ସୁନ୍ଦରମ ବର୍ମା
ଦେଖଣା
ସୁନ୍ଦରମ ବର୍ମା | |
---|---|
ଜନ୍ମ | ସିକର, ରାଜସ୍ଥାନ |
ଶିକ୍ଷାନୁଷ୍ଠାନ | ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ |
ବୃତ୍ତି | ପରିବେଶବିତ୍ |
ପୁରସ୍କାର | ପଦ୍ମଶ୍ରୀ |
ସୁନ୍ଦରମ ବର୍ମା ଜଣେ ଭାରତୀୟ ପରିବେଶବିତ । ଭାରତର ଶୁଷ୍କ ଅଞ୍ଚଳରେ ବୃକ୍ଷରୋପଣ ପ୍ରୟାସରେ ସାହାଯ୍ୟ କରିବା ପାଇଁ ବିକଶିତ ହୋଇଥିବା 'ଡ୍ରାଏଲ୍ୟାଣ୍ଡ ଆଗ୍ରୋଫରେଷ୍ଟ୍ରି'ର ବିକାଶ ପାଇଁ ତାଙ୍କୁ ୨୦୨୦ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।[୧][୨][୩]
ପ୍ରାରମ୍ଭିକ ଜୀବନ ଓ ପେଷା
[ସମ୍ପାଦନା]ବର୍ମା ରାଜସ୍ଥାନର ସିକରସ୍ଥିତ ଦାନ୍ତ ନାମକ ଗାଆଁର ବାସିନ୍ଦା । ୧୯୭୨ ମସିହାରେ ସ୍ନାତକ ଶେଷ କରିବା ପରେ, ସେ ଚାଷକୁ ନିଜର ପେଷା ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।[୪] ସେ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ମାଧ୍ୟମରେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଶୁଖିଲା ଜମିଚାଷ ଉପରେ ଅଧ୍ୟୟନ କରିଥିଲେ ।[୧] ୧୦ ବର୍ଷ କାମ କରିବା ପରେ, ସେ ଶୁଷ୍କ ଅଞ୍ଚଳ ପାଇଁ ଏକ ଚାଷ କୌଶଳ ବିକଶିତ କରିଥିଲେ ଯେଉଁଥିରେ ମାତ୍ର ଏକ ଲିଟର ପାଣିରେ ସବୁ ପ୍ରକାର ଗଛ ଲଗାଯାଇପାରିବ । ବର୍ତ୍ତମାନ ସୁଦ୍ଧା, ସେ ୫୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Karelia, Gopi (2019-07-25). "Can a Tree Grow with Just 1 Litre of Water? This 68-YO Farmer Has Grown 50,000!". The Better India (in ଆମେରିକୀୟ ଇଂରାଜୀ). Retrieved 2020-02-26.
- ↑ "एक लीटर पानी में पौधा उगाने वाले को पद्मश्री". KhabarTak.com (in ହିନ୍ଦୀ). Archived from the original on 12 April 2020. Retrieved 27 January 2020.
- ↑ "एक लीटर पानी में पौधा उगाने वाले को पद्मश्री, सीकर के दांता कस्बे में उत्साह का माहौल". Jagran (in ହିନ୍ଦୀ). Retrieved 27 January 2020.
- ↑ "टीचर की सरकारी नौकरी ठुकरा बने किसान, सुंडाराम को अब मिलेगा पद्मश्री अवार्ड" (in ହିନ୍ଦୀ). 2020-01-26. Retrieved 2020-02-27.
- ↑ Spokesperson, Ministry of Home Affairs [@PIBHomeAffairs] (25 January 2020). "Sundaram Verma has planted 50000+ trees in arid Rajasthan, with 1 litre of water per tree, with 100% survival rate" (Tweet) – via Twitter.
{{cite web}}
: Cite has empty unknown parameter:|dead-url=
(help)