ସୁମିତ୍ରା ମହାଜନ
ସୁମିତ୍ରା ମହାଜନ | |
|---|---|
Mahajan in 2019 | |
| 16th Speaker of the Lok Sabha | |
| କାର୍ଯ୍ୟକାଳ 6 June 2014 – 17 June 2019 | |
| ରାଷ୍ଟ୍ରପତି | |
| Deputy | M. Thambidurai |
| Leader of the House | Narendra Modi |
| ପୂର୍ବ ଅଧିକାରୀ | Meira Kumar |
| ପର ଅଧିକାରୀ | Om Birla |
| Union Minister of State | |
| କାର୍ଯ୍ୟକାଳ October 1999 – May 2004 | |
| ପ୍ରଧାନ ମନ୍ତ୍ରୀ | Atal Bihari Vajpayee |
Ministry | Term |
| Petroleum and Natural Gas | 24 May 2003 - 22 May 2004 |
| Communications and Information Technology | 1 July 2002 - 24 May 2003 |
| Human Resource Development | 13 October 1999 - 1 July 2002 |
| Member of Parliament, Lok Sabha | |
| କାର୍ଯ୍ୟକାଳ 18 December 1989 – 24 May 2019 | |
| ପୂର୍ବ ଅଧିକାରୀ | Prakash Chandra Sethi |
| ପର ଅଧିକାରୀ | Shankar Lalwani |
| ନିର୍ବାଚନ ମଣ୍ଡଳୀ | Indore, Madhya Pradesh |
| Deputy Mayor of Indore Municipal Corporation | |
| କାର୍ଯ୍ୟକାଳ 1984–1985 | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | Sumitra Sathe ୧୨ ଅପ୍ରେଲ ୧୯୪୩ Chiplun, Bombay Presidency, British India (present-day Maharashtra, India) |
| ରାଜନୀତିକ ଦଳ | Bharatiya Janata Party |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | National Democratic Alliance |
| ଜୀବନ ସାଥୀ |
Jayant Mahajan (m. ୧୯୬୫) |
| ସନ୍ତାନ | 2 |
| ଘର | 68, Manishpuri, Saket Nagar |
| ଶିକ୍ଷାନୁଷ୍ଠାନ | Devi Ahilya Vishwavidyalaya |
| ପୁରସ୍କାର | Padma Bhushan (2021) |
| ଡାକ ନାମ | Tai |
Political offices
| |
ସୁମିତ୍ରା ମହାଜନ (ଜନ୍ମନାମ: ସାଠେ; ଜନ୍ମ ୧୨ ଏପ୍ରିଲ ୧୯୪୩; ହିନ୍ଦୀ ଉଚ୍ଚାରଣ: [sʊmɪt̪ɾaː məɦaːd͡ʒən̪]) ଜଣେ ଭାରତୀୟ ରାଜନୀତିଜ୍ଞା, ଯିଏ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭାରତୀୟ ସଂସଦର ନିମ୍ନ ସଦନ ଲୋକ ସଭାର ସ୍ପିକର ଭାବେ କାର୍ଯ୍ୟରତ ଥିଲେ।[୧] ସେ ଭାରତୀୟ ଜନତା ପାର୍ଟିର ସଦସ୍ୟା। ସେ ୧୯୮୯ ରୁ ୨୦୧୯ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ ଏବଂ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଂସଦ ଥିବା ମହିଳା ଭାବେ ପରିଚିତ।[୧]
ସେ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ରରେ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ମାନବ ସମ୍ପଦ ବିକାଶ, ସଂଯୋଗ ଓ ସୂଚନା ପ୍ରଯୁକ୍ତି, ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱ ଭାର ନିଏଥିଲେ।[୨] ସେ ୨୦୦୪–୨୦୦୯ ମଧ୍ୟରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସମ୍ବନ୍ଧୀୟ ସ୍ଥାୟୀ ସମିତିର ଅଧ୍ୟକ୍ଷା ଏବଂ ୨୦୦୯–୨୦୧୪ ମଧ୍ୟରେ ଗ୍ରାମୀଣ ଉନ୍ନୟନ ସମ୍ବନ୍ଧୀୟ ସ୍ଥାୟୀ ସମିତିର ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
୧୬ତମ ଲୋକ ସଭାରେ ସେ ସବୁଠାରୁ ବୟସ୍କ ଓ ଜ୍ୟେଷ୍ଠ ମହିଳା ସାଂସଦ ଥିଲେ। ସେ ମୀରା କୁମାରଙ୍କ ପରେ ଲୋକ ସଭାର ସ୍ପିକର ଭାବେ ନିର୍ବାଚିତ ହୋଇଥିବା ଦ୍ୱିତୀୟ ମହିଳା। ୨୦୨୧ ମସିହାରେ ସେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ “ପଦ୍ମ ଭୂଷଣ” ପାଇଥିଲେ।[୩]
ଶିକ୍ଷା
[ସମ୍ପାଦନା]ସୁମିତ୍ରା ମହାଜନ ମହାରାଷ୍ଟ୍ରର ଚିପଳୁଣରେ ଉଷା ଓ ପୁରୁଷୋତ୍ତମ ସାଠେଙ୍କ ଘରେ ଜଣେ ଚିତ୍ପାୱନ ବ୍ରାହ୍ମଣ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଚିପଳୁଣର ୟୁନାଇଟେଡ୍ ଇଂଲିଶ୍ ସ୍କୁଲରେ ସମ୍ପନ୍ନ ହୋଇଥିଲା। ପରେ ସେ ଇନ୍ଦୋରର ଜୟନ୍ତ ମହାଜନଙ୍କ ସହ ବିବାହ କରିବା ପରେ ଇନ୍ଦୋର ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ)ରୁ ଏମ୍.ଏ. ଓ ଏଲ୍.ଏଲ୍.ବି. ଡିଗ୍ରୀ ଅର୍ଜନ କରିଥିଲେ।
ତାଙ୍କ ରୁଚିରେ ପାଠପଢ଼ା, ସଙ୍ଗୀତ, ନାଟକ ଓ ସିନେମା ସମ୍ମିଳିତ ଥିଲା, ଏବଂ ସେ ଗାୟନ ପ୍ରତି ମଧ୍ୟ ଆଗ୍ରହୀ ଥିଲେ। ସେ ଅଠାରୋଶତାବ୍ଦୀର ରାଣୀ ଅହିଲ୍ୟାବାଇ ହୋଳକରଙ୍କୁ ତାଙ୍କ ଜୀବନର ପ୍ରେରଣାସ୍ତ୍ରୋତ ଭାବେ ମାନିଥିଲେ ଏବଂ ଅହିଲ୍ୟାବାଇ ହୋଳକରଙ୍କ ଜୀବନ ଯାତ୍ରା ଉପରେ ‘ମାତୋଶ୍ରୀ’ ନାମକ ଗ୍ରନ୍ଥ ରଚନା କରିଥିଲେ, ଯାହାକି ୨୦୧୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।
ରାଜନୈତିକ ଜୀବନ
[ସମ୍ପାଦନା]ସୁମିତ୍ରା ମହାଜନ ୧୯୮୨ ମସିହାରେ ଇନ୍ଦୋର ନଗର ନିଗମର କର୍ପୋରେଟର ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ୧୯୮୪ ମସିହାରେ ସେ ଇନ୍ଦୋର ନଗର ନିଗମର ଉପମହାପୌର ଭାବେ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଲଡ଼ିଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ। ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ମଧ୍ୟରେ “ତାଇ” ନାମରେ ପ୍ରସିଦ୍ଧ ଥିଲେ।[୪]
ଲୋକ ସଭାର ସ୍ପିକର
[ସମ୍ପାଦନା]୨୦୧୪ ମସିହା ୬ ଜୁନରେ ସୁମିତ୍ରା ମହାଜନ ୧୬ତମ ଲୋକ ସଭାର ସ୍ପିକର ଭାବେ ସମ୍ମତି ସହିତ ନିର୍ବାଚିତ ହୋଇଥିଲେ।[2] ଏହା ପୂର୍ବରୁ ସେ ଲୋକ ସଭାର ‘ପ୍ୟାନେଲ ଅଫ୍ ଚେୟାରମେନ୍’ର ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ।[୫] ୨୦୧୫ ଅଗଷ୍ଟ ମାସରେ ସଭାରେ ଅନୁଶାସନହୀନତା ଅଭିଯୋଗରେ ସେ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ପାଞ୍ଚ ଦିନ ପାଇଁ ସଭାରୁ ସସ୍ପେଣ୍ଡ କରିଥିଲେ।
ଆଧାର
[ସମ୍ପାଦନା]- 1 2 "Sumitra Mahajan elected Lok Sabha Speaker". The Times of India. 2014-06-06. ISSN 0971-8257. Retrieved 2026-03-04.
- ↑ "Lok Sabha". 164.100.47.132. Retrieved 2026-03-04.
- ↑ "Padma Awards 2021 announced". pib.gov.in. Retrieved 4 March 2026.
- ↑ "Lok Sabha". 164.100.47.132. Retrieved 2026-03-04.
- ↑ "Sumitra Mahajan elected Lok Sabha Speaker, second woman to occupy the post". IBNLive. 2014-06-06. Archived from the original on 2014-06-07. Retrieved 2026-03-04.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |