Jump to content

ସୁବ୍ରତ କୁମାର ସେନାପତି

ଉଇକିପିଡ଼ିଆ‌ରୁ
ସୁବ୍ରତ କୁମାର ସେନାପତି
Subrat Kumar Senapati at Utsahitya, 2023
ଉତ୍‌ସାହିତ୍ୟ ୨୦୨୩ କାର୍ଯ୍ୟକ୍ରମରେ ସୁବ୍ରତ କୁମାର ସେନାପତି
ଜନ୍ମ ଓ ଜନ୍ମସ୍ଥାନ (1993-10-20) ୨୦ ଅକ୍ଟୋବର ୧୯୯୩ (ବୟସ ୩୨)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିକଦମ୍ବବନ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର (୨୦୨୫)
ପିତାମାତାଗୋବର୍ଦ୍ଧନ ସେନାପତି (ବାପା)
ଗୀତାଞ୍ଜଳି ସେନାପତି (ମାଆ)

ସୁବ୍ରତ କୁମାର ସେନାପତି (ଜନ୍ମ: ୨୦ ଅକ୍ଟୋବର ୧୯୯୩) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପ ସଂକଳନ କଦମ୍ବବନ ନିମନ୍ତେ ତାଙ୍କୁ ୨୦୨୫ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ଜୀବନୀ

[ସମ୍ପାଦନା]

ସୁବ୍ରତ ୧୯୯୩ ମସିହାର ଅକ୍ଟୋବର ୨୦ ତାରିଖରେ ବାଲେଶ୍ୱର ଜିଲ୍ଲାଖଇରା ବ୍ଲକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବର୍ଦ୍ଧନ ସେନାପତି ଓ ମାଆଙ୍କ ନାମ ଗୀତାଞ୍ଜଳି ସେନାପତି । ସେ ଖଇରା ଉଚ୍ଚ ବିଦ୍ୟାଳୟରୁ ତାଙ୍କ ମାଟ୍ରିକ୍ ଶିକ୍ଷା ଶେଷ କରିଥିଲେ । ସେ ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗରେ ଓୟୁଏଟିରୁ ପିଏଚ୍. ଡି କରିଛନ୍ତି ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଏକ ଶିକ୍ଷା ପ୍ରତିଷ୍ଠାନରେ ସହକାରୀ ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି ।

ସାହିତ୍ୟ ସର୍ଜନା

[ସମ୍ପାଦନା]

ସୁବ୍ରତ ୨୦୧୨ ମସିହାରେ କଥା ନବ ପ୍ରତିଭା ପୁରସ୍କାର ପାଇଥିଲେ ଏବଂ ତାଙ୍କ ଗପ କଥା ପତ୍ରିକାରେ ପ୍ରକାଶିତ ହୋଇଥିଲା ।[] ୨୦୨୧ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ନିଷିଦ୍ଧବନ ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହାପରେ, ୨୦୨୩ ମସିହାରେ, ତାଙ୍କର ଦ୍ୱିତୀୟ ଗଳ୍ପ ସଂକଳନ କଦମ୍ବବନ ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ଗଳ୍ପ ସଂକଳନଟିରେ ତାଙ୍କ ରଚିତ ୧୫ଟି ଗଳ୍ପ ଯଥା- ୦ଖୁଚୁରା, ବାସ୍ନା, ଦାୟାଦ, ଶୀର୍ଷସୁଖ, ସର୍ପମନସ୍କ, ଅନ୍ଧାର, ଇନ୍ଧନ, ପଲ୍ଲି ପତନ, ଦେବୀ ଦର୍ଶନ, ଗୋଟାଏ ସମତଳ: ତିନୋଟି ସମାନ୍ତର ସରଳରେଖା, ଶୀତରାତିର ଫୁଲମାନେ, ଡିସେମ୍ବରୀ ରଙ୍ଗର ଶାଢ଼ି, ନିବୁଜ କଠୋରି, କଦମ୍ବବନମୃତ୍ୟୁର ପରିଧି ବାହାରେ ସ୍ଥାନିତ ହୋଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • ବିମୋହୀ ପଦ୍ମବନ (୨୦୨୪)
  • କଦମ୍ବବନ (୨୦୨୩)
  • ନିଷିଦ୍ଧବନ (୨୦୨୧)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୫[]
  • କଥା ନବ ପ୍ରତିଭା ପୁରସ୍କାର, ୨୦୧୨[]
  • ସୃଜନଝର ଗଳ୍ପ ସମ୍ମାନ[]
  • ବ୍ରହ୍ମପୁର ସାହିତ୍ୟ ପରିଷଦ ଯୁବ ପ୍ରତିଭା ସମ୍ମାନ[]
  • ପ୍ରଥମ ଗଣେଶ ପରିଜା ଯୁବ ପ୍ରତିଭା ସମ୍ମାନ
  • ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ସମ୍ମାନ
  • ଟାଇମ୍ ପାସ୍ ଉଦୟରାଗ ସମ୍ମାନ
  1. "ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷିତ, ସୁବ୍ରତ ଓ ରାଜକିଶୋରଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନ". www.prameyanews7.com. Retrieved 2025-06-18.
  2. ୨.୦ ୨.୧ Ojha, Sibasankar (2025-06-18). "ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର". Sambad. Retrieved 2025-06-18.
  3. ୩.୦ ୩.୧ ୩.୨ OR, News Desk. "କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷିତ - Odisha Reporter". କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷିତ - Odisha Reporter. Retrieved 2025-06-18.
  4. Mansingh, Sangita (2025-06-18). "ସୁବ୍ରତ କୁମାର ସେନାପତି ପାଇବେ ସାହିତ୍ୟ ଏକାଡେମି ଯୁବ ପୁରସ୍କାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2025-06-18.

ବାହାର ଆଧାର

[ସମ୍ପାଦନା]