ସୁମନୀ ଝୋଡ଼ିଆ

ଉଇକିପିଡ଼ିଆ‌ରୁ
(ସୁମନୀ ଝୋଡ଼ିଅାରୁ ଲେଉଟି ଆସିଛି)
ସୁମନୀ ଝୋଡ଼ିଆ
ଜନ୍ମ
ସୁମନୀ ଝୋଡ଼ିଆ

ଶିରିଗୁଡ଼ା, ରାୟଗଡ଼ା, ଓଡ଼ିଶା, ଭାରତ
ବୃତ୍ତିସମାଜ ସେବୀ
ପୁରସ୍କାରସ୍ତ୍ରୀ ଶକ୍ତି ସମ୍ମାନ

ସୁମନୀ ଝୋଡ଼ିଆ ଜଣେ ଭାରତୀୟ ଆଦିବାସୀ ସମାଜସେବିକା । ସେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଶିରିଗୁଡ଼ାରେ ଜନ୍ମିତ ଓ ସେଠାରେ ୧୯୯୧ରୁ ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ନିମନ୍ତେ ଜଣାଶୁଣା । ସେ ୧୯୯୦ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପାଦେଷ୍ଟା ଭାବେ ନିଯୁକ୍ତ ହୋଇଥିଲେ ।[୧] ମଦ ବିରୋଧରେ ଆନ୍ଦୋଳନ ପାଇଁ ସେ ପ୍ରଗତି ମହିଳା ମଣ୍ଡଳ ନାମକ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ସ୍ଥାପନା କରିଥିଲେ । ପରେ ଏହା ଓଡ଼ିଶାରେ ଆଦିବାସୀ ମହିଳାଙ୍କଦ୍ୱାରା ପରିଚାଳିତ ସ୍ୱୟଂ ସହାୟିକା ଗୋଷ୍ଠୀ ତିଆରି ଅଭିଯାନ ଆରମ୍ଭ କରିଥିଲା । ୨୦୦୩ ମସିହାରେ ଭାରତ ସରକାର ତାଙ୍କୁ ତାଙ୍କର ମଦ ବିରୋଧୀ ସମାଜସେବା ନିମନ୍ତେ ତାଙ୍କୁ "ସ୍ତ୍ରୀ ଶକ୍ତି ସମ୍ମାନ"ରେ ସମ୍ମାନୀତ କରିଥିଲେ । ସେ ପୁରସ୍କାର ଅର୍ଥକୁ ଆଦିବାସୀ ଝିଅମାନଙ୍କ ଉନ୍ନତି ନିମନ୍ତେ ଦାନକରିଦେଇଥିଲେ ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁମନୀ ଝୋଡ଼ିଆ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ନିକଟସ୍ଥ ଶିରିଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।

ମଦ ବନ୍ଦ ଅଭିଯାନ[ସମ୍ପାଦନା]

୧୯୯୧ ମସିହାରେ ବିଜୁ ପଟ୍ଟନାୟକ ରାୟଗଡ଼ା ଜିଲ୍ଳାର ସଦର ମହକୁମା ଗସ୍ତରେ ଆସିଥିବା ବେଳେ ସୁମନୀ ଝୋଡ଼ିଆ ମଦ ଲାଇସେନ୍ସ ଆବଣ୍ଟନ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କର ମଦ ବିରୋଧୀ ଅଭିଯାନ ଲୋକଲୋଚନକୁ ଆସିଥିଲା ।[୨] ପରେ ପଟ୍ଟନାୟକ ଝୋଡ଼ିଆଙ୍କୁ ନିଜ ଉପଦେଷ୍ଟା ଭାବରେ ନିଯୁକ୍ତି କରିବା ସହିତ ତାଙ୍କୁ ପୁଲିସ କ୍ଷମତା ପ୍ରଦାନ କରିଥିଲେ । ପଟ୍ଟନାୟକ ସମସ୍ତ ଜିଲ୍ଳାପାଳ ଓ ପୁଲିସ ସବଇନସ୍ପେକ୍ଟରମାନଙ୍କୁ ଝୋଡ଼ିଆଙ୍କ କଥା ମାନିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।[୨] ତାହା ପରେ ଝୋଡ଼ିଆଙ୍କ ମଦ ବିରୋଧୀ ଆନ୍ଦୋଳନ ସରକାରୀ ସ୍ୱୀକୃତି ପାଇଥିଲା । ପ୍ରଥମେ ରାୟଗଡ଼ା ଜିଲ୍ଲା ଓ ପରେ ୮୦ ଦଶକର ଶେଷ ଭାଗ ବେଳକୁ ଅନ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନ ବଳବତ୍ତର ହୋଇଥିଲା । ମହିଳା ଆନ୍ଦୋଳନକାରୀମାନେ ଠେଙ୍ଗାବାଡ଼ି ଧରି ଗାଆଁଗାଆଁ ବୁଲି ମଦ ଭାଟି ଭାଙ୍ଗିବା ଭଳି କାର୍ଯ୍ୟକ୍ରମରେ ଭାଗନେଇଥିଲେ ।

ପୁରସ୍କାର[ସମ୍ପାଦନା]

୨୦୦୩ ମସିହାେର ସୁମନୀ ଝୋଡ଼ିଆଙ୍କୁ ତାଙ୍କ ମଦ ବିରୋଧୀ ଆନ୍ଦୋଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ "ସ୍ତ୍ରୀ ଶକ୍ତି ସମ୍ମାନ" ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସେ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ନିଜର ସମସ୍ତ ପୁରସ୍କାର ରାଶିକୁ ଆଦିବାସୀ ବାଳିକାମାନଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଦେଇଛନ୍ତି । ସେ "ପ୍ରଗତି ମହିଳା ମଣ୍ଡଳ" ନାମକ ସ୍ୱୟଂ ସହାୟିକା ଗୋଷ୍ଠୀ ଆରମ୍ଭ କରିଥିଲେ । ସମସ୍ତ ଆଦିବାସୀ ମହିଳାଙ୍କୁୁ ସ୍ୱାବଲମ୍ବୀ କରିବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ।

ଆଧାର[ସମ୍ପାଦନା]

  1. "Fond memories of Biju's SP". www.telegraphindia.com. The Telegraph. Archived from the original on 30 August 2021. Retrieved 30 August 2021. {{cite news}}: |archive-date= / |archive-url= timestamp mismatch; 16 ମଇ 2021 suggested (help)
  2. ୨.୦ ୨.୧ ୨.୨ Mohanty, Dhrutikam (12 August 2011). "Sumani Jhodia: Woman of substance". Archived from the original on 30 August 2021. Retrieved 24 June 2018. {{cite news}}: |archive-date= / |archive-url= timestamp mismatch; 16 ମଇ 2021 suggested (help)