Jump to content

ସୁନୟନା କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ସୁନୟନା କାହାଣୀ ବତ୍ରିଶ ସିଂହାସନର ଚତୁର୍ଦ୍ଦଶ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଚତୁର୍ଦ୍ଦଶ ଦିନ ଯେତେବେଳେ ସେହି ସିଂହାସନର ଚତୁର୍ଦ୍ଦଶ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ସୁନୟନା ନାମକ ଚତୁର୍ଦ୍ଦଶ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଚତୁର୍ଦ୍ଦଶ ପ୍ରତିମା ସୁନୟନା ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଚତୁର୍ଦ୍ଦଶ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ଚତୁର୍ଦ୍ଦଶ କାହାଣୀ

[ସମ୍ପାଦନା]

ଚତୁର୍ଦ୍ଦଶ ପୁତ୍ତଳିକା ସୁନୟନା ଯେଉଁ କଥା କହିଲା, ସେ ଏପରି ଥିଲା —

ରାଜା ବିକ୍ରମାଦିତ୍ୟ ସମସ୍ତ ନୃପୋଚିତ ଗୁଣର ସାଗର ଥିଲେ । ସେପରି ନ୍ୟାୟପ୍ରିୟ, ଦାନଶୀଳ ଓ ତ୍ୟାଗୀ ଅନ୍ୟ କେହି ନଥିଲେ । ଏହି ଗୁଣଗୁଡ଼ିକ ବାହାରେ ତାଙ୍କର ଆଉ ଗୋଟିଏ ବିଶେଷ ଗୁଣ ଥିଲା, ସେ ଅସାଧାରଣ ଶିକାରୀ ଥିଲେ । ଦିନକର ତାଙ୍କୁ ଖବର ମିଳିଲା ଯେ ଗୋଟିଏ ହିଂସ୍ର ବାଘ ଜଙ୍ଗଳରେ ଭୟଙ୍କର ଉପଦ୍ରବ କରୁଛି ଏବଂ ବହୁ ଲୋକଙ୍କୁ ମାରି ଖାଇଦେଇଛି । ସେହି ବାଘକୁ ମାରିବା ପାଇଁ ବିକ୍ରମାଦିତ୍ୟ ଶିକାର ଯାତ୍ରାର ଯୋଜନା କଲେ ଏବଂ ଜଙ୍ଗଳକୁ ପ୍ରସ୍ଥାନ କଲେ । ଜଙ୍ଗଳ ମଧ୍ୟରେ ପ୍ରବେଶ କରିବା ସହିତ ବଘ ତାଙ୍କ ନଜରରେ ପଡ଼ିଲା । ସେ ତାହା ପଛରେ ଘୋଡ଼ା ଦୌଡ଼େଇଲେ । ବାଘ ଗୋଟିଏ ଘଞ୍ଚ କୁଞ୍ଜ ମଧ୍ୟରେ ପ୍ରବେଶ କଲା । ରାଜା ଘୋଡ଼ାରୁ ଝାମ୍ପି ପଡ଼ି ବାଘକୁ ଖୋଜିବାକୁ ଲାଗିଲେ । ହଠାତ୍ ବଘ ତାଙ୍କ ଉପରେ ଝାମ୍ପି ପଡ଼ିଲା । ବିକ୍ରମ ତାହା ଉପରେ ତରବାରୀ ଚଲାଇଲେ । କୁଞ୍ଜ ଘନ ଥିବାରୁ ଆଘାତ ସଠିକ ଭାବେ ଲାଗିଲା ନାହିଁ, କିନ୍ତୁ ବାଘ ଆହତ ହୋଇ ଦୌଡ଼ିଲା ଏବଂ ଘନ ଜଙ୍ଗଳ ମଧ୍ୟରେ ଅଦୃଶ୍ୟ ହୋଇଗଲା । ରାଜା ଏତେ ତେଜୀରେ ଧାଉଁଥିଲେ ଯେ ତାଙ୍କ ସାଥୀମାନେ ଦୂରରେ ରହିଗଲେ । ବାଘ ପୁଣି ଘଞ୍ଚ କୁଞ୍ଜ ମଧ୍ୟରେ ଲୁଚିଗଲା । ରାଜା ସେଠି ଖୋଜିବା ଆରମ୍ଭ କଲେ । ହଠାତ୍ ବାଘ ତାଙ୍କ ଘୋଡ଼ା ଉପରେ ଆକ୍ରମଣ କଲା ଏବଂ ଘୋଡାକୁ ଗଭୀର ଆଘାତ ଦେଲା । ରାଜାଙ୍କର ଶତଚେଷ୍ଟା ସତ୍ତ୍ଵେ ଗଭୀର ଆଘାତ ଯୋଗୁଁ ଘୋଡ଼ା ମରିଗଲା, ରାଜା ପଛକୁ ଫେରିଲେ । ଜଙ୍ଗଳ ମଧ୍ୟରେ ସେ ଦିଗ ହରାଇଲେ । ଗୋଟିଏ ସ୍ଥାନରେ ସେ ଏକ ଛୋଟ ନଦୀ ଦେଖିଲେ । ସେ ଗୋଟିଏ ବୃକ୍ଷ ତଳେ ବସି ଅଲ୍ପ ବିଶ୍ରାମ କଲେ । କିଛି ସମୟ ପରେ ନଦୀରେ କିଛି ହଲହଲ ଶବ୍ଦ ଶୁଣିଲେ । ଦେଖିଲେ, ଦୁଇଜଣ ଲୋକ ଗୋଟିଏ ମୃତଦେହକୁ ଧରି ଝଗଡା କରୁଛନ୍ତି । ତାଙ୍କ ମଧ୍ୟରୁ ଜଣେ ମଣିଷମୁଣ୍ଡ ମାଳା ପିନ୍ଧିଥିବା ଭୟଙ୍କର କାପାଲିକ, ଓ ଅନ୍ୟଜଣ ଥିଲେ ବେତାଳ, ଯାହାର ଶରୀରର ଉପର ଅଂଶ ନଦୀ ଉପରେ ଭାସୁଥିଲା । ଦୁଇଜଣେ ଏହି ମୃତଦେହ ଉପରେ ନିଜ ଅଧିକାର ଦାବୀ କରୁଥିଲେ । କାପାଳିକ କହିଲେ, ସେ ଏହାକୁ ତାନ୍ତ୍ରିକ ସାଧନା ପାଇଁ ଧରିଛି; ବେତାଳ କହିଲେ, ସେ ଏହାକୁ ଖାଇ ନିଜ ଭୋକ ମେଣ୍ଟଇବ। କେହି ମଧ୍ୟ ନିଜ ଦାବିରୁ ଉହରିବାକୁ ଚାହିଲେ ନାହିଁ । ବିକ୍ରମଙ୍କୁ ସମ୍ମୁଖରେ ଦେଖି ସେମାନେ ନ୍ୟାୟ ଦେବାକୁ ଅନୁରୋଧ କଲେ । ବିକ୍ରମ ନିଜର ପରିଚୟ ଦେଇ ଦୁଇଟି ସର୍ତ୍ତ ରଖିଲେ, ପ୍ରଥମ, ତାଙ୍କ ନିଷ୍ପତ୍ତିକୁ ଦୁହେଁ ମାନିବାକୁ ପଡ଼ିବ; ଦ୍ୱିତୀୟ, ଯେହେତୁ ସେ ବର୍ତ୍ତମାନ ରାଜ ସିଂହାସନରେ ବସିନାହାନ୍ତି, ତାଙ୍କୁ ନ୍ୟାୟପ୍ରଦାନର ଶୁଳ୍କ ଦେବାକୁ ପଡ଼ିବ । କାପାଳିକ ଶୁଳ୍କ ସ୍ୱରୂପ ତାଙ୍କୁ ଗୋଟିଏ ଚମତ୍କାରୀ ବଟୁଆ ଦେଲେ, ଯାହା ମାଗିଲେ ଯେକୌଣସି ଜିନିଷ ଦେଇପାରେ । ବେତାଳ ତାଙ୍କୁ ଦେଲେ ଏକ ମୋହିନୀ କାଷ୍ଠର ଖଣ୍ଡ, ଯାହାର ଚନ୍ଦନ ଲଗାଇଲେ ଯେ କେହି ଅଦୃଶ୍ୟ ହୋଇପାରିବ । ବିକ୍ରମ ନ୍ୟାୟ କଲେ, ବେତାଳକୁ ତାଙ୍କ ମୃତ ଘୋଡ଼ା ଭୋକ ଶାନ୍ତି ପାଇଁ ଦେଲେ ଏବଂ କାପାଲିକକୁ ତାନ୍ତ୍ରିକ ସାଧନା ପାଇଁ ମୃତଦେହ । ଏହି ନ୍ୟାୟରେ ଦୁହେଁ ଖୁସି ହେଲେ ଓ ସନ୍ତୁଷ୍ଟ ହୋଇ ଚାଲିଯାଇଥିଲେ । ରାତି ହୋଇଗଲା ଓ ବିକ୍ରମ ଭୋକ ଅନୁଭବ କଲେ । ସେହିପରି ସେ ବଟୁଆକୁ କହିଲେ ଖାଦ୍ୟ ଦିଅ । ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରକଟ ହେଲା ଓ ସେ ଭୋଜନ କଲେ । ପରେ ସେ ମୋହିନୀ କାଷ୍ଠ ଘସି ତାହାର ଚନ୍ଦନ ଲଗାଇଲେ ଓ ଅଦୃଶ୍ୟ ହୋଇଗଲେ । ଏବେ ତାଙ୍କୁ କୌଣସି ହିଂସ୍ର ପ୍ରାଣୀର ଭୟ ରହିଲା ନାହିଁ । ପରବର୍ତ୍ତୀ ପ୍ରଭାତରେ ସେ କାଳୀ ଦେବୀ ଦ୍ୱାରା ପ୍ରଦତ୍ତ ଦୁଇ ବେତାଳଙ୍କୁ ସ୍ମରଣ କଲେ ଓ ନିଜ ରାଜ୍ୟରେ ପହଞ୍ଚିଲେ । ମହଲ ଫେରିବା ରାସ୍ତାରେ ସେ ଜଣେ ଭିକ୍ଷୁକକୁ ଦେଖିଲେ ଯିଏ ଭୋକିଲା ଥିଲେ । ରାଜା ତୁରନ୍ତ ତାଙ୍କୁ ସେହି କାପାଳିକଙ୍କ ଚମତ୍କାରୀ ବଟୁଆ ଦେଲେ, ଯାହା ଦ୍ୱାରା ତାଙ୍କର ଜୀବନସାରା ଭୋଜନ ଅଭାବ ଭୋଗିବେ ନାହିଁ।।[]

ଗପଟି କହି ଚତୁର୍ଦ୍ଦଶ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ପରୋପକାର ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କରି ଦାନଶୀଳ ହୋଇ ପାରିବେ ? ଏହିପରି କହିବା ପରେ ଚତୁର୍ଦ୍ଦଶ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[]

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 14th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-08.