଟୀ ନାଟକ ଯଥା ଆରାଧନା,[୨] ରୂପିୟୋ ନାଚ ନାଚାଭେ,[୩] ତମାରା ଭାଇ ଫୁଲଟୁ ଫଟାକ[୪], ଭାଲେ ପଧରିଆ[୫] ଏବଂ ପଚି କହେତା ନାହି କେ କହୁ ନାହୋତୁରେ ମଞ୍ଚରେ ଅଭିନୟ କରିଥିଲେ ।[୬]
କଥାଚିତ୍ର ଅଭିନେତା ତଥା ପ୍ରଯୋଜକ କମଲେଶ ଓଝାଙ୍କ ଦ୍ୱାରା ପ୍ରଯୋଜିତ ପ୍ରେମନୋ ପ୍ରାଇମ ଟାଇମ୍ ନାମକ ଏକ ଗୁଜରାଟୀ ଟେଲିଭିଜନ ରିଆଲିଟି ସୋ' ପ୍ରାୟ ସେମାନଙ୍କ ବାସ୍ତବ ଜୀବନ ଯାତ୍ରା ଉପରେ ଆଧାରିତ ଥିଲା ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୮୮ | ଜଖମି ଔରତ୍ | ନୀଲୁ | ହିନ୍ଦୀ | ସ୍ୱତନ୍ତ୍ର ଭୂମିକା |
୧୯୯୩ | ଚେଙ୍କୋଲ | ଇନ୍ଦୁ | ମାଲାୟଲମ | |
୧୯୯୪ | ମନି ମନି | ସୁଧା | ତେଲୁଗୁ | |
ଆଲ୍ଲାରୋଦୁ | ସତ୍ୟ ଭାମା | |||
ବାଙ୍ଗରୁ ମୋଗୁଡୁ | ଶରନ୍ୟା | |||
ଏମ୍. ଧର୍ମରାଜୁ ଏମ୍.ଏ. | ତୁଳସୀ | |||
ନୟା ରକ୍ଷନା | ||||
ପାଲନଟି ପୌରୁଷମ | ଲକ୍ଷ୍ମୀ | |||
୧୯୯୫ | କୋଣ୍ଡାପଲ୍ଲି ରାତ୍ତାୟା | ସୀତା | ||
ସିମ୍ହା ଗର୍ଜନ | ||||
କେତୁ ଡୁପ୍ଲିକେଟ୍ | ଉଷା | |||
ଭାରତ ସିମ୍ହମ୍ | ଅତିଥି କଳାକାର | |||
ଡିଅର୍ ବ୍ରଦର୍ | ତେଲୁଗୁ | |||
୧୯୯୬ | ଶ୍ରୀମତି କଲ୍ୟାଣ | ଗୀତା | କନ୍ନଡ଼ | |
ହେଲୋ ଡାଡି | ସୁରଭି |
ଟେଲିଭିଜନ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଭାଷା | ଚେନାଲ୍ |
---|---|---|---|---|
୨୦୧୧ | ମୁକ୍ତି ବନ୍ଧନ | ଚାରୁଲତା ବିରାନୀ | ହିନ୍ଦୀ | କଲର୍ସ ଟିଭି |
୨୦୧୩ | ପୁନର୍ ବିବାହ - ଏକ୍ ନୟି ଉମିଦ୍ | ବନ୍ଦନା ଦୁବେ | ଜୀ ଟିଭି | |
ସାଥ ନିଭାନା ସାଥିୟା | ନିକ୍କି | ଷ୍ଟାର୍ ପ୍ଲସ୍ | ||
୨୦୧୪ | ପିୟା ବାସନ୍ତି ରେ | ନୀତା ମହେଶ ଶାହ | ସୋନି ପଲ୍ | |
ମେରେ ରଙ୍ଗ ମେଁ ରଙ୍ଗନେ ୱାଲି | ସୁହାସିନୀ ପାଠକ | ଲାଇଫ୍ ଓକେ | ||
୨୦୨୧ | ଇସ୍କ ମେଁ ମରଜାୱାଁ ୨ | ଉମା ରାଇସିଂହାନିଆ | କଲର୍ସ ଟିଭି |
ଆଧାର
[ସମ୍ପାଦନା]- ↑ "Surbhi Zaveri Vyas - Overview". TV Guide. Retrieved 13 May 2016.
- ↑ "Aaradhna". Retrieved 13 May 2016.
- ↑ "Rupiyo Nach Nachave - Gujatari Natak". Gujarati Show. Retrieved 13 May 2016.
- ↑ "Tamara Bhai Fulltoo Fatak - Gujatari Natak". Gujarati Show. Retrieved 13 May 2016.
- ↑ "Bhale Padharya YouTube". Shemaroo Gujarati. 21 October 2011. Retrieved 13 May 2016.
- ↑ "PACHI KAHETA NAHI KE KAHYU NAHOTU". Retrieved 13 May 2016.
- ↑ "Premno Prime Time". Retrieved 13 May 2016.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁରଭି ଜାଭେରୀ ବ୍ୟାସ