ସୁପ୍ରିୟା ପିଲଗାଁଓକର
ସୁପ୍ରିୟା ପିଲଗାଁଓକର | |
|---|---|
Supriya Pilgaonkar in 2012 | |
| ଜନ୍ମ | Supriya Sabnis ୧୬ ଅଗଷ୍ଟ ୧୯୬୭ Bombay, Maharashtra, India |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | 1983–present |
| ବୈବାହିକ-ସାଥୀ | |
| ସନ୍ତାନ | Shriya Pilgaonkar (daughter) |
| ପିତାମାତା |
|
ସୁପ୍ରିୟା ପିଲଗାଁଓକର (ଜନ୍ମ: ୧୭ ଅଗଷ୍ଟ ୧୯୬୭; ସିନେମା ଜଗତରେ "ସୁପ୍ରିୟା" ଭାବରେ ପରିଚିତ) ଜଣେ ଭାରତୀୟ ହିନ୍ଦୀ ଏବଂ ମରାଠୀ ଭାଷାର ଅଭିନେତ୍ରୀ।[୧] ସେ ହିନ୍ଦୀ ଓ ମରାଠୀ ଅଭିନୟ ଜଗତର ପରିଚିତ ମୁହଁ ସଚିନ ପିଲଗାଁଓକରଙ୍କ ସ୍ତ୍ରୀ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁପ୍ରିୟା ୧୯୬୭ ମସିହାର ୧୭ ଅଗଷ୍ଟରେ ଭାରତର ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ମହାରାଷ୍ଟ୍ରୀୟ ବ୍ରାହ୍ମଣ ପରିବାରରେ "ସୁପ୍ରିୟା ସବନିସ" ନାମରେ ଜନ୍ମ ଗ୍ରହଣ କରିଥିଲେ।[୨] ନାଭରୀ ମିଲେ ନାଭ୍ରାୟଲା ନାମକ ମରାଠୀ ଚଳଚ୍ଚିତ୍ରରେ ଶଚିନ ପିଲଗାଁକରଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବା ସମୟରେ ତାଙ୍କ ସହିତ ସୁପ୍ରିୟାଙ୍କ ପ୍ରଥମ ପରିଚୟ ହୋଇଥିଲା। ୧୯୮୫ ମସିହାରେ ସେମାନେ ଯେତେବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ; ସେତେବେଳେ ସୁପ୍ରିୟାଙ୍କ ବୟସ କେବଳ ୧୮ ବର୍ଷ ଥିଲା।[୩] ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ଅଛନ୍ତି, ଯାହାର ନାମ ଶ୍ରିୟା ପିଲଗାଁଓକର; ସେ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ।[୪]
କର୍ମଜୀବନ
[ସମ୍ପାଦନା]ସୁପ୍ରିୟା ପିଲଗାଁକର ତାଙ୍କ ଅଭିନୟ ଜୀବନରେ ଅନେକ ଟେଲିଭିଜନ ଧାରାବାହିକରେ ଅଭିନୟ କରିଛନ୍ତି; ଯାହାମଧ୍ୟରେ ତୁ ତୁ ମୈଁ ମୈଁ, କୁଛ ରଙ୍ଗ ପ୍ୟାର କେ ଏସେ ଭି, ଶଶୁରାଲ ଗେଣ୍ଡା ଫୁଲ, ରାଧା କି ବେଟିୟାଁ କୁଛ କର ଦିଖାଏଙ୍ଗୀ ଏବଂ କଡ଼ଭୀ ଖଟ୍ଟୀ ମିଠୀ ଉଲ୍ଲେଖନୀୟ। ସେ ୧୯୯୨ ମସିହାରେ ଡିଡି ନ୍ୟାଶନାଲରେ ପ୍ରସାରିତ ଧାରାବାହିକ ଶିତିଜ ୟେ ନାହିରେ ଅଭିନୟ କରି ଟେଲିଭିଜନ ଜଗତରେ ପ୍ରବେଶ କରିଥିଲେ; ଏଥିରେ ସେ "ନିଶା" ଚରିତ୍ରରେ ଅଭିନୟ କରିଥିଲେ। ପରେ ୧୯୯୪ ମସିହାରେ ତୁ ତୁ ମୈଁ ମୈଁ ଧାରାବାହିକରେ ଶାଶୁ ଓ ବୋହୂଙ୍କ ମଧ୍ୟର ସମ୍ପର୍କକୁ ହାସ୍ୟରସ ଭାବେ ପ୍ରଦର୍ଶନ କରାଯାଇଥିଲା; ଏଠାରେ ପିଲଗାଁକର ବୋହୂର ଭୂମିକାରେ ଅଭିନୟ କରିଥିଲେ। ଏହି ଧାରାବାହିକର ଦ୍ୱିତୀୟ ସଂସ୍କରଣ କଡ଼ଭୀ ଖଟ୍ଟୀ ମିଠୀରେ ସେ ଏଥର ଶାଶୁର ଭୂମିକାରେ ଅଭିନୟ କରିଥିଲେ।
୨୦୧୧ ମସିହାରେ ସେ ଷ୍ଟାର ପ୍ଲସରେ ପ୍ରସାରିତ କମେଡି କାର୍ୟକ୍ରମ କମେଡି କା ମହା ମୁକାବଲାରେ ଏକ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ; ସେଠାରେ ସେ "ଶେଖର କେ ମୁଭର୍ସ" ଦଳର ସଦସ୍ୟ ଥିଲେ।
ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ସୁପ୍ରିୟାଙ୍କ ଅବଦାନ ଉଲ୍ଲେଖନୀୟ। ସେ ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ରରେ ସ୍ୱାମୀ ଶଚିନ ପିଲଗାଁକରଙ୍କ ସହ ଅଭିନୟ କରିଛନ୍ତି; ଯାହାମଧ୍ୟରେ ନାଭରୀ ମିଲେ ନାଭ୍ରାୟଲା, ମାଝା ପତି କରୋଡ଼ପତି, ଆଶୀ ହି ବାନୱା ବାନୱୀ, ଆତ୍ୟା ଘରତ ଘରୋବା ଉଲ୍ଲେଖନୀୟ। ଏହି ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ କିଛି ବ୍ୟବସାୟିକ ଭାବେ ସଫଳ ହୋଇଥିଲା। ଏହାସହିତ ସେ ଆୱାରା ପାଗଲ ଦିୱାନା, ଏତବାର, ଦିୱାନେ ହୁଏ ପାଗଲ, ବରସାତ ପରି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।
୨୦୦୫ ମସିହାରେ ସୁପ୍ରିୟା ଓ ଶଚିନ ଷ୍ଟାର ଓନରେ ପ୍ରସାରିତ ନୃତ୍ୟ ରିଆଲିଟି ଶୋ ନାଚ ବଲିଏର ପ୍ରଥମ ସୀଜନରେ ଯୁଗଳ ଭାବେ ଭାଗ ନେଇଥିଲେ ଏବଂ ସେଥିରେ ବିଜୟୀ ହୋଇଥିଲେ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Supriya Pilgaonkar's Inspirational Journey from Marathi Cinema to Bollywood". India.com (in ଇଂରାଜୀ). 2024-08-17. Retrieved 2026-03-23.
- ↑ "Inside Sachin and Supriya Pilgaonkar's Birthday Celebration - News18". www.news18.com (in ଇଂରାଜୀ). Retrieved 2026-03-23.
- ↑ "When Sachin Pilgaonkar fell in love with Supriya despite their 10-year age gap, she thought he was married". The Indian Express (in ଇଂରାଜୀ). 2022-08-17. Retrieved 2026-03-23.
- ↑ Salunkhe, Sanjana (2020-06-02). "I got it from my daughter: 3 mothers share the beauty hacks and lessons they learnt through quarantine". Vogue India (in Indian English). Retrieved 2026-03-23.