ସୁବାସ ଚନ୍ଦ୍ର ପରିଜା
ସୁବାସ ଚନ୍ଦ୍ର ପରିଜା (ଜନ୍ମ:୧ ଜୁଲାଇ ୧୯୫୬) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ପରିଜାଙ୍କ ଜନ୍ମ କଟକରେ । ପିତାଙ୍କ ନାମ ଶରତ୍ ଚନ୍ଦ୍ର ପରିଜା । ୧୯୭୨ରେ ଷ୍ଟୁଆର୍ଟ ବିଦ୍ୟାଳୟ, କଟକରୁ ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ସିନିୟର୍ କ୍ୟାମ୍ବ୍ରିଜ୍) ପାସ୍ କରି ସେ ୧୯୭୫ରେ ରେଭେନ୍ସା ମହାବିଦ୍ୟାଳୟ, କଟକରୁ ରାଜନୀତି ବିଜ୍ଞାନରେ ସମାନ ସହ ସ୍ନାତକ ଡିଗ୍ରୀ (B.A. Honours) ହାସଲ କରିଥିଲେ । ଏହାପରେ ସେ ୧୯୭୯ରେ କ୍ୟାମ୍ପସ୍ ଲ ସେଣ୍ଟର୍, ଦିଲ୍ଲୀରୁ ଏଲ୍ଏଲ୍.ବି. (LL.B.) ଡିଗ୍ରୀ ଲାଭ କଲେ । ୨୭.୧୦.୧୯୭୯ ରେ ବାର୍ରେ ଓକିଲ ଭାବେ ନାମ ଲେଖାଇ ବରିଷ୍ଠ ଆଇନଜୀବୀ ବିଜୟ ପାଳଙ୍କ ସହ ଆଇନ ବ୍ୟବସାୟ ଆରମ୍ଭ କଲେ । ଓକିଲାତି ଜୀବନରେ ସେ ଦେୱାନୀ ଏବଂ ଫୌଜଦାରୀ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ମାମଲା ସହ ଶ୍ରମ ଏବଂ ଶିଳ୍ପ ଆଇନ, କର ବିଷୟକ ମାମଲା, ଆର୍ବିଟ୍ରେସନ୍ ଆଇନ ସମ୍ବନ୍ଧୀୟ ମାମଲା, ଜମି ଏବଂ ରାଜସ୍ଵ ଆଇନ ସମ୍ବନ୍ଧୀୟ ମାମଲା, କମ୍ପାନୀ ଆଇନ ସମ୍ପର୍କିତ ଅନେକ ମାମଲା ପରିଚାଳନା କରିଥିଲେ ।
ସେ ୦୭.୧୧.୨୦୦୭ ରୁ ୦୧.୦୭.୨୦୧୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-04.
- ↑ Service, Express News (2023-09-30). "Perception on law changed: Justice Subash Chandra Parija". The New Indian Express (in ଇଂରାଜୀ). Retrieved 2025-02-04.